ବାଉଁଶରେ ପିଟି ମାରିଥିଲେ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀର ନିଶାମୁକ୍ତି କେନ୍ଦ୍ର କୃପା ଫାଉଣ୍ଡେଶନରେ ଘଟିଥିବା ହତ୍ୟା ଘଟଣାର ଦୀର୍ଘ ଏକ ମାସ ପରେ କମିଶନରେଟ ପୋଲିସ ପରଦା ଉଠାଇଛି। ଅଗଷ୍ଟ ୫ରେ ଜଗତ୍‌ସିଂହପୁର ଥାନା ଅଧୀନ ଜୋତ ଗ୍ରାମର ତ୍ରିନାଥ ସେଠୀଙ୍କୁ ଶହୀଦନଗର ଥାନା ଅନ୍ତର୍ଗତ ପାଣ୍ଡରାସ୍ଥିତ କୃପା ଫାଉଣ୍ଡେଶନରେ ବାଉଁଶରେ ପିଟିପିଟି ହତ୍ୟା କରାଯିବା ପରେ ଏହାକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ଏହି ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ପିପିଲିରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ଶ୍ରୀରାମଚନ୍ଦ୍ରପୁର ଗ୍ରାମର କୀର୍ତ୍ତି ତ୍ରିପାଠୀ। ହତ୍ୟା ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି।
ସୂଚନା ଅନୁଯାୟୀ, ଅଗଷ୍ଟ ୫ତାରିଖ ଅପରାହ୍ନରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରୁ ୫ଜଣ ରୋଗୀ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ କାର୍ତ୍ତିକଙ୍କ ସମେତ ୩ଜଣଙ୍କୁ କେନ୍ଦ୍ରର କର୍ମଚାରୀମାନେ ଧରିଥିଲେ। ଏହାପରେ ତ୍ରିନାଥଙ୍କୁ ଉକ୍ତ କେନ୍ଦ୍ରର ମୁଖ୍ୟ କୀର୍ତ୍ତି ଓ କେୟାରଟେକର୍‌ମାନେ ମିଶି ବାଉଁଶରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତ୍ରିନାଥ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ଏହାପରେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ତେବେ ନିଶାମୁକ୍ତି କେନ୍ଦ୍ରର ଛାତ ଉପରୁ ପଡ଼ି ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା କୀର୍ତ୍ତି ପୋଲିସକୁ କହିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ-୪୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ପୋଲିସ ଅଗଷ୍ଟ ୨୪ରେ ଏକ ହତ୍ୟା ମାମଲା (ନଂ-୩୨୬/୨୧) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୋଲିସ ସତ୍ୟାସତ୍ୟ ଜାଣିବା ପରେ କୀର୍ତ୍ତି ଏବଂ କେୟାରଟେକରମାନେ ଫେରାର ହୋଇଯାଇଥିଲେ।
ମୃତକଙ୍କ ବାପା ବାବାଜୀ ଚରଣ ସେଠୀଙ୍କ କହିବା ଅନୁଯାୟୀ, ୬ ମାସ ହେବ ସେ କୃପା ଫାଉଣ୍ଡେଶନର ନିଶାମୁକ୍ତି କେନ୍ଦ୍ରରେ ତ୍ରିନାଥଙ୍କୁ ଛାଡିଥିଲେ। ଏଥିପାଇଁ ସେ ଉକ୍ତ ଫାଉଣ୍ଡେଶନକୁ ଟଙ୍କା ପଠାଉଥିଲେ। ତେବେ ଅଗଷ୍ଟ ୫ ତାରିଖ ବିଳମ୍ବିତ ରାତିରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କରି ଜଣାଇଥିଲେ। ସେ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଛାତରୁ ପଡ଼ି ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ପୋଲିସ ତାଙ୍କୁ କହିଥିଲା। ତେବେ ତାଙ୍କ ପୁଅର ହାତ କିମ୍ବା ଗୋଡ଼ ଭାଙ୍ଗି ନ ଥିବା ସହ ମୁଣ୍ଡରେ କୌଣସି କ୍ଷତ ଚିହ୍ନ ନ ଥିଲା। ତେଣୁ ପୋଲିସ କଥାରେ ସେ ବିଶ୍ୱାସ କରି ନ ଥିଲେ। ତ୍ରିନାଥଙ୍କୁ ହତ୍ୟା କରାଯାଇଥିବା ବାବାଜୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri