Posted inଫୁରସତ

ପୁରୁଣା ଟାୟାରରୁ ସୁନ୍ଦର ଜୋତା

ଅଦରକାରୀ ଜିନିଷକୁ କେବେ ହେୟ ମନେକରିବା ଉଚିତ ନୁହେଁ। କାରଣ ସେଥିରୁ ବି ବହୁ ଦରକାରୀ ଜିନିଷ ତିଆରି ହୋଇପାରେ। ଠିକ୍‌ ଯେମିତି ପୁଣେର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍‌ ପୂଜା ଆପ୍ତେ ବାଦାମୀକର ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି ଫ୍ୟାଶନେବଲ ଫୁଟଓ୍ବେର। ସେ ଏହାକୁ ନେଇ ବ୍ୟବସାୟ ବି ଆରମ୍ଭ କରିଦେଇଛନ୍ତି। ମାସକୁ ସେ ୨୦୦ ଫୁଟଓ୍ବେର ତିଆରି କରୁଛନ୍ତି। ଆଉ ବାର୍ଷିକ ଲାଭ ୭ ଲକ୍ଷରୁ ଊର୍ଦ୍ଧ୍ୱ ହେଉଛି। ଫଳରେ ତାଙ୍କୁ ମିଳିଛି ନୂଆ ଏକ ପରିଚୟ। ପୂଜା ୪ ବର୍ଷ ଆଇଟି ପ୍ରଫେଶନରେ ରହିବା ଭିତରେ ରିସର୍ଚ୍ଚ ପାଇଁ ଆଫ୍ରିକା ଯାଇଥିଲେ। ସେଠାରେ ସେ ଏକ ଆଦିବାସୀ ଜନଜାତି ପୁରୁଣା ଟାୟାରରୁ ଜୋତା ଚପଲ ତିଆରି କରି ପିନ୍ଧୁଥିବା ଦେଖିଥିଲେ। ଏହା ଦେଖିବା ପରେ ହିଁ ପୂଜା ଟାୟାରରୁ ସୁନ୍ଦର ଜୋତା ତିଆରି କରି ବ୍ୟବସାୟ କରିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ସେ ୨ ହଳ ଜୋତା ଡିଜାଇନ କରି ଷ୍ଟାର୍ଟ ଅପ୍‌ ଇଣ୍ଡିଆରେ ପ୍ରଦର୍ଶିତ କରିଥିଲେ। ଆଉ ସମସ୍ତେ ଏହାକୁ ବହୁତ ପସନ୍ଦ କରିଥିଲେ। ତା’ପରେ ସେ ଅଧିକରୁ ଅଧିକ ଡିଜାଇନ୍‌ର ଜୋତା ତିଆରି କଲେ। ଆଉ ୨୦୧୮ରେ ତାଙ୍କୁ ‘ଅପ୍‌ କମିଂ ଓମେନ ଏଣ୍ଟରପ୍ରେନ୍ୟୁର’ ଶ୍ରେଣୀରେ ୫୦,୦୦୦ ଟଙ୍କାର ପୁରସ୍କାର ଦିଆଯାଇଥିଲା। ପୂଜାଙ୍କ ଜୋତାର ବ୍ରାଣ୍ଡ ‘ନେମିତାଲ’ ଅଟେ। ଏହା ମଧ୍ୟରେ ସେ ୩୫ ପ୍ରକାରର ଜୋତା ଡିଜାଇନ୍‌ କରିଛନ୍ତି। ଅନ୍‌ଲାଇନ୍‌ରେ ଏସବୁକୁ ସେ ବିକ୍ରି କରନ୍ତି। ପୁଣେରେ ଏକ ଛୋଟ ଫୁଟଓ୍ବେର ଦୋକାନ ବି କରିଛନ୍ତି। ପୂଜା ପ୍ରଥମେ ୧ ଲକ୍ଷ ଟଙ୍କା ନିବେଶ କରି ନିଜର ଷ୍ଟାର୍ଟ ଅପ୍‌ ଆରମ୍ଭ କରିଥିଲେ। ଏବେ ସେ ଚାକିରି ଛାଡି ନିଜ ବ୍ୟବସାୟରେ ମନୋନିବେଶ କରିଛନ୍ତି। ତାଙ୍କର ଇଚ୍ଛା ନିଜ ବ୍ରାଣ୍ଡର ଫୁଟଓ୍ବେରକୁ ରପ୍ତାନି କରିବା। ସେଥିପାଇଁ ସେ ବେଶ୍‌ ପରିଶ୍ରମ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?