Posted inଖେଳ

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୧୩।୨: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୩ ପରିବର୍ତ୍ତନ କରାଯାଇଛି। ଅକ୍ଷର ପଟେଲଙ୍କୁ ଏହି ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। ସେହିଭଳି ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବ ଏବଂ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି।

ପ୍ରକାଶ ଯେ, ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ୨୨୭ରନ୍‌ରେ ପରାସ୍ତ ହେବା ପରେ ଭାରତର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ହାସଲ କରିଥିବା ଐତିହାସିକ ବିଜୟର ଖୁସି ଶେଷ ହୋଇଥିଲା। ହେଲେ ଦ୍ୱିତୀୟ ଟେଷ୍ଟରେ ଭାରତ ତ୍ରୁଟି ସୁଧାରି ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି।...

ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୭।୯(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭାରତରେ ପହଞ୍ଚିଛି। ଭାରତ ଫେରି ମୁଁ ଉତ୍ସାହିତ ଅଛି। ପୁଣି କ୍ରିକେଟ...

ଅମୋଲ ମଜୁମ୍‌ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍‌

ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍‌ଓ୍ବାର୍ଟ ଅମୋଲ ମଜୁମ୍‌ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ...

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ...

ଜାପାନରୁ ଫେରିଲେନି ମ୍ୟାନ୍‌ମାର ଫୁଟ୍‌ବଲର

ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍‌ମାର ଜାତୀୟ ଫୁଟ୍‌ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି...

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି।...

ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ: କବିତାଙ୍କୁ ରୌପ୍ୟ, ଆକାଂକ୍ଷାଙ୍କୁ ବ୍ରୋଞ୍ଜ

କଟକ ଅଫିସ,୮ା୮- ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ଚଙ୍ଗମୁକ୍‌ୱାନ୍‌ ଟାଏକୋଣ୍ଡୋ ଏକାଡେମୀ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ସିନିୟର ବର୍ଗରେ...

ଡେଥ୍‌ ଓଭରରେ ମ୍ୟାଚ୍‌କୁ ଫେରିଲା ସିଏସ୍‌କେ

ମୁମ୍ବାଇ,୩।୪: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ...

Advertisement
Archives

Model This Week