ପ୍ରକୃତି ସୁନ୍ଦରୀ ଶିମିଳିପାଳ

ସବୁଜ ସୁନ୍ଦର ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ। ଏହା କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ ବରଂ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରେ। ଆଦିବାସୀ ପରିବାରର ଜୀବନ କଳସକୁ ପୂର୍ଣ୍ଣକରେ। ପ୍ରକୃତିର ଅପରୂପ ଶୋଭାରାଜି ବହନ କରିଥିବା ପ୍ରକୃତିରାଣୀ ଶିମିଳିପାଳ ସବୁବେଳେ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଛି ତା କୋଳକୁ। ଯିଏ ଥରେ ଏହାର ସୌନ୍ଦର୍ଯ୍ୟ ପ୍ରେମରେ ପଡିଛି, ସେ ବାରମ୍ବାର ତା ଭିତରେ ନିଜକୁ ହଜାଇ ଦେବାର ଇଚ୍ଛା କରିଛି। ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ଏହା ବିଶ୍ୱ ପ୍ରସିଦ୍ଧ। ଏକାଧାରରେ ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳକୁ ୟୁନେସ୍କା ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା।
ଶିମିଳିପାଳର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପ୍ରତିବର୍ଷ ଦେଶ ବିଦେଶରୁ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ପାଇଁ ବର୍ଷର ୭ମାସ ଖୋଲା ରହୁଥିବା ଅଭୟାରଣ୍ୟରେ ରାତ୍ରିଯାପନର ବ୍ୟବସ୍ଥା ରହିଛି ା ପର୍ଯ୍ୟଟକଙ୍କ ରହଣି ସୁବିଧା ନିମନ୍ତେ କଟେଜର ବ୍ୟବସ୍ଥା କରାଯାଇଛି। ଶିମିଳିପାଳକୁ ପ୍ରବେଶ ପାଇଁ ରହିଛି ଦୁଇଟି ମୁଖ୍ୟ ଫାଟକ। ଜିଲାର ସଦର ମହକୁମା ବାରିପଦା ଲୁଲୁଙ୍ଗ ଗେଟ୍‌ ଓ ଯଶିପୁର କାଳିଆଣି ଗେଟ୍‌ ଦେଇ ଅଭୟାରଣ୍ୟକୁ ଯିବା ପାଇଁ ଅନୁମତି ମିଳିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ପର୍ଯ୍ୟଟକଙ୍କ ନିମନ୍ତେ ରହିବାର ବ୍ୟବସ୍ଥା କରାଯାଇଛି। ଜେନାବିଲ, ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ବରେହିପାଣି ଓ ରାମତୀର୍ଥଠାରେ ୫ଟି ନେଚର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି ା ଏହା ସହିତ ୫ଟି ବଫର ଜୋନ୍‌ରେ ରାତ୍ରିଯାପନ କରିବା ପାଇଁ ମୋଟ ୫୯ଟି କୁଟୀର ବା କଟେଜ ନିର୍ମାଣ କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ ବୁକିଂ କରି ପର୍ଯ୍ୟଟକମାନେ ଭିତରେ ପ୍ରବେଶ କରୁଛନ୍ତି। ଅଭୟାରଣ୍ୟର କୁମାରୀ ଓ ମୁକ୍ତାପୁରରେ ରେଷ୍ଟୁରାଣ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ଆଦିବାସୀ ଖାଦ୍ୟ ପରଷାଯାଇଥାଏ। ପ୍ରତି କୁଡ଼ିଆରେ ଖାଦ୍ୟ ପାନୀୟ ବ୍ୟବସ୍ଥା ରହିଛି। ଶାଳପତ୍ର ପ୍ଲେଟ ଓ ଦନାରେ ସୁସ୍ବାଦୁ ଖାଦ୍ୟ ପରିଷବା ସହିତ ମାଟି ପାତ୍ରରେ ଚା’ ଯୋଗାଇ ଦିଆଯାଉଛି ା ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ନିୟୋଜିତ କରାଯାଇଛି ା ରାତ୍ରିଯାପନ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ବନ୍ୟପ୍ରାଣୀଙ୍କ ବଂଶବୃଦ୍ଧି ତଥା ସୁରକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି। ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଜନଜାତି ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଏହି ଅଭୟାରଣ୍ୟ ଉପରେ। ଏହାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ବନ ବିଭାଗର କର୍ତ୍ତବ୍ୟ ବୋଲି ପ୍ରକୃତିପ୍ରେମୀମାନେ ମତ ଦେଇଛନ୍ତି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?