Posted inଫୁରସତ

ପୁରୁଣା ଟାୟାରରୁ ସୁନ୍ଦର ଜୋତା

ଅଦରକାରୀ ଜିନିଷକୁ କେବେ ହେୟ ମନେକରିବା ଉଚିତ ନୁହେଁ। କାରଣ ସେଥିରୁ ବି ବହୁ ଦରକାରୀ ଜିନିଷ ତିଆରି ହୋଇପାରେ। ଠିକ୍‌ ଯେମିତି ପୁଣେର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍‌ ପୂଜା ଆପ୍ତେ ବାଦାମୀକର ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି ଫ୍ୟାଶନେବଲ ଫୁଟଓ୍ବେର। ସେ ଏହାକୁ ନେଇ ବ୍ୟବସାୟ ବି ଆରମ୍ଭ କରିଦେଇଛନ୍ତି। ମାସକୁ ସେ ୨୦୦ ଫୁଟଓ୍ବେର ତିଆରି କରୁଛନ୍ତି। ଆଉ ବାର୍ଷିକ ଲାଭ ୭ ଲକ୍ଷରୁ ଊର୍ଦ୍ଧ୍ୱ ହେଉଛି। ଫଳରେ ତାଙ୍କୁ ମିଳିଛି ନୂଆ ଏକ ପରିଚୟ। ପୂଜା ୪ ବର୍ଷ ଆଇଟି ପ୍ରଫେଶନରେ ରହିବା ଭିତରେ ରିସର୍ଚ୍ଚ ପାଇଁ ଆଫ୍ରିକା ଯାଇଥିଲେ। ସେଠାରେ ସେ ଏକ ଆଦିବାସୀ ଜନଜାତି ପୁରୁଣା ଟାୟାରରୁ ଜୋତା ଚପଲ ତିଆରି କରି ପିନ୍ଧୁଥିବା ଦେଖିଥିଲେ। ଏହା ଦେଖିବା ପରେ ହିଁ ପୂଜା ଟାୟାରରୁ ସୁନ୍ଦର ଜୋତା ତିଆରି କରି ବ୍ୟବସାୟ କରିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ସେ ୨ ହଳ ଜୋତା ଡିଜାଇନ କରି ଷ୍ଟାର୍ଟ ଅପ୍‌ ଇଣ୍ଡିଆରେ ପ୍ରଦର୍ଶିତ କରିଥିଲେ। ଆଉ ସମସ୍ତେ ଏହାକୁ ବହୁତ ପସନ୍ଦ କରିଥିଲେ। ତା’ପରେ ସେ ଅଧିକରୁ ଅଧିକ ଡିଜାଇନ୍‌ର ଜୋତା ତିଆରି କଲେ। ଆଉ ୨୦୧୮ରେ ତାଙ୍କୁ ‘ଅପ୍‌ କମିଂ ଓମେନ ଏଣ୍ଟରପ୍ରେନ୍ୟୁର’ ଶ୍ରେଣୀରେ ୫୦,୦୦୦ ଟଙ୍କାର ପୁରସ୍କାର ଦିଆଯାଇଥିଲା। ପୂଜାଙ୍କ ଜୋତାର ବ୍ରାଣ୍ଡ ‘ନେମିତାଲ’ ଅଟେ। ଏହା ମଧ୍ୟରେ ସେ ୩୫ ପ୍ରକାରର ଜୋତା ଡିଜାଇନ୍‌ କରିଛନ୍ତି। ଅନ୍‌ଲାଇନ୍‌ରେ ଏସବୁକୁ ସେ ବିକ୍ରି କରନ୍ତି। ପୁଣେରେ ଏକ ଛୋଟ ଫୁଟଓ୍ବେର ଦୋକାନ ବି କରିଛନ୍ତି। ପୂଜା ପ୍ରଥମେ ୧ ଲକ୍ଷ ଟଙ୍କା ନିବେଶ କରି ନିଜର ଷ୍ଟାର୍ଟ ଅପ୍‌ ଆରମ୍ଭ କରିଥିଲେ। ଏବେ ସେ ଚାକିରି ଛାଡି ନିଜ ବ୍ୟବସାୟରେ ମନୋନିବେଶ କରିଛନ୍ତି। ତାଙ୍କର ଇଚ୍ଛା ନିଜ ବ୍ରାଣ୍ଡର ଫୁଟଓ୍ବେରକୁ ରପ୍ତାନି କରିବା। ସେଥିପାଇଁ ସେ ବେଶ୍‌ ପରିଶ୍ରମ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌...

ଭଲପାଇବା ଏମାନଙ୍କ ମଧ୍ୟରେ ବି ଥାଏ, ଜଣେ ନ ଉଠିବାରୁ ଆଉଜଣେ କରୁଛି ଏମିତି…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କାଲି ଯାହା ସଙ୍ଗେ ଦେଖାହେଲା

ସାଧନାର ପଥ ବଡ଼ ଦୁର୍ଗମ। ସତର୍କତା ସତ୍ତ୍ୱେ ବାରବାର ପତନର ଆଶଙ୍କା ଥାଏ। ନାନା ବାଧାବିଘ୍ନ ଆସେ। ସମୟ ସମୟରେ ଏପରି ମନେହୁଏ ଯେ, ଆଉ...

ମହାକାଶରେ ରେଷ୍ଟୁରାଣ୍ଟ

  ସବୁବେଳେ ଘରେ ଖାଇ ଖାଇ ଯେବେ ବୋର୍‌ ଲାଗେ ଆମେ କୌଣସି ଭଲ ରେଷ୍ଟୁରାଣ୍ଟକୁ ଯାଉ ଅବା ବଣଭୋଜି କରିବାକୁ ଯାଉ। ଅର୍ଥାତ୍‌ ମଣିଷ...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

୫୦୦ ବର୍ଷ ପରେ ପଗଡ଼ି ବାନ୍ଧିବେ, ଚମଡା ଜୋତା ପିନ୍ଧିବେ

ଅଯୋଧ୍ୟା: ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ଏକ ବିଚିତ୍ର ପରମ୍ପରାର ଅବସାନ ଘଟିବାକୁ ଯାଉଛି। ଅଯୋଧ୍ୟା...

ବୋହୂଙ୍କ ଖୁସି ପାଇଁ ଏହି ମନ୍ଦିରକୁ ଶାଶୂ କରିଥିଲେ ନିର୍ମାଣ…

ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ରହିଛି ଶାଶୂ-ବୋହୂ ମନ୍ଦିର। ଏହାର ଆକାର ପିରାମିଡ୍‌ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବାବେଳେ ଓସାର ୨୨ ମିଟର। ଶାଶୂ-ବୋହୂ ଦୁଇଟିଯାକ...

Advertisement
Archives

Model This Week