ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ ପିଲା

କୋଭିଡ୍‌ ମହାମାରୀ ସମୟରେ ଏନ୍‌ଆଇଆଇଏସ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ କି ସୁବିଧା ପ୍ରଦାନ କରାଯାଇଛି?
ମହାମାରୀ ବେଳେ ସମସ୍ତ ଶାଖାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସୁବିଧା ଯୋଗାଇବା ଏକ କଠିନ ବ୍ୟାପାର ଥିଲା। ତେବେ ଆମେ ଏହାକୁ ଏକ ଆହ୍ବାନ ମନେକରି ୨୦୨୦ ଆରମ୍ଭରୁ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଏହାଦ୍ୱାରା ଶିକ୍ଷକମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ପ୍ରଭାବୀ ଢଙ୍ଗରେ ଶିକ୍ଷାଦାନ କରିପାରିଥିଲେ। ଏପରି କି ସେମିନାର୍‌ ଏବଂ କର୍ମଶାଳା ଆୟୋଜନ ସହ ଟେକ୍ନିକାଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ କର୍ପୋରେଟ୍‌ କ୍ଲାଏଣ୍ଟଙ୍କଠାରୁ ଅନଲାଇନ୍‌ ପ୍ରୋଜେକ୍ଟର ସହାୟତା ନିଆଯାଇଥିଲା। କର୍ପୋରେଟ୍‌ କ୍ଷେତ୍ରର ଦକ୍ଷ ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ମଧ୍ୟ ପିଲାଙ୍କ ପାଇଁ ଆମନ୍ତ୍ରଣ କରାଯାଇଥିଲା। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତ୍ୟେକ ଶିକ୍ଷକ ନିଜ ଘରୁ ଅଥବା କଲେଜରୁ ଗୁଗଲ୍‌ ମିଟ୍‌ ଏବଂ ଜୁମ୍‌ ମାଧ୍ୟମରେ ଅନ୍‌ଲାଇନ କ୍ଲାସ୍‌ ନେଇଥିଲେ। ଆପ୍‌ ଜରିଆରେ ଆମେ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଓ୍ବେବିନାର୍ସ, କର୍ପୋରେଟ୍‌ ଟକ୍ସ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ଆୟୋଜନ କରିପାରିଥିଲୁ। ଅଭିଭାବକଙ୍କ ଆର୍ଥିକ ବୋଝ କମ୍‌ କରିବା ପାଇଁ ଅନୁଷ୍ଠାନ ଫି’, ଛାତ୍ରଛାତ୍ରୀଙ୍କ ପରିବହନ ଶୁଳ୍କ ଏବଂ ଛାତ୍ରାବାସ ଶୁଳ୍କରେ ରିହାତି ଦିଆଯାଇଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ବଡ଼ ଅସୁବିଧା କ’ଣ?
ଅଫ୍‌ଲାଇନ୍‌ କ୍ଲାସ୍‌ରେ ସବୁ ପିଲାଙ୍କୁ ଧ୍ୟାନ ଦିଆଯାଏ। କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ ସମୟରେ ଏକାବେଳେ ସର୍ବାଧିକ ୬-୭ ପିଲାଙ୍କ ଉପରେ ନଜର ରଖିବା ସମ୍ଭବ। ଅନ୍‌ଲାଇନ୍‌ ପଢ଼ାବେଳେ ଅନ୍ୟ କୌଣସି ଓ୍ବେବ୍‌ସାଇଟ୍‌ ଅଥବା ସୋସିଆଲ୍‌ ମିଡିଆ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ଆଶଙ୍କା ଥାଏ। ସେହିପରି ଇଣ୍ଟରନେଟ୍‌ରେ ବାଧା ଅନ୍‌ଲାଇନ୍‌ ଶିକ୍ଷା ଆଗରେ ପ୍ରତିବନ୍ଧକ। ଶିକ୍ଷକ ଓ ଛାତ୍ରୀଛାତ୍ର ପ୍ରଶିକ୍ଷଣ ଟେକ୍ନିକ୍‌କୁ ନ ବୁଝିପାରିଲେ ଭ୍ରମ ସୃଷ୍ଟିର ଆଶଙ୍କା ଥାଏ। ଆର୍ଥିକ ଅସ୍ବଚ୍ଛଳ ପିଲାମାନଙ୍କ ଲାଗି ଏହା ଅସୁବିଧା ସୃଷ୍ଟି କରିପାରେ। ସାଧାରଣ ଶ୍ରେଣୀ ବ୍ୟବସ୍ଥାରେ ସହପାଠୀଙ୍କ ସହିତ ଉତ୍ତମ ବାତାବରଣରେ ଅଧ୍ୟୟନର ସୁଯୋଗ ଥାଏ, ଯାହାକି ଅନ୍‌ଲାଇନ୍‌ କ୍ଲାସ୍‌ରେ ମିଳି ନ ଥାଏ। ଏହାବାଦ୍‌ ଭର୍ଚୁଆଲ ମାଧ୍ୟମ ଯୋଗୁଁ ପିଲାମାନେ ଲଗାତର ବହୁ ସମୟ ଧରି ଡିଭାଇସ୍‌ ସ୍କିନ୍‌କୁ ଚାହିଁ ରୁହନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟେ।
ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଆପଣଙ୍କର ମତ କଣ?
ଓଡ଼ିଶାର ଛାତ୍ରୀଛାତ୍ର ନିଜ ଉନ୍ନତି ଦିଗରେ ଆଗେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କୋଭିଡ୍‌-୧୯ର ସଫଳ ମୁକାବିଲା ପ୍ରଶଂସନୀୟ। ପିଲାମାନେ ମଧ୍ୟ ଗାଇଡ୍‌ଲାଇନ୍‌କୁ ମାନିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଲାଙ୍କ ଅନ୍‌ଲାଇନ ଶିକ୍ଷା ଭିତ୍ତିଭୂମି ସଜାଡ଼ିବା ଫଳରେ ଅନ୍‌ଲାଇନ୍‌ ଜରିଆରେ ବିଜ୍ଞାନ, ବାଣିଜ୍ୟ, କମ୍ପ୍ୟୁଟର ବିଜ୍ଞାନ ଭଳି ବିଷୟଗୁଡ଼ିକରେ ପାଠ ପଢ଼ା ହୋଇପାରିଥିଲା। ସେମାନେ କଲେଜ, କୋଚିଂ କ୍ଲାସ୍‌ରେ ଅଂଶଗ୍ରହଣ କରିବା ସହିତ ଶ୍ରେଣୀକକ୍ଷ ଏବଂ ସେମିନାର୍‌ରେ ଭାଗନେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇଛନ୍ତି।
ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣଙ୍କ ଅନୁଷ୍ଠାନ କିଭଳି ଭାବରେ ପ୍ରେରଣା ଯୋଗାଉଛି?
ଆମ ଅନୁଷ୍ଠାନ ପକ୍ଷରୁ ପିଲାଙ୍କ ପାଇଁ ସାଧାରଣ କ୍ଲାସ୍‌ ଛଡ଼ା ସେମିନାର୍‌, ବିଷୟଭିତ୍ତିକ ଓ୍ବେବିନାର୍‌, କର୍ପୋରେଟ୍‌ ବାର୍ତ୍ତା, ଉଦ୍ୟୋଗ ବିଶେଷଜ୍ଞଙ୍କ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରଶିକ୍ଷଣ ସୁବିଧା କରାଯାଇଥିଲା। ଆମେ ଉଦ୍ୟୋଗ ଏବଂ ଏକାଡେମିକ୍‌ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଟେକ୍ନିକାଲ୍‌ ଛାତ୍ରୀଛାତ୍ରଙ୍କ ଲାଗି ଅନ୍‌ଲାଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ପ୍ରକଳ୍ପଗୁଡ଼ିକର ଆୟୋଜନ କରିଥିଲୁ। ପିଲାଙ୍କୁ ଉତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଢ଼ିତୋଳିବା ପାଇଁ କୁଇଜ୍‌, ମ୍ୟାନେଜ୍‌ମେଣ୍ଟ ଗେମ୍ସ, ଲିଡରଶିପ୍‌ ଗେମିଂ, ପୋଷ୍ଟର ପ୍ରତିଯୋଗିତା ସହ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ଲାଗି ଡିବେଟ୍‌, କ୍ଲବ୍ସ ଏବଂ ସାଧାରଣ ଜ୍ଞାନ ସମ୍ବନ୍ଧରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରିଥିଲୁ। ବିନା କୌଣସି ଏକ୍ସଟ୍ରା ଫି’ରେ ଟ୍‌ୟୁଟୋରିଆଲ୍‌ କ୍ଲାସ୍‌ ନିଆଯାଇଥିଲା।
ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ କି ଉପଦେଶ ଦେବେ?
ପ୍ରତ୍ୟେକ ଘଟଣା ଓ ନିଜ ଆଖପାଖରେ ଥିବା ସମସ୍ତ ଲୋକଙ୍କଠାରୁ କିଛି ନା କିଛି ଶିଖିବାକୁ ମିଳିଥାଏ। ଯେତେବେଳେ ସବୁକିଛି ଠିକ୍‌ରେ ଚାଲୁଥିବ ଆପଣ ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ଜୀବନ ପଥରେ କିଛି ଖରାପ ଘଟୁଥିବାବେଳେ ସେଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଦୃଢ଼ ବ୍ୟକ୍ତିଙ୍କ ସହିତ ମିଶି ଉକ୍ତ ସମସ୍ୟାର ସମାଧାନ କରିବା ଆବଶ୍ୟକ। ପିଲାମାନେ ନିଜ ଦେଶର ଭବିଷ୍ୟତ ପାଇଁ ଶିକ୍ଷା, ଟେକ୍ନୋଲୋଜି ଏବଂ ଦକ୍ଷତା ଦ୍ୱାରା ନିଜକୁ ପ୍ରସ୍ତୁତ କଲେ ଆଗକୁ ବଢ଼ିପାରିବେ। ଏନ୍‌ଇପି ୨୦୨୦ର ଏକ ଅଂଶ ହିସାବରେ କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ସମସ୍ତ ପ୍ରକାର ଜ୍ଞାନ ଏକାଠି କରିବାକୁ ପିଲାମାନଙ୍କ ନିକଟରେ ଯଥେଷ୍ଟ ସମୟ ଥିଲା। ମୁଁ ଯୁବକମାନଙ୍କୁ ସମସ୍ତ ବିଷୟରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେବି। ପିଲାମାନେ ସମସ୍ତ ବିଷୟରେ ପାରଙ୍ଗମ ହେବା ଦେଶ ପାଇଁ ଏକ ଭଲ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri