Posted inଫୁରସତ

ବିବାଦରେ ଭାଇରସ୍‌

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର ଓ ପ୍ରଶ୍ନବାଚୀ I ଏହା ପଛରେ ମୁଖ୍ୟତଃ ଦୁଇଟି ତତ୍ତ୍ବର ଉପସ୍ଥାପନା ଚର୍ଚ୍ଚାର ବଳୟ ମଧ୍ୟକୁ ଆସିଛି I ପ୍ରଥମ ତତ୍ତ୍ବ ଅନୁସାରେ, ଚାଇନା କୁଆଡେ ବିଶ୍ବ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ତଥା ବିଶ୍ବରେ ନିଜକୁ ଏକ ମହାଶକ୍ତି ରୂପେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଭାଇରସ୍‌କୁ ଏକ ଜୈବିକ ଅସ୍ତ୍ର ରୂପେ ନିଜ ପ୍ରୟୋଗଶାଳାରେ ବିକଶିତ କରିଛି I
ଦ୍ବିତୀୟ ତତ୍ତ୍ବ ଅନୁସାରେ, ଏହି ଭାଇରସ୍‌ ପ୍ରକୃତିସୃଷ୍ଟ ନ ହୋଇ ଚାଇନାର ଉହାନ୍‌ ସହରସ୍ଥିତ କୌଣସି ଏକ ପ୍ରୟୋଗଶାଳାରୁ ଆକସ୍ମିକ ରୂପେ ପଦାକୁ ନିଷ୍କ୍ରାନ୍ତ କିମ୍ବା ଲିକ୍‌ ହୋଇଥାଇପାରେ I
ମାତ୍ର ଚାଇନା ଏହି ମତବାଦ ଦୁଇଟିକୁ ଦୃଢ଼ଭାବେ ଖଣ୍ଡନ କରୁଛି I
ଜୈବିକ ଅସ୍ତ୍ର : ଏକ ଜୈବିକ ଅସ୍ତ୍ରରେ ମୁଖ୍ୟତଃ ରୋଗ ସୃଷ୍ଟିକାରୀ କିଛି ଅଣୁଜୀବ ବ୍ୟବହାର କରାଯାଏ, ଯାହାକୁ ସାଧାରଣତଃ ଦେଶର ଜନସାଧାରଣ, ଗୃହପାଳିତ ଜୀବଜନ୍ତୁ କିମ୍ବା ଫସଲ ଉପରେ ପ୍ରୟୋଗ କରାଯାଏ I ଏହା ପ୍ରକୃତରେ ଏକ ଭୟଙ୍କର ଅସ୍ତ୍ର। ଯେହେତୁ ଏହା ବ୍ୟାପ୍ତିର କୌଣସି ଭୌଗୋଳିକ ପରିସୀମା ନଥାଏ ଏବଂ ଏପରିକି ଏହା ଆକ୍ରମଣକାରୀ ରାଷ୍ଟ୍ରର ସୀମା ଭିତରକୁ ମଧ୍ୟ ସଂପ୍ରସାରିତ ହୋଇପାରେ I ବିଶ୍ବର କିଛି ରାଷ୍ଟ୍ର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ , ଜର୍ମାନୀ, ଜାପାନ୍‌, କାନାଡା, ଇସ୍ରାଏଲ୍‌, ଇରାନ, ଓ ଉତ୍ତର କୋରିଆ ଗୋପନୀୟ ଭାବେ ସମ୍ଭବତଃ କିଛି ମାରାତ୍ମକ ରୋଗ ଯଥା ଆନ୍ଥ୍ରାକ୍ସ , ବସନ୍ତ ଇତ୍ୟାଦି ସୃଷ୍ଟିକାରୀ ବିଭିନ୍ନ ଜୈବିକ ଅସ୍ତ୍ରର ଗବେଷଣା ଓ ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି I
ପ୍ରକୃତିସୃଷ୍ଟ ସପକ୍ଷରେ ମତବାଦ: ଚାଇନାକୁ ସମର୍ଥନ କରୁଥିବା କିଛି ଗବେଷକ କରୋନା ଭାଇରସର ଜିନୋମ୍‌ ଅନୁକ୍ରମ (Genome Sequence) କୁ ଅନୁଧ୍ୟାନ କରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ସମ୍ଭବତଃ କରୋନା ଭାଇରସ ମନୁଷ୍ୟକୃତ ନ ହୋଇ ପ୍ରାକୃତିକ I ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଉଲ୍ଲେଖ କରାଯାଉଛି I ପ୍ରଥମତଃ ଭାଇରସର ଗ୍ରାହକ ବନ୍ଧନସ୍ଥଳୀ କିମ୍ବା ରିସେପ୍ଟର୍‌ ବାଇଣ୍ଡିଙ୍ଗ ଡୋମେନ୍‌
(Receptor Binding Domain- RBD) ରୂପେ ଜଣାଥିବା ଏହାର ସ୍ପାଇକ୍‌ ପ୍ରୋଟିନ୍‌ ସମୟକ୍ରମେ ବିବର୍ତ୍ତିତ ହୋଇ ଏଭଳି ରୂପରେଖରେ ପହଞ୍ଚିଛି ଯେ ଏହା ମନୁଷ୍ୟ ଜୀବକୋଷର ବାହ୍ୟପୃଷ୍ଠରେ ମିଳୁଥିବା ACE ୨ ନାମକ ଏକ ଏନ୍‌ଜାଇମ୍‌ ସହିତ ଅକ୍ଳେଶରେ ସଂଯୋଗ ହୋଇଯାଇପାରୁଛି I
ଭାଇରସର ଏହି ସ୍ପାଇକ୍‌ ପ୍ରୋଟିନ୍‌ ଏତେ ସହଜରେ ମନୁଷ୍ୟ ଜୀବକୋଷ ସହିତ ସଂଯୋଗ ହୋଇପାରୁଛି ଯେ ଏହା କେବଳ ସୁଦୀର୍ଘ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟା ଦ୍ବାରା ହିଁ ସମ୍ଭବପର I ଦ୍ବିତୀୟତଃ କରୋନା ଭାଇରସର ଜିନୀୟ ସଂରଚନା ମନୁଷ୍ୟ ଶରୀରରେ ରୋଗ ସୃଷ୍ଟିକାରୀ ଅନ୍ୟ ଭାଇରସର ଗଠନଠାରୁ ସମ୍ପୂର୍ଣ୍ଣ ଅଲଗା; ବରଂ ଏହି ଭାଇରସର ବାଦୁଡି ଓ ବଜ୍ରକାପ୍ତାଠାରେ ମିଳୁଥିବା ଭାଇରସର ଗଠନ ସହିତ ଘନିଷ୍ଠ ସାମଞ୍ଜସ୍ୟ ରହିଛି I ତେଣୁ କୋଭିଡ୍‌ ଭାଇରସର ଏହି ଦୁଇଟି ବିଶେଷତ୍ତ୍ବ ଯଥା RBD ଅଙ୍ଗର ବିବର୍ତ୍ତନ ଏବଂ ଅଦ୍ବିତୀୟ ଜିନୀୟ ସଂରଚନା ମନୁଷ୍ୟକୃତ ନହୋଇ ବରଂ ପ୍ରକୃତିସୃଷ୍ଟ ବୋଲି ସୂଚନା ଦିଏ I
ଯଦି ଏହା ପ୍ରକୃତିସୃଷ୍ଟ, ତେବେ ଏହାର ପ୍ରାଥମିକ ଉତ୍ସ କ’ଣ ବୋଲି ମନରେ ପ୍ରଶ୍ନ ଉଠେ I ଏହା ସମ୍ଭବତଃ ବାଦୁଡି ଭଳି ଏକ ଜୀବ ଉତ୍ସରୁ ଆସିଛି I
ଏହି ପ୍ରକ୍ରିୟାରେ ମଧ୍ୟ ବଜ୍ରକାପ୍ତା ଭଳି ଏକ ମଧ୍ୟବର୍ତ୍ତୀ ଜୀବ ସଂଶ୍ଳିଷ୍ଟ ଥାଇପାରେ ବୋଲି ବିଶ୍ବାସ କରାଯାଏ I ଏକ ତୃତୀୟ ମତବାଦ ଅନୁସାରେ, ମନୁଷ୍ୟଠାରେ ରୋଗ ସୃଷ୍ଟି କରୁନଥିବା ଗୋଟିଏ ଭାଇରସ୍‌ ପ୍ରଥମେ କୌଣସି ଏକ ଜୀବଠାରୁ ମନୁଷ୍ୟକୁ ସଂଚାରିତ ହୋଇଥିଲା, ଯାହା ମନୁଷ୍ୟ ଶରୀରରେ ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନ ବା ମ୍ୟୁଟେଶନ୍‌ ଘଟି ଏବେକାର ମାରାତ୍ମକ ଭାଇରସର ରୂପ ନେଇଛି I
ମନୁଷ୍ୟକୃତ ଉତ୍ସ ସପକ୍ଷରେ ମତବାଦ: ଯୁକ୍ତରାଷ୍ଟ୍ର ଆମେରିକା ଦୃଢ ଭାବରେ ବିଶ୍ବାସ କରେ ଯେ, ଏହି ଭାଇରସ୍‌ ଚାଇନାର ଉହାନ୍‌ ସହର ସ୍ଥିତ କୌଣସି ଜୈବିକ ପ୍ରୟୋଗଶାଳାରୁ ଦୁର୍ଘଟଣା ବଶତଃ ପଦାକୁ ନିଷ୍କ୍ରାନ୍ତ ହୋଇଛି I ଏବେ ଉହାନ୍‌ ସହରରେ ମୁଖ୍ୟତଃ ଦୁଇଟି ଜୈବିକ ପ୍ରୟୋଗଶାଳା କାର୍ଯ୍ୟକାରୀ ରହିଛି : ସେଥିରୁ ଗୋଟିଏ ହେଲା ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (Wuhan Institute of Virology – WIV), ଯାହା ବିଗତ ୨୦୦୨ ମସିହାରେ ଫ୍ରାନ୍ସ ସହାୟତାରେ ବିଶ୍ବରେ ସାର୍ସ୍‌ (SARS) ବ୍ୟାଧିର ସଂକ୍ରମଣ ପ୍ରସାର ପରେ ପରେ ପ୍ରତିଷ୍ଠିତ ହୋଇଥିଲା I ଏହା ଚାଇନା ଏକାଡେମୀ ଅଫ୍‌ ସାଇନ୍ସେସ୍‌ ଦ୍ବାରା ପ୍ରତିଷ୍ଠିତ ସମୁଦାୟ ୨୦ଟି ପ୍ରୟୋଗଶାଳା ମଧ୍ୟରୁ ଅନ୍ୟତମ ହୋଇଥିଲେ ହେଁ ଭାଇରସ୍‌ ବିଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦେଶର ଏକମାତ୍ର ପ୍ରତିଷ୍ଠାନ I ଏହି ପ୍ରତିଷ୍ଠାନରେ ମନୁଷ୍ୟ ଶରୀରରେ ରୋଗ ସଷ୍ଟି କରୁଥିବା ଅନେକ ମାରାତ୍ମକ ଭାଇରସର ନମୁନା ମୁଖ୍ୟତଃ ଗବେଷଣା ପାଇଁ ସଂଗୃହୀତ କରି ରଖାଯାଇଛି I ସେହିପରି ଅନତୀଦୂରରେ ସେହି ଉହାନ୍‌ ସହରରେ ଜୈବିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଦ୍ବିତୀୟ ପ୍ରତିଷ୍ଠାନ ଯଥା ଉହାନ୍‌ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ( Wuhan Centre for Disease Control – WCDC) ଅବସ୍ଥିତ I ଏହା କରୋନା ପ୍ରଥମେ ବ୍ୟାପିଥିବା ମାଂସ ବଜାରଠାରୁ ମାତ୍ର ୩ କି.ମି. ଦୂରରେ ଅବସ୍ଥିତ I ଏହି ପ୍ରତିଷ୍ଠାନ ମଧ୍ୟ ବାଦୁଡିମାନଙ୍କ ଉପରେ କରୋନା ଭାଇରସର ସଂକ୍ରମଣ ନେଇ ଗବେଷଣା କରି ଆସୁଥିବା ସନ୍ଦେହ କରାଯାଏ I ବିଗତ ୨୦୧୮ ମସିହାଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦୁଇ ଅନୁଷ୍ଠାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନଥିବା ଦର୍ଶାଇ ଅଭିଯୋଗ କରିଆସୁଛି I ଆମେରିକା ମତରେ, ଏଭଳି ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନକୁ ଠିକ୍‌ ରୂପେ ପରିଚାଳନା କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ କିମ୍ବା ଭିତ୍ତିଭୂମିର ଘୋର ଅଭାବ ରହିଛି I
ବିଶେଷଜ୍ଞମାନଙ୍କ ମତରେ, ସୁରକ୍ଷାର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଏହି ଦୁଇ ପ୍ରତିଷ୍ଠାନରେ ମାରାତ୍ମକ ଭାଇରସମାନଙ୍କୁ ଦିଶାନିର୍ଦ୍ଧାରିତ ଜୈବିକ ସୁରକ୍ଷା ସ୍ତର (Bio Safety Level- BSL) – ୪ ପରିବର୍ତ୍ତେ ଏକ ନିମ୍ନମାନର ଜୈବିକ ସୁରକ୍ଷା ସ୍ତର -୨ ଅନୁସାରେ ଅଧ୍ୟୟନ କରାଯାଉଥିଲା, ଯାହା ବାସ୍ତବକ୍ଷେତ୍ରରେ ଅତି ବିପଦପୂର୍ଣ୍ଣ I କରୋନା ସଂକ୍ରମଣର ଶିକାର ହୋଇଥିବା ପ୍ରଥମ ରୋଗୀ ସମ୍ଭବତଃ ଏହି ଦୁଇଟି ପ୍ରୟୋଗଶାଳା ମଧ୍ୟରୁ ଗୋଟିକରେ ଜଣେ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ I ସେ ହୁଏତ ମହିଳା କିମ୍ବା ପୁରୁଷ କର୍ମଚାରୀ ହୋଇପାରନ୍ତି I ସେ ସମ୍ଭବତଃ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଉପରୋକ୍ତ ଅନୁଷ୍ଠାନରେ ସଂରକ୍ଷିତ ଥିବା ଭାଇରସର କୌଣସି ନମୁନା ସଂସ୍ପର୍ଶରେ ଆସି କରୋନା ଇତିହାସର ପ୍ରଥମ ସଂକ୍ରମଣର ଶିକାର ହୋଇଥିଲେ I ପରବର୍ତ୍ତୀ ସମୟରେ ସେ ନିକଟସ୍ଥ ମାଂସ ବଜାରକୁ ମାଂସ କିଣିବା ପାଇଁ ଯାଇଥିବା ସମୟରେ ପଦାକୁ ସଂକ୍ରମଣର ଦ୍ବାର ଖୋଲି ଦେଇ ଦୁନିଆକୁ ଏକ ବଡ଼ ବିପଦ ମୁଁହକୁ ଠେଲି ଦେଇଥିଲେ I
ନୂତନ ତଥ୍ୟ: ମାତ୍ର ଚାଇନା ଏହି ଭାଇରସର ପ୍ରୟୋଗଶାଳାରୁ ଦୁର୍ଘଟଣାବଶତଃ ଲିକ୍‌ କିମ୍ବା ମନୁଷ୍ୟକୃତ ଉତ୍ସ ମତବାଦକୁ ଦୃଢ ରୂପେ ଖଣ୍ଡନ କରୁଛି I କରୋନା ଭାଇରସ ଯେ ମନୁଷ୍ୟକୃତ ନ ହୋଇ ବରଂ ପ୍ରାକୃତିକ, ଚାଇନାର ଏହି ମତବାଦକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରି ଆସିଛି I
ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏଭଳି ସ୍ପଷ୍ଟୀକରଣକୁ ଗ୍ରହଣ ନକରି ଏହା ଚାଇନା ପ୍ରୟୋଗଶାଳାରେ ସୃଷ୍ଟ ବୋଲି ଆରମ୍ଭରୁ ଦୋହରେଇ ଆସିଛି I ସେଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଭାଇରସକୁ ‘ଉହାନ୍‌ ଭାଇରସ୍‌’ ବୋଲି ଆଖ୍ୟା ଦେଇଥିଲେ I ଏବେକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଭାଇରସର ସୃଷ୍ଟି ପଛରେ କିଛି ମନୁଷ୍ୟକୃତ କାର୍ଯ୍ୟକଳାପ ରହିଥିବାର ସନ୍ଦେହ କରି ଏ ସଂକ୍ରାନ୍ତରେ ଅନୁସନ୍ଧାନ କରି ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଆମେରିକା ମତରେ ଆଗାମୀ ଦିନରେ ଏଭଳି ଘାତକ ବୈଶ୍ବିକ ମହାମାରୀର ଆବିର୍ଭାବକୁ ରୋକିବା ପାଇଁ ହେଲେ ଏବେକାର କରୋନା ଭାଇରସର ଇତିିବୃତ୍ତ ଓ ଜନ୍ମରହସ୍ୟ ଜାଣିବା ନିହାତି ଆବଶ୍ୟକ I
ଦୀର୍ଘ ଦିନର ନୀରବତା ପରେ ଏବେ ନିକଟରେ କିଛି ନୂତନ ତଥ୍ୟ ଲୋକଲୋଚନକୁ ଆସିଛି, ଯାହା ଚାଇନା ଦ୍ବାରା ଭାଇରସର ମନୁଷ୍ୟକୃତ ଉତ୍ପତ୍ତି ମତବାଦର ସମର୍ଥନ କରୁଛି I ପ୍ରଥମତଃ ଚାଇନା ଗତ ୨୦୧୯ ମସିହା ଡିସେମ୍ବରରେ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ବିଶ୍ବକୁ ଅବଗତ କରାଇବାର ପ୍ରାୟ ମାସେ ପୂର୍ବରୁ ଉହାନ୍‌ ପ୍ରୟୋଗଶାଳାର କିଛି ଗବେଷକ କୋଭିଡ୍‌ ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ପ୍ରମାଣ ମିଳିଛି I ଏବେ ଚାଇନା କିନ୍ତୁ ଏ ସଂକ୍ରାନ୍ତୀୟ ପ୍ରମାଣ ଏବଂ ଦସ୍ତାବିଜକୁ ନଷ୍ଟ କରି ଦେଲାଣି I ଦ୍ବିତୀୟତଃ ଏବେ ଦୁଇ ଜଣ ଯୁରୋପୀୟ ଗବେଷକ ଯଥା ବ୍ରିଟେନର ପ୍ରଫେସର୍‌ ଅଙ୍ଗସ୍‌ ଡଲଗ୍ଲିସ୍‌ ଏବଂ ନରଓ୍ବେର ଡକ୍ଟର ବର୍ଜର ସୋରେନସେନ୍‌ ଏ ସଂକ୍ରାନ୍ତରେ ଅଧିକ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ, କରୋନା ଭାଇରସ ପ୍ରାକୃତିକ ବାଦୁଡି ଉତ୍ସରୁ ଉତ୍ପତ୍ତି ନ ହୋଇ ବରଂ ଚାଇନାର ପ୍ରୟୋଗଶାଳାରୁ ସୃଷ୍ଟ, ଯାହାକୁ ଚାଇନା ରିଭର୍ସ ଇଞ୍ଜିନିୟରିଂକୌଶଳ ଦ୍ବାରା ଏବେକାର ରୂପରେଖରେ ପରିଣତ କରି ପ୍ରକୃତ ତଥ୍ୟ ଲୁଚାଇ ଦେଇଛି I ତୃତୀୟତଃ ଗତ ବର୍ଷ ଫେବୃୟାରୀ ମାସରେ ସାଉଥ୍‌ ଚାଇନା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ କାର୍ଯ୍ୟରତ ବୋଟାଓ ଜିଆଓ ନାମକ ଜଣେ ଚାଇନା ଗବେଷକ ଏକ ସନ୍ଦର୍ଭ ପ୍ରକାଶ କରି ଭାଇରସ ପ୍ରୟୋଗଶାଳାରୁ ସୃଷ୍ଟ ବୋଲି ମତପୋଷଣ ପୂର୍ବକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଘୋର ଆଶଙ୍କା ପ୍ରକାଶ କରିଥିଲେ I ମାତ୍ର ପରବର୍ତ୍ତୀ ସମୟରେ ସେ ସମ୍ଭବତଃ ଚାଇନା ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ଏହି ସନ୍ଦର୍ଭ ପ୍ରତ୍ୟାହୃତ କରିନେଇଥିଲେ I
ତେବେ କରୋନା ଭାଇରସ୍‌ର ଜନ୍ମ ସମ୍ପର୍କରେ ଏଭଳି ଅନେକ ବାଦବିବାଦ ଲାଗି ରହିଥିବାବେଳେ ଆଗାମୀ ଦିନରେ ଏ ସଂକ୍ରାନ୍ତରେ ପରବର୍ତ୍ତୀ ଗବେଷଣା ଅଧିକ ଆଲୋକପାତ କରିବ ବୋଲି ବିଶ୍ବାସ କରାଯାଏ I

-ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri