ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା ଅବସର ପ୍ରାପ୍ତ ଜିଲା ଜଜ ଉଦୟଭାନୁ ଜେନାଙ୍କ ବାସଭବନ ଭିତରକୁ ଏକ ଭାଲୁ ପଶିଯାଇଥିଲା।
ପରେ ଭାଲୁଟି ସେଠାରୁ ବାହାର ବର୍ତ୍ତମାନ ଦେୱାନ ସାହେବପଡ଼ା ମେଡ଼ିକାଲ ପଛ ପଟେ ବୁଲୁ ଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ ନଜର ରଖାଯିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

