ପବ୍ଲିକ୍‌ ଓ୍ବାଇଫାଇ ବ୍ୟବହାର କରୁଥିଲେ ରୁହନ୍ତୁ ସତର୍କ; ଜାଣିରଖନ୍ତୁ…

ବର୍ତ୍ତମାନ ବିନା ଇଣ୍ଟରନେଟ୍‌ରେ ଅଧିକାଂଶ କାମ ଯେମିତି ଅସମ୍ଭବ ମନେହେଉଛି। ଯେଉଁଥିପାଇଁ କେବଳ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନୁହେଁ, ଅନେକେ ଓ୍ବାଇଫାଇ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ରେଲ୍‌ଓ୍ବେ ଷ୍ଟେଶନ୍‌, କେତେକ ଶପିଂ ମଲ୍‌, ହୋଟେଲ୍‌, କଲେଜ କ୍ୟାମ୍ପସ୍‌ ଆଦିରେ ମାଗଣାରେ ମିଳୁଥିବା ଓ୍ବାଇଫାଇ ବ୍ୟବହାର କରିବାକୁ ଗହଳି ଜମାଉଛନ୍ତି। ହେଲେ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ଜାଣିରଖନ୍ତୁ ସେ ସମ୍ପର୍କରେ…

* ପ୍ରଥମ କଥା ହେଉଛି ଯଥାସମ୍ଭବ ପବ୍ଲିକ୍‌ ଓ୍ବାଇଫାଇ ବ୍ୟବହାରଠୁ ଦୂରେଇ ରୁହନ୍ତୁ। ଅଧିକ ଇଣ୍ଟରନେଟ୍‌ ଆବଶ୍ୟକ ହେଉଥିଲେ ଘରେ ଓ୍ବାଇଫାଇ କନେକ୍‌ସନ୍‌ ନେଇପାରିବେ। କାରଣ ପବ୍ଲିକ୍‌ ଓ୍ବାଇଫାଇରେ ଡାଟା ହ୍ୟାକ୍‌ ହେବାର ଆଶଙ୍କା ବେଶି।

* ବାହାରେ ଓ୍ବାଇଫାଇ ସହ କନେକ୍ଟ କରୁଥିଲେ ଓ୍ବେବ୍‌ସାଇଟ୍‌ ଅନ୍‌ କରିବା ପରେ ଯଦି ତାହା ‘http’ରୁ ଆରମ୍ଭ ହୋଇଥାଏ, ତେବେ ତାହା ସୁରକ୍ଷିତ ନୁହେଁ ଏବଂ ସେଥିରେ ସାଇବର ଆଟାକ୍‌ ହେବାର ଆଶଙ୍କା ରହିଛି। କାରଣ ଏନ୍‌କ୍ରିପ୍ଟେଡ୍‌ ଏବଂ ସେଫ୍‌ ସାଇଟ୍‌ଗୁଡ଼ିକ ‘https’ରୁ ଆରମ୍ଭ ହୋଇଥାଏ। ପବ୍ଲିକ୍‌ ଓ୍ବାଇଫାଇରେ ଏହି ସାମାନ୍ୟ କଥାକୁ ଅଣଦେଖା କଲେ ଆପଣଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିପାରେ।

* ଓ୍ବାଇଫାଇ କନେକ୍‌ସନ୍‌କୁ ଆଦୌ ଅଟୋମେଟିକ୍‌ କରି ରଖନ୍ତୁ ନାହିଁ।

* କୌଣସି ନେଟ୍‌ଓ୍ବର୍କ ସହିତ କନେକ୍ଟ କଲେ ଯଦି ତାହା ସୁରକ୍ଷିତ ହୋଇ ନ ଥାଏ, ଗୁଗୁଲ୍‌କ୍ରୋମ୍‌ ପକ୍ଷରୁ ଆଲର୍ଟ ନୋଟିଫିକେଶନ୍‌ ଆସିଯାଏ, ଯାହାକୁ ଅନେକେ ଅଣଦେଖା କରି କାଟିଦିଅନ୍ତି। ହେଲେ ଆପଣ ଜାଣନ୍ତିକି, ମୋବାଇଲ୍‌ରେ ଥିବା ଅନେକ ଆପ୍‌ରୁ ପର୍ସନାଲ୍‌ ଡାଟା ଚୋରି ହେବାର ନଜିର ରହିଛି। ତେଣୁ ଗୁଗୁଲ୍‌ ପକ୍ଷରୁ ଆସୁଥିବା ନୋଟିଫିକେଶନ୍‌ ଭଲ ଭାବେ ପଢ଼ିନିଅନ୍ତୁ।

* ପବ୍ଲିକ୍‌ ଓ୍ବାଇଫାଇରେ ବ୍ୟାଙ୍କିଙ୍ଗ୍‌ ଆପ୍‌ ବ୍ୟବହାର କରିବା ନିରାପଦ ନୁହେଁ। ବିଶେଷକରି ଏହାକୁ ବ୍ୟବହାର କରିବା ବେଳେ କୌଣସି ଟ୍ରାଞ୍ଜାକ୍‌ସନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଚୋରି କରିବା ହ୍ୟାକରଙ୍କୁ ସହଜ ହୋଇଥାଏ। ତେଣୁ ଆବଶ୍ୟକ ସ୍ଥଳେ ମୋବାଇଲ୍‌ ଡାଟା ହିଁ ବ୍ୟବହାର କରନ୍ତୁ।

* କୌଣସି ଆପ୍‌ରେ ଯଦି ପାସ୍‌ଓ୍ବାର୍ଡ ଦେବାର ଥାଏ, ତେବେ ତାହାକୁ ପବ୍ଲିକ୍‌ ଓ୍ବାଇଫାଇରେ କନେକ୍ଟ କରି ଖୋଲନ୍ତୁ ନାହିଁ। କାରଣ ଏହାଦ୍ୱାରା ତାହା ହ୍ୟାକ୍‌ ହୋଇପାରେ।

* ମୋବାଇଲ୍‌ ହେଉ କିମ୍ବା ଲାପଟପ୍‌ରେ ଏହାକୁ ବ୍ୟବହାର କଲା ବେଳେ ଶେୟାରିଂ ଅପ୍‌ସନ ଅଫ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri