Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବିନ୍‌ସର

ଉତ୍ତରାଖଣ୍ଡର ଅଲମୋରା ନିକଟସ୍ଥ ବିନ୍‌ସର ହେଉଛି ଏକ ସୁନ୍ଦର ପାହାଡିଆ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ବୁଲିଗଲେ ଖୁବ୍‌ ମାନସିକ ଶାନ୍ତି ମିଳିଥାଏ। ଖାସ୍‌କରି ବିନ୍‌ସରରେ ଥିବା ‘ଜିରୋ ପଏଣ୍ଟ’ ନାମକ ସ୍ଥାନଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ ହୋଇଥାଏ। ଏଠାରେ ପ୍ରକୃତିର ବୈଭବକୁ ନିକଟରୁ ଉପଭୋଗ କରିବାର ଅନେକ ସୁଯୋଗ ରହିଥିବାର ମନେହୁଏ।

କ’ଣ ଦେଖିବେ
ବିନ୍‌ସରରେ ଏମିତି କେତେକ ପର୍ଯ୍ୟଟନସ୍ଥଳୀ ରହିଛି; ଯାହା ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ବିଶେଷକରି ଏଠାରେ ଥିବା ଏକାଧିକ ଆଧ୍ୟାତ୍ମିକସ୍ଥଳୀ ଏବଂ ପଶୁପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ବନ୍ୟପ୍ରାଣୀ ଉଦ୍ୟାନ ସମସ୍ତଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ତନ୍ମଧ୍ୟରୁ କେତୋଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ…

ବିନ୍‌ସର ବନ୍ୟପ୍ରାଣୀ ଅଭୟାରଣ୍ୟ: ପ୍ରାୟ ୪୫.୫୯ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ସମୁଦ୍ରପତ୍ତନରୁ ପାଖାପାଖି ୨,୪୧୨ ମିଟର ଉଚ୍ଚତାରେ ଅବସ୍ଥିତ। ଏଠାରେ ବିଭିନ୍ନ ବନସ୍ପତି ବୃକ୍ଷ ସହିତ ଜାତିଜାତିକା ପଶୁପକ୍ଷୀ ଦେଖିବାକୁ ମିଳିଥାନ୍ତି। ଚିତାବାଘ, ଜଙ୍ଗଲି ବିଲେଇ, କସ୍ତୁରୀ ମୃଗ, ବାର୍‌ହା, କଳା ଭାଲୁ, ବିଲୁଆ ତଥା ନାନାଦି ଜାତିର ମାଙ୍କଡ଼ ଇତ୍ୟାଦି ପଶୁ ଏଠାରେ ମୁଖ୍ୟତଃ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ପ୍ରାୟ ୨୦୦ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟରେ ସୁରକ୍ଷିତ ଭାବରେ ଥିବାର ଦେଖିବାକୁ ମିଳିଥାନ୍ତି। ଏସବୁ ବ୍ୟତିତ ଅନେକ ସରୀସୃପ ତଥା ଭିନ୍ନ ଭିନ୍ନ ପ୍ରଜାତିର ପ୍ରଜାପତିଙ୍କର ସମ୍ଭାର ବି ଏହି ଅଭୟାରଣ୍ୟରେ ରହିଛି।

ବିନେଶ୍ୱର ମହାଦେବ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୬ କି.ମି ଦୂରରେ ରହିଛି ଏହି ପବିତ୍ର ପୀଠଟି। ଦେବ ଦେବ ମହାଦେବଙ୍କୁ ସମର୍ପିତ ଏହି ମନ୍ଦିରଟିର ସୁନ୍ଦର କାରୁକାର୍ଯ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ମୋହିତ କରିଥାଏ।

ବିନ୍‌ସର ହିଲ୍‌: ସମୁଦ୍ରପତ୍ତନଠାରୁ ପ୍ରାୟ ୨୪୨୦ମିଟର ଉଚ୍ଚତାରେ ଥିବା ଏହି ପାହାଡଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ସ୍ଥାନ। ଟ୍ରେକିଂ ପାଇଁ ଏଠାରେ ରହିଛି ଅନେକ ସୁବିଧା। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଏଠାରେ ଭିଡ଼ ଦେଖିବାକୁ ମିଳିଥାଏ।

ଗଣନାଥ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୨୫ କି.ମି ଦୂରରେ ରହିଛି ଏହି ମନ୍ଦିରଟି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଏକ ସ୍ବତନ୍ତ୍ର ମେଳାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।
କାସାର୍‌ ଦେବୀ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୯ କି.ମି ଦୂରରେ ରହିଛି ଏହି ଦେବୀ ମନ୍ଦିର। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇପାରିବେ।

କେବେ ଓ କେମିତି ଯିବେ
ବର୍ଷସାରା ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ପର୍ଯ୍ୟଟକ ଚାହିଁଲେ ଯେ କୌଣସି ସମୟରେ ଏଠାକୁ ବୁଲି ଆସିପାରିବେ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। କାଠଗୋଦାମ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ; ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଚଳ କରିଥାଏ।
ସେହିପରି ପର୍ଯ୍ୟଟକ ଚାହିଁଲେ ବିଭିନ୍ନ ସ୍ଥାନରୁ ବିନ୍‌ସର ଆସୁଥିବା ଟୁରିଷ୍ଟ ବସ୍‌ରେ ବି ଆସି ବୁଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri