ପୂର୍ବ ଶତ୍ରୁତାରୁ ମାରପିଟ, ୨ ଗୁରୁତର

ରସୁଲପୁର,୧୯।୩(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଖଣ୍ଡିତର ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଗୋଟିଏ ପରିବାରର ସୁଶାନ୍ତ ପଣ୍ଡାଙ୍କ ବଡ଼ ଭାଇ ଅରୁଣ ପଣ୍ଡା ଓ ସମ୍ପର୍କୀୟ ଟିଟିଲ ଓରଫ୍‌ ଆଦିତ୍ୟ ନାରାୟଣ ପଣ୍ଡା ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏ ନେଇ ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ହୋଇଛି। ପୋଲିସ ନଂ.୯୧/୨୩ ଓ ୯୨/୨୩ରେ ଦୁଇଟି ମାମଲା ରୁଜୁ କରିଛି। ମାମଲା ନଂ.୯୧ ବଳରେ ଅମ୍ବିକା ପଣ୍ଡାଙ୍କ ପୁଅ ଅରମାନ ପଣ୍ଡା(୨୨) ଓ ମାମଲା ନଂ. ୯୨ ବଳରେ ଶୁଶାନ୍ତ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ରାତିରେ ସୁଶାନ୍ତଙ୍କ କ୍ଷେତରୁ ପୋଟଳ ଚୋରି ହେଉଛି ବୋଲି ତାଙ୍କ ପାଖକୁ ଫୋନ ଆସିଥିଲା। ଏହା ଜାଣି ସୁଶାନ୍ତ ଓ ସମ୍ପର୍କୀୟ ଭାଇ ଟିଟିଲି ବିଲକୁ ଯାଇଥିଲେ। ପୋଟଳ କ୍ଷେତର ପ୍ରାୟ ୧୦୦ମିଟର ଦୂରରେ ଏକ ବାଇକ୍‌ ନମ୍ବର-ଓଡି-୦୪-ପି-୯୫୪୦ ଥୁଆ ହୋଇଥିଲା। ଉକ୍ତ ଗାଡ଼ିର ଫଟୋ ଉଠାଇବା ବେଳେ ବାଇକ ଚାଳକ ସଦାନନ୍ଦପୁରର ବୋଲି ପରିଚୟ ଦେଇଥିଲେ। ତେବେ ସେ ଏତେ ରାତିରେ ଏଠାକୁ କାହିଁକି ଆସିଛନ୍ତି ବୋଲି ସୁଶାନ୍ତ ପଚାରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମାରଣାସ୍ତ୍ର ଓ ଠେଙ୍ଗାବାଡି ରଖି ପ୍ରସ୍ତୁତ ଥିବା ଅମ୍ବିକା ଓ ତାଙ୍କ ପୁଅମାନେ ସୁଶାନ୍ତ ଏବଂ ଟିଟିଲିଙ୍କୁ ଆକ୍ରମଣ କରିଥିଲେ। ଏହି ଖବର ଜାଣି ସୁଶାନ୍ତଙ୍କ ବଡ଼ ଭାଇ ଘଟଣାସ୍ଥଳରେ ପହଞ୍ଚତ୍ବାରୁ ଅମ୍ବିକାଙ୍କ ପରିବାର ତାଙ୍କ ମୁଣ୍ଡକୁ ମାଡ଼ ମାରି ଫଟାଇ ଦେଇଥିଲେ। ଏହି ଗଣ୍ଡଗୋଳରେ ଅମ୍ବିକାଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି।
ଏଠାକୁ ସଦାନନ୍ଦପୁରରୁ ଆସିଥିବା ପଲସର କାହାର ଓ ରାତିରେ କେଉଁ ପରିସ୍ଥିତିରେ ପୋଟଳ କ୍ଷେତ ନିକଟକୁ ଆସିଥିଲା। ପୋଟଳ ଚୋରି ସମ୍ପର୍କରେ ଆସିଥିବା ଫୋନ କାହାର ଓ କିଏ ସୁଶାନ୍ତଙ୍କୁ ଫୋନ କରିଥିଲା, ସେ ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରିଲେ ଘଟଣା ପଛର ଅସଲ ରହସ୍ୟ ବୁଝାପଡ଼ିବ। ତେବେ ବାଇକ୍‌ରେ ଆସିଥିବା ବ୍ୟକ୍ତି ଜଣକ ପରିବା ବ୍ୟବସାୟୀ ବୋଲି ଅଭିଯୋଗ ହେଉଛି। ଅମ୍ବିକାଙ୍କ ପରିବାର ସୁଶାନ୍ତଙ୍କ ପୋଟଳ କିଆରିରୁ ପୋଟଳ ଚୋରି କରି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଡାକି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଆଉ ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବାରେ ପୋଲିସ କେତେ ସକ୍ଷମ ହେଉଛି ତାକୁ ଦେଖିବାକୁ ବାକି ରହିଲା। ା ପ୍ରକାଶଥାଉକି, ଜମିବାଡି ବିବାଦକୁ କେନ୍ଦ୍ରକରି ସୁଶାନ୍ତ ଓ ଅମ୍ବିକାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ...

ସରକାର ଶୁଣିଲେନି, ନିଜଖର୍ଚ୍ଚରେ ତାମିଲନାଡୁରୁ ଫେରୁଛନ୍ତି ୪୫ ଶ୍ରମିକ

ସୋନପୁର,୧୭।୫(ନି.ପ୍ର.)-ଲକ୍‌ଡାଉନ୍‌ ଯୋଗୁଁ ତାମିଲନାଡୁର ନାମକୋଲରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୪୫ ଜଣ ଶ୍ରମିକ ଘରକୁ ପେରୁଛନ୍ତି। ଶନିବାର ରାତିରେ ଅନ୍ୟ ଜିଲାର ଓଡିଆ ଶ୍ରମିକଙ୍କ...

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଦୀଘା-ଜଳେଶ୍ୱର ରେଳପଥ

ଭୋଗରାଇ, ୩୦ା୫(ଡି.ଏନ.ଏ.): ଓଡ଼ିଶା-ପଶ୍ଚିମବଙ୍ଗ ଲୋକପ୍ରତିନିଧିଙ୍କ ଦୀର୍ଘଦିନର ଦାବି ହୋଇଆସୁଥିବା ଦୀଘା-ଜଳେଶ୍ୱର ବ୍ରଡ଼ଗେଜ ରେଳପଥ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଦକ୍ଷିଣପୂର୍ବ ରେଳ ଡିଭିଜନ ପକ୍ଷରୁ ସୂଚନା ମିଳିଛି।...

ସିସିଟିଭିରେ ଲଢ଼େଇ ଦେଖୁଛି ବନ ବିଭାଗ: ସୁନ୍ଦରୀକୁ ଝାମ୍ପ ଦେଉଛି ପୁରୁଣା ବାଘୁଣୀ

ବନ୍ତଳା,୧୯ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ରାଇଗୁଡା ରେଞ୍ଜ ଏନକ୍ଲୋଜର ମଧ୍ୟରେ ଥିବା ବାଘୁଣୀ ସୁନ୍ଦରୀ ସହ ଲଢ଼େଇ କରିବାକୁ ତୟାର ହେଉଛି ପୁରୁଣା...

ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ, ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କାର୍‌

ଫୁଲନଖରା,୨୧।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ କାର ବ୍ରିଜ଼ ତଳକୁ ଖସିପଡିଛି। କାରରେ ୪ଜଣ...

ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା

ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ...

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ ।...

ପାରଳାଖେମୁଣ୍ଡି ଉପକାରାଗାରରେ ପଶିଲା କରୋନା

ପାରଳାଖେମୁଣ୍ଡି,୯ା୮(ସ୍ବ.ପ୍ର.): ଗଜପତି ଜିଲାରେ କରୋନା କାୟା ମେଲାଇବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପାରଳାଖେମୁଣ୍ଡି ଉପକାରାଗାରରେ...

Advertisement
Archives

Model This Week