ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ

ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍‌ ପୀତାମ୍ବର ବରାଳ ଓ ସାନପୁଅ ତ୍ରିନାଥ ଓରଫ୍‌ ତପନ ବରାଳ। ଏହି ୩ ଅଭିଯୁକ୍ତଙ୍କୁ ପୋଲିସ ୨ଦିନ ଅଟକରଖି ପଚରାଉଚରା କରୁଥିଲା। ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ବିକାଶଙ୍କୁ ପିଟି ମାରି ପୋଖରୀରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସହ ଜଡ଼ତିଥିବା ସନ୍ଦେହରେ ଆଉ ୩ ସନ୍ଧିଗ୍ଧଙ୍କୁ ପୋଲିସ ପଚରା ଉଚରା କରି ଛାଡି ଦେଇଥିବା ଜଣାଯାଇଛି।
ଘଟଣାକୁ ଛାନଭିନ ପାଇଁ ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଥିଲା। ଶନିବାର ସକାଳୁ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ୩ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ଆଣାଯାଇ ହତ୍ୟାକାଣ୍ଡର ସିନ ରିକ୍ରିଏଶନ କରାଯାଇଥିଲା। ଅଭିଯୁକ୍ତ ବିକାଶଙ୍କୁ କେମିତି ମାରିଥିଲେ ଏବଂ ତାଙ୍କୁ ନେଇ ପୋଖରରୀରେ ଫିଙ୍ଗି ଥିଲେ ସେ ସମ୍ପର୍କରେ ପୋଲିସକୁ ଜଣାଇଥିଲେ।
ଜମି ବିବାଦକୁ ନେଇ ଅଭିଯୁକ୍ତ ହରେକୃଷ୍ଣ ବରାଳ ଓ ବିକାଶ ଲେଙ୍କା ପରିବାରର ସହ ବିବାଦ ରହି ଆସୁଥିଲା। ୨୦୧୬ରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ସେତେବେଳେ ହରେକୃଷ୍ଣଙ୍କ ପରିବାର ବିକାଶଙ୍କ ୨ ହାତକୁ କୋଦାଳରେ ହାଣି ଦେଇଥିଲେ। ସେବେଠାରୁ ଉଭୟ ପରିବାର ମଧ୍ୟରେ ବିବାଦ ଦେଖାଯିବା ସହ କୋର୍ଟରେ ମାମଲା ରହିଆସୁଥିଲା। ବିଭିନ୍ନ ସମୟରେ ଅଭିଯୁକ୍ତ ପରିବାର ବିକାଶଙ୍କୁ ମାରି ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିକାଶଙ୍କ ମା’ବାପାଙ୍କ ମୃତ୍ୟୁ ପରେ ସେ ଏକୁଟିଆ ହୋଇଯାଇଥିଲେ। ତେଣୁ ସେ ନିଜ ଘର ମିର୍ଜାପୁର ଗାଁରେ ରହୁଥିଲେ। କିଛି ଦିନ ହେବ ସେ ରାହାମ୍ବା ସ୍ଥିତ ମାମୁ ଘରକୁ ଆସିଥିଲେ। ଘଟଣା ଦିନ ଜଣେ ସହଯୋଗୀଙ୍କ ସହ ମଧୁବନ ବଜାରରୁ ବିରିୟାନି ଆଣି ଘରକୁ ଫେରିଥିଲେ। ସହଯୋଗୀଙ୍କୁ ଘରେ ଛାଡି ଦେଇ ଗୋଟିଏ ପାକେଟ ବିରିୟାନି ନେଇ ଘରକୁ ଯାଇଥିଲେ। ପରେ ବିକାଶ ସହଯୋଗୀଙ୍କ ସହାୟତାରେ ଗାଁର ଏକ ସ୍ଥାନକୁ ଯାଇଥିଲେ। ସେଠାରେ ଛାଡି ସହଯୋଗୀ ଘରକୁ ଫେରି ଆସିଥିଲେ। ଏହି ଦିନ ବିକାଶଙ୍କୁ ମାରିବାକୁ ଅଭିଯୁକ୍ତ ଯୋଜନା କରିଥିଲେ। ସେଥିପାଇଁ ଅଭିଯୁକ୍ତ ତାଙ୍କ ଗତିବିଧିକୁ ଅନୁଧ୍ୟାନ କରୁଥିଲେ। ଏକ ହୋଟେଲରେ ଅଭିଯୁକ୍ତ ଗରୁଡ କାମ କରୁଥିଲେ। ସେ ହୋଟେଲରୁ ଫୋନ ଯୋଗେ ବିକାଶଙ୍କ ଗତିବିଧିକୁ ପଚାରି ବୁଝୁଥିଲେ। ରାତିରେ ବିକାଶ ମାମୁ ଘରକୁ ଫେରୁଥିବା ଜାଣି ହରେକୃଷ୍ଣ ଓ ତାଙ୍କ ସାନପୁଅ ବିକାଶଙ୍କୁ ଅଟକାଇ ରଖି ଗରୁଡ଼ଙ୍କୁ ଡାକିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ସମସ୍ତେ ମିଶି ବିକାଶଙ୍କୁ ମାରିଥିଲେ। ହତ୍ୟାକାଣ୍ଡକୁ ନେଇ ବିକାଶଙ୍କ ଦାଦା ନିଳମଣି ଲେଙ୍କା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଥାନାରେ ନଂ.୧୦୫/୨୩ରେ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ଶିବ ଚରଣ ବେହେରା ଘଟଣାର ତଦନ୍ତ କରୁଛନ୍ତି। ଘଟଣାରେ ଆଉ କହାର ସଂପୃକ୍ତି ରହିଛି କି ନାହିଁ ସେ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?