ଶ୍ରୀକ୍ଷେତ୍ରରେ ପୁଣି ପର୍ଯ୍ୟଟକଙ୍କୁ ମାଡ଼

ପୁରୀ ଅଫିସ,୧୩।୨: ଶ୍ରୀକ୍ଷେତ୍ରରେ ପୁଣି ଥରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରାଯାଇଛି। ଏଥର କିନ୍ତୁ ସ୍ଥାନୀୟ ଲୋକ ନୁହେଁ ବରଂ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଏହି ଘଟଣା ଘଟିଛି। ତେବେ ଏନେଇ ସମ୍ପୃକ୍ତ ପର୍ଯ୍ୟଟକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ। ଏହି ଘଟଣାର ତଦନ୍ତ ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାରୁ ଏକ ବଙ୍ଗୀୟ ପରିବାରର ୯ ଜଣ ସଦସ୍ୟ ପୁରୀ ବୁଲି ଆସିଥିଲେ। ଶୁକ୍ରବାର ସକାଳେ ସେମାନେ ଶ୍ରୀମନ୍ଦିର ଆସି ଦାରୁଦିଅଁଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ପଶ୍ଟିମଦ୍ୱାର ଦେଇ ବାହାରକୁ ବାହାରିଥିଲେ। ପରିବାର ସହ ଥିବା ଜଣେ ବୃଦ୍ଧାଙ୍କୁ ପଶ୍ଚିମ ଘର ଗୁମୁଟ ପାଖରେ ବସାଇ ଅଟୋ ଡାକିବା ପାଇଁ କେତେଜଣ ସଦସ୍ୟ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ଫେରି ପଶ୍ଚିମ ଦ୍ୱାର ସମ୍ମୁଖକୁ ଅଟୋ ଡକାଇ ବୃଦ୍ଧାଙ୍କୁ ମନ୍ଦିର ଭିତରୁ ଆଣିବାକୁ ଉଦ୍ୟମ କରିବାବେଳେ ସେଠାରେ ଦାୟିତ୍ୱରତ ପୋଲିସ କର୍ମଚାରୀ ବାରଣ କରିଥିଲେ। ନୂଆ ଏସ୍‌ଓପି ଅନୁଯାୟୀ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ରହିଛି। ତେଣୁ ସମ୍ପୃକ୍ତ ବଙ୍ଗୀୟ ପରିବାର ସଦସ୍ୟଙ୍କୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶକୁ ପୋଲିସ କର୍ମଚାରୀ ବିରୋଧ କରିଥିଲେ। ବଙ୍ଗୀୟ ପରିବାରର ସଦସ୍ୟମାନେ ଘଟଣା ସମ୍ପର୍କରେ ବୁଝାଇଥିଲେ ମଧ୍ୟ ପୋଲିସ କର୍ମଚାରୀ କିଛି ଶୁଣି ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇ ବଚସା ବଢ଼ିଥିଲା। ଏହି ସମୟରେ ପୋଲିସ କର୍ମଚାରୀ ସମ୍ପୃକ୍ତ ବଙ୍ଗୀୟ ପରିବାରର ଜଣେ ବରିଷ୍ଠ ସଦସ୍ୟ ପ୍ରିୟବ୍ରତ ସାହୁଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ଏହାକୁ ପରିବାର ଲୋକେ ପ୍ରଥମେ ବିରୋଧ କରିଥିଲେ ମଧ୍ୟ ପରେ ବୃଦ୍ଧାଙ୍କୁ ଛାଡ଼ିଦେବା ପାଇଁ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ହାତଯୋଡ଼ି ନେହୁରା ହୋଇଥିଲେ। ମାତ୍ର ଏଥିରେ ବି ପୋଲିସ କର୍ମଚାରୀଙ୍କ ହୃଦୟ ତରଳି ନ ଥିଲା। କେତେଜଣ ବରିଷ୍ଠ ସେବାୟତ ଓ ସ୍ଥାନୀୟ ଲୋକ ଏହା ଦେଖି ଘଟଣାରେ ହସ୍ତକ୍ଷେପ କରିବା ପରେ ବୃଦ୍ଧାଙ୍କୁ ଛଡ଼ାଯାଇଥିଲା। ସୂଚନାଯୋଗ୍ୟ, ଗତ ଫେବୃଆରୀ ୧ରେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀରେ ମାଡ଼ ମରାଯାଇଥିଲା।
ସମ୍ପୃକ୍ତ ପର୍ଯ୍ୟଟକଙ୍କ ବିରୋଧରେ ମାମଲା
ଅନ୍ୟପକ୍ଷରେ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ମାମଲା (ନଂ. ୧୧/୨୧) ରୁଜୁ କରାଯାଇଛି। ଅଜଣା ପର୍ଯ୍ୟଟକଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୨୯୪, ୩୨୩, ୩୫୩ ଓ ୩୪ ସମେତ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସେକ୍ସନ ୩୦ଏ (୪)(ବି) ଆଧାରରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ପଶ୍ଚିମ ଦ୍ୱାର ଦେଇ ସମ୍ପୃକ୍ତ ପର୍ଯ୍ୟଟକ ଜୋର ଜବରଦସ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏହାକୁ ବିରୋଧ କରିବା ପରେ ସମ୍ପୃକ୍ତ ପର୍ଯ୍ୟଟକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଣସ୍ବୀକୃତି ପ୍ରବେଶ ପାଇଁ ପୋଲିସ କର୍ମଚାରୀଙ୍କୁ ବାଧ୍ୟ କରିଥିଲେ। ଏ ନେଇ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ଏସ୍‌ପି ପି.ସି.ବଡଜେନାଙ୍କୁ ଏସ୍‌ପି କନୱର ବିଶାଲ ସିଂ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଯେକୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri