ନିଦ ହଜାଇ ଦେଇଛି ମଣିଷଖିଆ ଭାଲୁ

ନୂଆପଡ଼ା,୨୨।୭(ମକାରୁ ବେମାଲ): ନୂଆପଡା ଜିଲା କୋମନା ବିଜାଖମନ ଜଙ୍ଗଲ ନିକଟ ଗାଁଗୁଡିକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ବାପପୁଅଙ୍କୁୁ ଆକ୍ରମଣ ପରେ ୪ଜଣ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ରକ୍ତମୁଖା ଭାଲୁ। ଗୋଟିଏ ଗାଁରୁ ୨ଜଣ ଘନଶ୍ୟାମ ପଟେଲ ଓ ବନ ଜଗୁଆଳି ସନ୍ତୋଷ ଡୁଣ୍ଡି ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଚୈତୁ ପଟେଲ ସହ ୩ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ବିଜାଖମନକୁ ଲାଗି ରହିଥିବା ୮ଟି ଗାଁ ମଧ୍ୟରୁ ବିରୁନପଦର ଗାଁ ଅଧିକ ଆତଙ୍କିତ ଅଛନ୍ତି। ଭାଲୁ ଆତଙ୍କରେ ଅଞ୍ଚଳ ଶୂନଶାନ ହୋଇପଡିଛି। ଲୋକେ ଭୟରେ ବାହାକୁ ବାହାରୁ ନାହାନ୍ତି। ଜମିବାଡିକୁ ଯିବା ଦୁର କଥା ପିଲାଛୁଆଙ୍କୁ ମଧ୍ୟ ସ୍କୁଲ ଛାଡୁନାହାନ୍ତି। ବିରୁନପଦର ଅଙ୍ଗନୱାଡି କେନ୍ଦ୍ରରେ ୩୧ଜଣ ଶିଶୁ ରହିଥିବା ବେଳେ ଭାଲୁ ଆତଙ୍କ ଦିନଠାରୁ କେନ୍ଦ୍ର ପାଖର ୩/୪ଜଣ ଶିଶୁ କେନ୍ଦ୍ରକୁ ଆସୁଛନ୍ତି। ଗାଁ ପ୍ରାଥମିକ ବିଦ୍ୟାଳୟକୁ କାଁଭାଁ ପିଲା ଆସୁଥିବା ବେଳେ ବାହାରେ ପଢୁଥିବା ପିଲା ଯାଉନାହାନ୍ତି। ଦିନ ବେଳା ମଧ୍ୟ ଗାଁର ଲୋକେ ତାଟିକବାଟ ବନ୍ଦ କରି ରହୁଛନ୍ତି। ଲୋକମାନେ ଠେଙ୍ଗାବାଡି ଧରି ଗାଁ ମୁଣ୍ଡରେ ଜଗି ରହୁଛନ୍ତି। ଭାଲୁ ଆତଙ୍କ ପାଇଁ ଅଞ୍ଚଳର ସବୁ କାର୍ଯ୍ୟ ଠପ ହୋଇଯାଇଛି।

ଭାଲୁ ଆକ୍ରମଣ ଏକ ଦୁଭାଗ୍ୟଜନକ ମୁତ୍ୟୁ। ଅକାଳରେ ଦୁଇଟି ନୀରିହ ଜୀବନ ଚାଲିଗଲା। ୪ଜଣ ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବନ ବିଭାଗ ଭାଲୁକୁ ମାରି ଦେବା କଥା। ଉପରିସ୍ଥ ଅଧିକାରୀ ସହିତ କଥାବର୍ତ୍ତା ହୋଇ ଶୀଘ୍ର ବ୍ୟାବସ୍ଥା କରନ୍ତୁ।
ପ୍ରସନ୍ନ କୁମାର ପାଢୀ, ଜିଲା ଓକିଲ ସଂଘ ସଭାପତି

ପ୍ରଥମ ଦିନ ଆକ୍ରମଣ ପରେ ଭାଲୁକୁ ମାରି ଦେବା ପାଇଁ ଡିଏଫଓ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଗୁହାରି କରିଥିଲ। ହେଲେ ଆମ କଥା ଶୁଣିଲେ ନାହିଁ। ଭାଲୁକୁ ମାରି ଦେଇଥିଲେ, ଏହି ଅଘଟଣ ଘଟି ନ ଥାନ୍ତା। ଭାଲୁ ଆତଙ୍କରେ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି। ସ୍କୁଲ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାହତ ସୃଷ୍ଟି ହେଉଛି।
ତ୍ରିନାଥ ଡୁଣ୍ଡି, ଗ୍ରାମବାସୀ

ଗୋଟେ ବାଟେ ପାଣିର ସମୁଦ୍ର ଅନ୍ୟ ପଟେ ଜଙ୍ଗଲ ଆମେ ଯିବୁ କେଉଁ ବାଟେ। ଗ୍ରାମବାସୀ ବିପଦରେ ରହିଲୁ ବୋଲି ପିଲା ଛୁଆମାନଙ୍କୁ ବିପଦକୁ ଠେଲି ଦେବୁ କି ବୋଲି ଭୟରେ ସ୍କୁଲକୁ ମଧ୍ୟ ଛାଡୁ ନାହଁୁ। ପରିବାର ସମସ୍ତେ ଦିନ ବେଳା ମଧ୍ୟ ତାଟି କବାଟ ବନ୍ଦ କରି ରହୁଛୁ। ଭାଲୁ କେତେବେଳେ ଘରକୁ ମଧ୍ୟ ପଶି ଆସିବ ବୋଲି ଡର ଲାଗୁଛି।
ବିଶାଖା ପଟେଲ, ଗୃହିଣୀ

ଭାଲୁ ଆମ ଅଞ୍ଚଳର ନିନ୍ଦ ହଜାଇ ଦେଇଛି। ଆମେ ଦିନ, ରାତି ଏକ କରି ଦେଉଛୁ। ଖାଇବା, ଶୋଇବା ଠିକ ଭାବରେ ହୋଇ ପାରୁନାହିଁ। ଗାଁରେ କେଜଣେ କାହାକୁ ଡାକୁ ଥିଲେ କାଳେ ଭାଲୁ ଆସି ଗଲା ଭାବି ଦୌଡି ଆସୁଛୁ। ସବୁବେଳେ ହାତରେ ଠେଙ୍ଗା ବାଡି ଧରି ଗାଁ ବାହାରେ ବୁଲୁଛୁ। ଆମକୁ ବହୁତ ଭୟ ଲାଗୁଛି। ବନ ବିଭାଗ ଶୀଘ୍ର ଭାଲୁକୁ ଧରି ଅନ୍ୟତ୍ର ଘଉଡାଇ ନେଇଯାଉ।
ଭୀମ ଡୁଣ୍ଡି, ଗ୍ରାମବାସୀ

ଭାଲୁ ଆକ୍ରମଣରେ ମୃତକ ଓ ଆହତଙ୍କ ପାଇଁ ବିଭାଗ ପକ୍ଷରୁ ସବୁ ସୁବିଧା କରାଯାଉଛି। ସରକାରୀ ନିୟମ ଅନୁସାରେ ଅନୁକମ୍ପା ରାଶି ଯେତେ ପାଇବାର କଥା ଆମେ ୧୦ ପ୍ରତିଶତ ନଗଦ ଆକାରେ ଦେଇଛୁ। କାଗଜାତ ଠିକ୍‌ ହେବା ପରେ ଚେକ ମାଧ୍ୟମରେ ପ୍ରଦାନ କରବୁ। ବନ ବିଭାଗ କର୍ମଚାରୀମାନେ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି। ଆମେ ମଧ୍ୟ ସଜାଗ ହୋଇ ରହିଛୁ। ଜଙ୍ଗଲ ପାଖରେ ଥିବା ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି।
ଦେବଦତ ସୁତାର,କୋମନା ବନାଞ୍ଚଳ ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri