ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ ପିଲା

କୋଭିଡ୍‌ ମହାମାରୀ ସମୟରେ ଏନ୍‌ଆଇଆଇଏସ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ କି ସୁବିଧା ପ୍ରଦାନ କରାଯାଇଛି?
ମହାମାରୀ ବେଳେ ସମସ୍ତ ଶାଖାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସୁବିଧା ଯୋଗାଇବା ଏକ କଠିନ ବ୍ୟାପାର ଥିଲା। ତେବେ ଆମେ ଏହାକୁ ଏକ ଆହ୍ବାନ ମନେକରି ୨୦୨୦ ଆରମ୍ଭରୁ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଏହାଦ୍ୱାରା ଶିକ୍ଷକମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ପ୍ରଭାବୀ ଢଙ୍ଗରେ ଶିକ୍ଷାଦାନ କରିପାରିଥିଲେ। ଏପରି କି ସେମିନାର୍‌ ଏବଂ କର୍ମଶାଳା ଆୟୋଜନ ସହ ଟେକ୍ନିକାଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ କର୍ପୋରେଟ୍‌ କ୍ଲାଏଣ୍ଟଙ୍କଠାରୁ ଅନଲାଇନ୍‌ ପ୍ରୋଜେକ୍ଟର ସହାୟତା ନିଆଯାଇଥିଲା। କର୍ପୋରେଟ୍‌ କ୍ଷେତ୍ରର ଦକ୍ଷ ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ମଧ୍ୟ ପିଲାଙ୍କ ପାଇଁ ଆମନ୍ତ୍ରଣ କରାଯାଇଥିଲା। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତ୍ୟେକ ଶିକ୍ଷକ ନିଜ ଘରୁ ଅଥବା କଲେଜରୁ ଗୁଗଲ୍‌ ମିଟ୍‌ ଏବଂ ଜୁମ୍‌ ମାଧ୍ୟମରେ ଅନ୍‌ଲାଇନ କ୍ଲାସ୍‌ ନେଇଥିଲେ। ଆପ୍‌ ଜରିଆରେ ଆମେ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଓ୍ବେବିନାର୍ସ, କର୍ପୋରେଟ୍‌ ଟକ୍ସ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ଆୟୋଜନ କରିପାରିଥିଲୁ। ଅଭିଭାବକଙ୍କ ଆର୍ଥିକ ବୋଝ କମ୍‌ କରିବା ପାଇଁ ଅନୁଷ୍ଠାନ ଫି’, ଛାତ୍ରଛାତ୍ରୀଙ୍କ ପରିବହନ ଶୁଳ୍କ ଏବଂ ଛାତ୍ରାବାସ ଶୁଳ୍କରେ ରିହାତି ଦିଆଯାଇଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ବଡ଼ ଅସୁବିଧା କ’ଣ?
ଅଫ୍‌ଲାଇନ୍‌ କ୍ଲାସ୍‌ରେ ସବୁ ପିଲାଙ୍କୁ ଧ୍ୟାନ ଦିଆଯାଏ। କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ ସମୟରେ ଏକାବେଳେ ସର୍ବାଧିକ ୬-୭ ପିଲାଙ୍କ ଉପରେ ନଜର ରଖିବା ସମ୍ଭବ। ଅନ୍‌ଲାଇନ୍‌ ପଢ଼ାବେଳେ ଅନ୍ୟ କୌଣସି ଓ୍ବେବ୍‌ସାଇଟ୍‌ ଅଥବା ସୋସିଆଲ୍‌ ମିଡିଆ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ଆଶଙ୍କା ଥାଏ। ସେହିପରି ଇଣ୍ଟରନେଟ୍‌ରେ ବାଧା ଅନ୍‌ଲାଇନ୍‌ ଶିକ୍ଷା ଆଗରେ ପ୍ରତିବନ୍ଧକ। ଶିକ୍ଷକ ଓ ଛାତ୍ରୀଛାତ୍ର ପ୍ରଶିକ୍ଷଣ ଟେକ୍ନିକ୍‌କୁ ନ ବୁଝିପାରିଲେ ଭ୍ରମ ସୃଷ୍ଟିର ଆଶଙ୍କା ଥାଏ। ଆର୍ଥିକ ଅସ୍ବଚ୍ଛଳ ପିଲାମାନଙ୍କ ଲାଗି ଏହା ଅସୁବିଧା ସୃଷ୍ଟି କରିପାରେ। ସାଧାରଣ ଶ୍ରେଣୀ ବ୍ୟବସ୍ଥାରେ ସହପାଠୀଙ୍କ ସହିତ ଉତ୍ତମ ବାତାବରଣରେ ଅଧ୍ୟୟନର ସୁଯୋଗ ଥାଏ, ଯାହାକି ଅନ୍‌ଲାଇନ୍‌ କ୍ଲାସ୍‌ରେ ମିଳି ନ ଥାଏ। ଏହାବାଦ୍‌ ଭର୍ଚୁଆଲ ମାଧ୍ୟମ ଯୋଗୁଁ ପିଲାମାନେ ଲଗାତର ବହୁ ସମୟ ଧରି ଡିଭାଇସ୍‌ ସ୍କିନ୍‌କୁ ଚାହିଁ ରୁହନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟେ।
ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଆପଣଙ୍କର ମତ କଣ?
ଓଡ଼ିଶାର ଛାତ୍ରୀଛାତ୍ର ନିଜ ଉନ୍ନତି ଦିଗରେ ଆଗେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କୋଭିଡ୍‌-୧୯ର ସଫଳ ମୁକାବିଲା ପ୍ରଶଂସନୀୟ। ପିଲାମାନେ ମଧ୍ୟ ଗାଇଡ୍‌ଲାଇନ୍‌କୁ ମାନିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଲାଙ୍କ ଅନ୍‌ଲାଇନ ଶିକ୍ଷା ଭିତ୍ତିଭୂମି ସଜାଡ଼ିବା ଫଳରେ ଅନ୍‌ଲାଇନ୍‌ ଜରିଆରେ ବିଜ୍ଞାନ, ବାଣିଜ୍ୟ, କମ୍ପ୍ୟୁଟର ବିଜ୍ଞାନ ଭଳି ବିଷୟଗୁଡ଼ିକରେ ପାଠ ପଢ଼ା ହୋଇପାରିଥିଲା। ସେମାନେ କଲେଜ, କୋଚିଂ କ୍ଲାସ୍‌ରେ ଅଂଶଗ୍ରହଣ କରିବା ସହିତ ଶ୍ରେଣୀକକ୍ଷ ଏବଂ ସେମିନାର୍‌ରେ ଭାଗନେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇଛନ୍ତି।
ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣଙ୍କ ଅନୁଷ୍ଠାନ କିଭଳି ଭାବରେ ପ୍ରେରଣା ଯୋଗାଉଛି?
ଆମ ଅନୁଷ୍ଠାନ ପକ୍ଷରୁ ପିଲାଙ୍କ ପାଇଁ ସାଧାରଣ କ୍ଲାସ୍‌ ଛଡ଼ା ସେମିନାର୍‌, ବିଷୟଭିତ୍ତିକ ଓ୍ବେବିନାର୍‌, କର୍ପୋରେଟ୍‌ ବାର୍ତ୍ତା, ଉଦ୍ୟୋଗ ବିଶେଷଜ୍ଞଙ୍କ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରଶିକ୍ଷଣ ସୁବିଧା କରାଯାଇଥିଲା। ଆମେ ଉଦ୍ୟୋଗ ଏବଂ ଏକାଡେମିକ୍‌ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଟେକ୍ନିକାଲ୍‌ ଛାତ୍ରୀଛାତ୍ରଙ୍କ ଲାଗି ଅନ୍‌ଲାଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ପ୍ରକଳ୍ପଗୁଡ଼ିକର ଆୟୋଜନ କରିଥିଲୁ। ପିଲାଙ୍କୁ ଉତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଢ଼ିତୋଳିବା ପାଇଁ କୁଇଜ୍‌, ମ୍ୟାନେଜ୍‌ମେଣ୍ଟ ଗେମ୍ସ, ଲିଡରଶିପ୍‌ ଗେମିଂ, ପୋଷ୍ଟର ପ୍ରତିଯୋଗିତା ସହ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ଲାଗି ଡିବେଟ୍‌, କ୍ଲବ୍ସ ଏବଂ ସାଧାରଣ ଜ୍ଞାନ ସମ୍ବନ୍ଧରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରିଥିଲୁ। ବିନା କୌଣସି ଏକ୍ସଟ୍ରା ଫି’ରେ ଟ୍‌ୟୁଟୋରିଆଲ୍‌ କ୍ଲାସ୍‌ ନିଆଯାଇଥିଲା।
ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ କି ଉପଦେଶ ଦେବେ?
ପ୍ରତ୍ୟେକ ଘଟଣା ଓ ନିଜ ଆଖପାଖରେ ଥିବା ସମସ୍ତ ଲୋକଙ୍କଠାରୁ କିଛି ନା କିଛି ଶିଖିବାକୁ ମିଳିଥାଏ। ଯେତେବେଳେ ସବୁକିଛି ଠିକ୍‌ରେ ଚାଲୁଥିବ ଆପଣ ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ଜୀବନ ପଥରେ କିଛି ଖରାପ ଘଟୁଥିବାବେଳେ ସେଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଦୃଢ଼ ବ୍ୟକ୍ତିଙ୍କ ସହିତ ମିଶି ଉକ୍ତ ସମସ୍ୟାର ସମାଧାନ କରିବା ଆବଶ୍ୟକ। ପିଲାମାନେ ନିଜ ଦେଶର ଭବିଷ୍ୟତ ପାଇଁ ଶିକ୍ଷା, ଟେକ୍ନୋଲୋଜି ଏବଂ ଦକ୍ଷତା ଦ୍ୱାରା ନିଜକୁ ପ୍ରସ୍ତୁତ କଲେ ଆଗକୁ ବଢ଼ିପାରିବେ। ଏନ୍‌ଇପି ୨୦୨୦ର ଏକ ଅଂଶ ହିସାବରେ କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ସମସ୍ତ ପ୍ରକାର ଜ୍ଞାନ ଏକାଠି କରିବାକୁ ପିଲାମାନଙ୍କ ନିକଟରେ ଯଥେଷ୍ଟ ସମୟ ଥିଲା। ମୁଁ ଯୁବକମାନଙ୍କୁ ସମସ୍ତ ବିଷୟରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେବି। ପିଲାମାନେ ସମସ୍ତ ବିଷୟରେ ପାରଙ୍ଗମ ହେବା ଦେଶ ପାଇଁ ଏକ ଭଲ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri