‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’

ପାପଡ଼ାହାଣ୍ଡି, ୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି। ଏଥିନେଇ ନବରଙ୍ଗପୁର ଜିଲା ବିଜେଡି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯାଇଛି। ଶତାଧିକ ବିଜେଡି କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ବାହିନୀପତିଙ୍କୁ ଟାର୍ଗେଟକରି ‘ବାଘର ଇଲାକାରେ ଭାଲୁର ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ ’ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଉକ୍ତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଜଣେ ମହିଳା ଅଧିକାରୀଙ୍କୁ ଘେରି କଂଗ୍ରେସ ନେତା ଓ କର୍ମୀ ଦୁର୍ବ୍ୟବହାର କରିଛନ୍ତି। ବିଧାୟକ ତାଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। ଏହାକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ବିଧାୟକ ରନ୍ଧାରୀ କହିଛନ୍ତି। ଆମ ଅଞ୍ଚଳର ସମସ୍ୟା ବୁଝିବାକୁ ଆମେ ଅଛୁ। ସେ ତାଙ୍କ ଅଞ୍ଚଳର ସମସ୍ୟା ବୁଝନ୍ତୁ ବୋଲି କହି ବିଧାୟକ ରନ୍ଧାରୀ ଖବରଦାତା ସମ୍ମିଳନୀରେ ବାହିନୀପତିଙ୍କ ଉପରେ ବର୍ଷିଥିଲେ। କଂଗ୍ରେସର ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝି, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଜିଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ଜିଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଜିଲା ବିଜେଡି ମିଡିଆ ସଂଯୋଜକ ପରେଶ ଜେନା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ତୁଳସା ଭତରା, ବିଜେଡି ମୈଦଲପୁର ଜୋନ୍‌ ସଭାପତି ଯୁଗଳ ବିଶୋଇ, ବ୍ଲକ ଯୁବ ବିଜେଡି ସଭାପତି ତ୍ରିନାଥ ଲେଙ୍କା, ସୋମନାଥ ବିଷୋୟୀ କହିଛନ୍ତି।
ସୂଚନାନୁଯାୟୀ, ବିଭିନ୍ନ ଦାବି ନେଇ ବୁଧବାରଠାରୁ ପାପଡ଼ାହାଣ୍ଡି ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ଗୁରୁବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଧାରଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ପାପଡ଼ାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଦୁର୍ନୀତିଗସ୍ତ ଅଧିକାରୀ ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ବିଧାୟକ ବାହିନୀପତି ବିଡିଓଙ୍କୁ ଦଳିତ ଏବଂ ଦୁର୍ନୀତିଗସ୍ତ ବୋଲି କହିଥିବା ବିଡିଓ ଅଭିଯୋଗ କରିଛନ୍ତି। ଖବରପାଇ ନବରଙ୍ଗପୁର ଏଡିଏମ୍‌ ଭାସ୍କର ରଇତ, ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଯଥାଶୀଘ୍ର ଦାବି ପୂରଣ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସର ଧାରଣା ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ସି ଯନ୍ତ୍ରୀ ବିଭାଗ ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ

କଟକ ଅଫିସ,୨୦ା୧: କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବତନ୍ତ୍ର ଯନ୍ତ୍ରୀ ବିଭାଗ ରହିଛି। ସେଥିରେ ନିର୍ବାହୀ ଯନ୍ତ୍ରୀଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ରହିଛନ୍ତି।...

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ଶଙ୍କରାଖୋଲ,୫ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ...

୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ...

ଜୁନ୍‌ରେ ହୋଇଛି କମ୍‌ ବର୍ଷା : ଚିନ୍ତାରେ ତାଳଚେର କୃଷି ଜିଲା ଚାଷୀ

ତାଳଚେର, ୬ା୭(ନି.ପ୍ର.)- ତାଳଚେର କୃଷି ଜିଲାରେ ଚଳିତବର୍ଷ ୫୮,୩୬୪ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଅନିୟମିତ ବର୍ଷା ଏବେଠାରୁ...

୭ ମାସର ଗର୍ଭବତୀଙ୍କୁ ମାରିଦେଲେ

ବଲାଙ୍ଗୀର ଅଫିସ,୪ା୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।...

ମାଣ୍ଡିଆ ହେରଫେର କରି ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ

ମାଲକାନଗିରି,୨୩ା୫(ଡି.ଏନ୍‌.ଏ.): ଆଦିବାସୀମାନେ ନିଜ ଅଞ୍ଚଳର ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟକୁ କିପରି ସୁଲଭ ମୂଲ୍ୟରେ ବିକ୍ରିକରି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

ଡ୍ରେନ୍‌ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି

ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍‌ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି...

Advertisement
Archives

Model This Week