Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବିନ୍‌ସର

ଉତ୍ତରାଖଣ୍ଡର ଅଲମୋରା ନିକଟସ୍ଥ ବିନ୍‌ସର ହେଉଛି ଏକ ସୁନ୍ଦର ପାହାଡିଆ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ବୁଲିଗଲେ ଖୁବ୍‌ ମାନସିକ ଶାନ୍ତି ମିଳିଥାଏ। ଖାସ୍‌କରି ବିନ୍‌ସରରେ ଥିବା ‘ଜିରୋ ପଏଣ୍ଟ’ ନାମକ ସ୍ଥାନଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ ହୋଇଥାଏ। ଏଠାରେ ପ୍ରକୃତିର ବୈଭବକୁ ନିକଟରୁ ଉପଭୋଗ କରିବାର ଅନେକ ସୁଯୋଗ ରହିଥିବାର ମନେହୁଏ।

କ’ଣ ଦେଖିବେ
ବିନ୍‌ସରରେ ଏମିତି କେତେକ ପର୍ଯ୍ୟଟନସ୍ଥଳୀ ରହିଛି; ଯାହା ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ବିଶେଷକରି ଏଠାରେ ଥିବା ଏକାଧିକ ଆଧ୍ୟାତ୍ମିକସ୍ଥଳୀ ଏବଂ ପଶୁପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ବନ୍ୟପ୍ରାଣୀ ଉଦ୍ୟାନ ସମସ୍ତଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ତନ୍ମଧ୍ୟରୁ କେତୋଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ…

ବିନ୍‌ସର ବନ୍ୟପ୍ରାଣୀ ଅଭୟାରଣ୍ୟ: ପ୍ରାୟ ୪୫.୫୯ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ସମୁଦ୍ରପତ୍ତନରୁ ପାଖାପାଖି ୨,୪୧୨ ମିଟର ଉଚ୍ଚତାରେ ଅବସ୍ଥିତ। ଏଠାରେ ବିଭିନ୍ନ ବନସ୍ପତି ବୃକ୍ଷ ସହିତ ଜାତିଜାତିକା ପଶୁପକ୍ଷୀ ଦେଖିବାକୁ ମିଳିଥାନ୍ତି। ଚିତାବାଘ, ଜଙ୍ଗଲି ବିଲେଇ, କସ୍ତୁରୀ ମୃଗ, ବାର୍‌ହା, କଳା ଭାଲୁ, ବିଲୁଆ ତଥା ନାନାଦି ଜାତିର ମାଙ୍କଡ଼ ଇତ୍ୟାଦି ପଶୁ ଏଠାରେ ମୁଖ୍ୟତଃ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ପ୍ରାୟ ୨୦୦ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟରେ ସୁରକ୍ଷିତ ଭାବରେ ଥିବାର ଦେଖିବାକୁ ମିଳିଥାନ୍ତି। ଏସବୁ ବ୍ୟତିତ ଅନେକ ସରୀସୃପ ତଥା ଭିନ୍ନ ଭିନ୍ନ ପ୍ରଜାତିର ପ୍ରଜାପତିଙ୍କର ସମ୍ଭାର ବି ଏହି ଅଭୟାରଣ୍ୟରେ ରହିଛି।

ବିନେଶ୍ୱର ମହାଦେବ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୬ କି.ମି ଦୂରରେ ରହିଛି ଏହି ପବିତ୍ର ପୀଠଟି। ଦେବ ଦେବ ମହାଦେବଙ୍କୁ ସମର୍ପିତ ଏହି ମନ୍ଦିରଟିର ସୁନ୍ଦର କାରୁକାର୍ଯ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ମୋହିତ କରିଥାଏ।

ବିନ୍‌ସର ହିଲ୍‌: ସମୁଦ୍ରପତ୍ତନଠାରୁ ପ୍ରାୟ ୨୪୨୦ମିଟର ଉଚ୍ଚତାରେ ଥିବା ଏହି ପାହାଡଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ସ୍ଥାନ। ଟ୍ରେକିଂ ପାଇଁ ଏଠାରେ ରହିଛି ଅନେକ ସୁବିଧା। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଏଠାରେ ଭିଡ଼ ଦେଖିବାକୁ ମିଳିଥାଏ।

ଗଣନାଥ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୨୫ କି.ମି ଦୂରରେ ରହିଛି ଏହି ମନ୍ଦିରଟି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଏକ ସ୍ବତନ୍ତ୍ର ମେଳାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।
କାସାର୍‌ ଦେବୀ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୯ କି.ମି ଦୂରରେ ରହିଛି ଏହି ଦେବୀ ମନ୍ଦିର। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇପାରିବେ।

କେବେ ଓ କେମିତି ଯିବେ
ବର୍ଷସାରା ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ପର୍ଯ୍ୟଟକ ଚାହିଁଲେ ଯେ କୌଣସି ସମୟରେ ଏଠାକୁ ବୁଲି ଆସିପାରିବେ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। କାଠଗୋଦାମ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ; ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଚଳ କରିଥାଏ।
ସେହିପରି ପର୍ଯ୍ୟଟକ ଚାହିଁଲେ ବିଭିନ୍ନ ସ୍ଥାନରୁ ବିନ୍‌ସର ଆସୁଥିବା ଟୁରିଷ୍ଟ ବସ୍‌ରେ ବି ଆସି ବୁଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri