ଚୋର ସନ୍ଦେହରେ ପିଟି ହତ୍ୟା

ଢେଙ୍କାନାଳ ଅଫିସ,୨୧ା୫: ଚୋରି କରିଛନ୍ତି ବୋଲି ମାନିନେବାକୁ ଗ୍ରାମସଭାରେ ବାଧ୍ୟ କଲେ। ଏଥିରେ ଅମଙ୍ଗ ହେବାରୁ ଯୁବକଙ୍କୁ ଘରୁ ଉଠାଇ ନେଇ ପିଟି ପିଟି ମାରିଦେଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ। ମୃତକ ହେଲେ ଅକ୍ଷୟ ପଣ୍ଡା (୩୦)। ଆକ୍ରମଣରେ ଅକ୍ଷୟଙ୍କ ସହଯୋଗୀ ଲିପୁ ନାୟକ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ହେମନ୍ତ ରାଉତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ମାସେ ତଳେ ଡେଙ୍ଗବୋରେଇ ଗ୍ରାମର ହେମନ୍ତ ରାଉତଙ୍କ ଫାର୍ମରୁ ପାଣିପମ୍ପ ଏବଂ ପାଇପ୍‌ ଚୋରି ହୋଇଥିଲା। ଏ ନେଇ ଅକ୍ଷୟଙ୍କ ଉପରେ ସନ୍ଦେହ କରି ସେ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସର ତଦନ୍ତ ବେଳେ ଚୋରିରେ ସମ୍ପୃକ୍ତି ନ ଥିବା ସେ କହିଥିଲେ। ଗତ ଶୁକ୍ରବାର ଗ୍ରାମରେ ବସିଥିବା ବୈଠକରେ ଅକ୍ଷୟଙ୍କୁ ଡାକି ପଚରାଉଚରା କରିବା ସତ୍ତ୍ୱେ ସେ ଉକ୍ତ ଚୋରି ବିଷୟରେ ଜାଣି ନ ଥିବା କହିଥିଲେ ଏବଂ ଘରକୁ ଚାଲି ଆସିଥିଲେ। ରାତିରେ ଖାଇପିଇ ଶୋଇଥିବାବେଳେ ହେମନ୍ତ ଏବଂ ତାଙ୍କର ଅନ୍ୟ କେତେଜଣ ସହଯୋଗୀ ପହଞ୍ଚତ୍ ଅକ୍ଷୟ ଓ ଲିପୁଙ୍କୁ ଉଠାଇ ନେଇଥିଲେ। ଗ୍ରାମ ନିକଟ ପଥରଖଣିରେ ଉଭୟଙ୍କୁ ଲୁହା ପାଇପ୍‌ରେ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ଆହତ ସତ୍ତ୍ୱେ ଲିପୁ କୌଣସିମତେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଉତ୍ତେଜିତ ଗ୍ରାମବାସୀ ପୋଲିସ ଗାଡ଼ିକୁ ଅଟକ ରଖିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପାଣିପମ୍ପ ଓ ପାଇପ୍‌ ଚୋରି ଘଟଣାରେ ଅକ୍ଷୟ ସମ୍ପୃକ୍ତ ନ ଥିବା କହିବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଫଳରେ ହେମନ୍ତ ଗ୍ରାମର କେତେଜଣ ଲୋକଙ୍କୁ ଡାକି ବୈଠକ କରି ଦୁଇଦିନ ମଧ୍ୟରେ ଚୋରି ସାମଗ୍ରୀ ଫେରାଇବାକୁ ବାଧ୍ୟ କରିଥିଲେ। ଅକ୍ଷୟ ପୁନର୍ବାର ନିଜକୁ ନିର୍ଦ୍ଦୋଷ ବୋଲି ଦୋହରାଇବା ସତ୍ତ୍ୱେ କୌଣସି କଥା ନ ବୁଝି ହେମନ୍ତ ଏବଂ ତାଙ୍କ ସହଯୋଗୀ ଉତ୍ତ୍ୟକ୍ତ ହୋଇ ଏଭଳି ଅଘଟଣ ଘଟାଇଲେ। ପୋଲିସର ଅବହେଳା ପାଇଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଅପରପକ୍ଷେ ସ୍ବାମୀଙ୍କ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅକ୍ଷୟଙ୍କ ସ୍ତ୍ରୀ ଲିପିନା ପଣ୍ଡା ଦାବି କରିଛନ୍ତି। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ପୋଲିସ ଗୁରୁତ୍ୱର ସହ ନେଇଛି। ଡିଏସ୍‌ପି ବିଭୂତି ସାହୁ, ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଜିଲା ଚିକିତ୍ସାଳୟରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ସଦର ଥାନାରେ ନଂ. ୪୨୯/୨୩ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri