Posted inଫୁରସତ

ସୁନ୍ଦର ପକ୍ଷୀ

ଭଗବାନଙ୍କ ଦ୍ୱାରା ସୃଷ୍ଟି ଏ ବିଶ୍ୱବ୍ରହ୍ମାଣ୍ଡରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଛି, ଯାହାର ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ହୋଇଥାଏ; ଯେମିତି କି ପକ୍ଷୀ। ବିଶ୍ୱ ନିୟନ୍ତାଙ୍କ ଦ୍ୱାରା ସୃଷ୍ଟି ସେମିତି କେତୋଟି ସୁନ୍ଦର ପକ୍ଷୀଙ୍କ ସମ୍ପର୍କରେ…

ମୟୂର: ସୁନ୍ଦର ପକ୍ଷୀଙ୍କ କଥା ଉଠିଲେ, ଆଖି ସାମ୍ନାରେ ପ୍ରଥମେ ଯାହାର ରୂପ ନାଚିଉଠେ ସେ ହେଉଛି ଆମ ଜାତୀୟ ପକ୍ଷୀ ମୟୂରର। ଆକାଶରେ କଳା ହାଣ୍ଡିଆ ମେଘ ଘନେଇ ଆସିଲେ ଏହା ଯେବେ ନିଜ ରଙ୍ଗବେରଙ୍ଗର ପୁଚ୍ଛକୁ ମେଲାଇ ଆକର୍ଷଣୀୟ ନୃତ୍ୟ କରିବାକୁ ଲାଗେ, ସେତେବେଳେ ଏହାର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ପୃଥିବୀ ପୃଷ୍ଠରେ ମୁଖ୍ୟତଃ ତିନି ପ୍ରଜାତିର ମୟୂର ଦେଖାଯାଇଥାନ୍ତି; ତନ୍ମଧ୍ୟରୁ ଭାରତରେ ଦେଖିବାକୁ ମିଳୁଥିବା ମୟୂର ସବୁଠାରୁ ଆକର୍ଷକ ଓ ସୁନ୍ଦର ହୋଇଥାନ୍ତି।
ସ୍କାର୍ଲେଟ୍‌ ମକାଓ: ଏହା ଦୁନିଆର ସବୁଠାରୁ ସୁନ୍ଦର ତଥା ରଙ୍ଗିନ ପକ୍ଷୀ ମଧ୍ୟରୁ ଗୋଟିଏ; ଯାହା ମୁଖ୍ୟତଃ ଆମେରିକା, ବ୍ରାଜିଲ୍‌, ମେକ୍ସିକୋ, ଆମାଜନ୍‌ ଜଙ୍ଗଲରେ ଅଧିକ ଦେଖିବାକୁ ମିଳିଥାନ୍ତି। ଏମାନେ ଏକ ପ୍ରକାର ଶୁଆ, ସେଥିପାଇଁ ଏମାନଙ୍କର ଥଣ୍ଟ ସାମାନ୍ୟ ବଙ୍କା ହୋଇଥାଏ। ତା’ଛଡ଼ା ଏମାନଙ୍କ ଆଖି ତଳେ ରହିଥିବା ଧଳା ଦାଗ ହିଁ ଏମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ। ସୂଚନାନୁଯାୟୀ, ଏହି ପକ୍ଷୀମାନେ ପ୍ରାୟ ୪୦/୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ସହ ଘଣ୍ଟା ପ୍ରତି ପ୍ରାୟ ୬୦ କି.ମି. ବେଗରେ ଉଡ଼ିପାରନ୍ତି।
ହାଏସିନ୍ଥ ମକାଓ: ବିଶ୍ୱରେ ଯେତେ ପ୍ରଜାତିର ଶୁଆ ଅଛନ୍ତି, ତନ୍ମଧ୍ୟରୁ ଏହି ପ୍ରଜାତିର ଶୁଆମାନେ ଦେଖିବାକୁ ଟିକେ ବଡ଼ ଆଉ ଖୁବ୍‌ ସୁନ୍ଦର ହୋଇଥାନ୍ତି। ନୀଳ ରଙ୍ଗର ଏହି ଶୁଆମାନଙ୍କର ଆଖି ଚାରିପଟେ ଥିବା ହଳଦିଆ ରଙ୍ଗର ପଟି ଓ ତା’ସାଙ୍ଗକୁ ଲମ୍ବା ଲାଞ୍ଜ ହିଁ ଏମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ।
ଗୋଲ୍ଡେନ୍‌ ଫେଜାଣ୍ଟ: ଏହି ପ୍ରଜାତିର ପକ୍ଷୀମାନେ ନିଜର ଆକର୍ଷଣୀୟ ରଙ୍ଗ ପାଇଁ ଖୁବ୍‌ ସୁନ୍ଦର ଦେଖାଯାଇଥାନ୍ତି। ଚାଇନାର ପାହାଡିଆ ତଥା ଜଙ୍ଗଲିଆ ଅଞ୍ଚଳରେ ଏମାନଙ୍କୁ ମୁଖ୍ୟତଃ ଦେଖିବାକୁ ମିଳିଥାଏ। କାରଣ ଏହି ପକ୍ଷୀଙ୍କର ପାହାଡିଆ ଓ ଜଙ୍ଗଲିଆ ସ୍ଥାନ ଖୁବ୍‌ ପସନ୍ଦ। ଚାଇନା ବ୍ୟତୀତ ଏମାନେ ୟୁକେ, କାନାଡ଼ା, ଆମେରିକା, ମେକ୍ସିକୋ, କଲମ୍ବିଆ, ପେରୁ, ଜର୍ମାନୀ, ବେଲ୍‌ଜିୟମ୍‌, ଫ୍ରାନ୍ସ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲାଣ୍ଡ ଓ ଇଂଲଣ୍ଡର ପାହାଡି ଇଲାକାରେ ମଧ୍ୟ ଦେଖାଯାଇଥାନ୍ତି। ପ୍ରକୃତି ଏମାନଙ୍କ ଶରୀରରେ ବିଭିନ୍ନ ରଙ୍ଗ ଭରି ଦେଇଥିବାରୁ ଅନେକେ ଏହାଙ୍କୁ ରେନ୍‌ବୋ ଫେଜାଣ୍ଟ ବୋଲି ମଧ୍ୟ କହିଥାନ୍ତି। ଶରୀର ଅପେକ୍ଷା ଏମାନଙ୍କ ଲାଞ୍ଜ ଅଧିକ ଆକର୍ଷକ ଲାଗିଥାଏ।
ହମିଙ୍ଗ୍‌ ବାର୍ଡ: ଏମାନେ ନିଜର ରଙ୍ଗ ବଦଳାଇବାର କ୍ଷମତା ପାଇଁ ବେଶ୍‌ ଆକର୍ଷକ ଲାଗିଥାନ୍ତି। ଏମାନେ ଯେବେ ମୁଣ୍ଡ ହଲାନ୍ତି, ସେବେ ତାଙ୍କ ଶରୀରର ରଙ୍ଗ ବଦଳିଥାଏ। ତା’ଛଡ଼ା ଏହି କ୍ଷୁଦ୍ର ପକ୍ଷୀଟିର ଉଡିବା ଶୈଳୀ ମଧ୍ୟ ବେଶ୍‌ ଅଜବ ହୋଇଥାଏ। ଏହା ଆଗକୁ ହେଉ ବା ପଛକୁ, ଡାହାଣକୁ ହେଉ ବା ବାମକୁ କିମ୍ବା ଉପରତଳ ସବୁ ଆଡ଼କୁ ସ୍ଥିର ହୋଇ ଉଡିବାରେ ବେଶ୍‌ ମାହିର୍‌। ଏମାନେ ପ୍ରତି ୧୦ ମିନିଟ୍‌କୁ ଥରେ ଖାଦ୍ୟ ଖାଇଥାନ୍ତି। ଫୁଲର ରସ ପିଇବା ଏମାନଙ୍କର ଖୁବ୍‌ ପସନ୍ଦ।
କିଲ୍‌ ବିଲ୍‌ ଟୌକାନ୍‌: ଏମାନେ ମୁଖ୍ୟତଃ ଦକ୍ଷିଣ ଆମେରିକାର ଜଙ୍ଗଲରେ ଦେଖାଯାଇଥାନ୍ତି। ଏମାନଙ୍କର ଓଜନ ପ୍ରାୟ ୧ କି.ଗ୍ରା. ରହୁଥିବାବେଳେ ଲମ୍ବା ପ୍ରାୟ ୫୫ ସେ.ମି. ପର୍ଯ୍ୟନ୍ତ ବଢିଥାଏ। ଏମାନଙ୍କ ଥଣ୍ଟରେ ମୁଖ୍ୟତଃ ଏକାଧିକ ରଙ୍ଗ ଦେଖିବାକୁ ମିଳୁଥିବାରୁ ଅନେକେ ଏମାନଙ୍କୁ ରେନ୍‌ବୋ ବିଲ୍‌ ଟୌକାନ୍‌ ବୋଲି ମଧ୍ୟ କହିଥାନ୍ତି। ତା’ଛଡ଼ା ଶରୀର ତୁଳନାରେ ଏହି ପକ୍ଷୀମାନଙ୍କର ଥଣ୍ଟ ଟିକେ ବଡ଼ ଓ ଆକର୍ଷକ ଲାଗିଥାଏ। ଖାସ୍‌ ସେଥିପାଇଁ ଏହି ପକ୍ଷୀମାନଙ୍କର ଅଧିକ ଶିକାର ମଧ୍ୟ ହୋଇଥାଏ। ତେଣୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି।
ବ୍ଲୁ ଜେ:ଏମାନେ ମୁଖ୍ୟତଃ ଭାରତ, ଇଣ୍ଡୋନେସିଆ, ଇରାକ୍‌ ଆଦି ସ୍ଥାନରେ ଦେଖାଯାଇଥାନ୍ତି। ନୀଳ ରଙ୍ଗର ଏହି ପକ୍ଷୀଟି ଯେବେ ତା’ର ଡେଣା ମେଲାଇ ଆକାଶରେ ଉଡ଼ି ଯାଉଥାଏ, ସେବେ ଏହାର ରୂପ ବେଶ୍‌ ଆକର୍ଷକ ଲାଗିଥାଏ। ଏମାନଙ୍କର ଲମ୍ବା ୩୦ ସେ.ମି ପର୍ଯ୍ୟନ୍ତ ବଢୁଥିବାବେଳେ ଓଜନ ଅତି ବେଶିରେ ୧୫୦ରୁ ୨୦୦ ଗ୍ରାମ୍‌ ଭିତରେ ରହିଥାଏ। ଏତେ ଛୋଟ ପକ୍ଷୀଟିଏ ହେଲେ ବି ଏହା ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଶତ୍ରୁ କବଳରୁ ନିଜକୁ ରକ୍ଷା କରିବାରେ ବେଶ୍‌ ପାରଙ୍ଗମ ହୋଇଥାଏ।
ଫ୍ଲାମିଙ୍ଗୋ: ବିଶ୍ୱରେ ଏମାନେ ପ୍ରାୟ ୪ ପ୍ରଜାତିରେ ଦେଖାଯାଇଥାନ୍ତି ଆଉ ପ୍ରତି ପ୍ରଜାତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଭାରତରେ ଦେଖିବାକୁ ମିଳୁଥିବା ଫ୍ଲାମିଙ୍ଗୋମାନଙ୍କର ରଙ୍ଗ ମୁଖ୍ୟତଃ ଧଳା ଓ ନାରଙ୍ଗୀ ମିଶା ହୋଇଥାଏ, ଯାହା ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ। ଏହି ପକ୍ଷୀମାନେ ସଂଘବଦ୍ଧ ହୋଇ ଅଧିକାଂଶ ସମୟ ସମୁଦ୍ର ବା ନଦୀ କୂଳରେ ପାଣିରେ ଗୋଟିଏ ଗୋଡ଼ରେ ଠିଆ ହୋଇ ରହିଥିବାର ଦେଖିବାକୁ ମିଳିଥାନ୍ତି। କୁହାଯାଏ, ଏମିତି କରିବା ଦ୍ୱାରା ତାଙ୍କ ଶରୀରରେ ଉତ୍ତାପ ବୃଦ୍ଧି ପାଇଥାଏ; ଯଦ୍ୱାରା ସେମାନେ ଶିକାର ଅପେକ୍ଷାରେ ଅଧିକ ସମୟ ପାଣି ଭିତରେ ଠିଆ ହୋଇ ରହିବାରେ ସକ୍ଷମ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri