ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍‌, ହୋଇପାରେ ଏହି ଅଦ୍ଭୁତ ରୋଗ

ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍‌ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା ଯେ, ପିଲାମାନେ ଏହି ପ୍ରକାର ଚକୋଲେଟକୁ ବହୁତ ଭଲ ପାଆନ୍ତି ଏବଂ ମାତାପିତାଙ୍କ ନିକଟରେ କେବଳ ଏହି ଚକୋଲେଟ ଖାଇବା ପାଇଁ ଜିଦ୍‌ ଧରୁଥିଲେ। ଯେତେବେଳେ ମାତାପିତା ଏହା ଉପରେ କିଛି ଭୁଲ୍‌ ଅନୁଭବ କଲେ, ସେତେବେଳେ ଏହି ସମଗ୍ର ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ କର୍ନାଟକର ମାଙ୍ଗାଲୁରୁ ଉତ୍ତର ପୋଲିସ ଦୁଇ ଦୋକାନ ମାଲିକଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ପିଲାମାନଙ୍କୁ ଏହି ପ୍ରକାରର ଚକୋଲେଟରେ ବହୁତ ସ୍ବାଦିଷ୍ଟ ଲାଗୁଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୋକାନୀମାନେ ଚକୋଲେଟ ଜରିଆରେ ପିଲାମାନଙ୍କୁ ଡ୍ରଗ୍ସ ଦେଉଥିଲେ। ଅଭିଭାବକମାନେ ଏହାକୁ ଖାଉଥିବା ପିଲାମାନଙ୍କ ଆଚରଣରେ ପରିବର୍ତ୍ତନ ଦେଖୁଥିଲେ। ଦୋକାନୀମାନେ ଏହି ଚକୋଲେଟକୁ ୨୦ ଟଙ୍କାରେ ବିକ୍ରି କରୁଥିଲେ। ପିଲାମାନେ ବାରମ୍ବାର ଏହି ଚକୋଲେଟ୍‌ ଖାଇବାକୁ ବି ଦାବି କରୁଥିଲେ। ଏଥିରେ କିଛି ଭୁଲ ଅନୁଭବ କରି ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା।

ଏହା ପରେ ମାଙ୍ଗାଲୁରୁ ପୋଲିସ ଉଭୟ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହା ପରେ ପୋଲିସ ସମୁଦାୟ ୧୨୦ କିଲୋଗ୍ରାମ ଡ୍ରଗ୍ସ ଚକୋଲେଟ ଜବତ କରିଛି। ପୋଲିସ ଗୋଟିଏ ଦୋକାନରୁ ୮୫ କିଲୋଗ୍ରାମ ଚକୋଲେଟ ଏବଂ ଅନ୍ୟ ଦୋକାନରୁ ୩୫ କିଲୋଗ୍ରାମ ଜବତ କରିଛି। ଏହି ମାମଲାରେ ପୋଲିସ ଉଭୟ ଅଭିଯୁକ୍ତ ଦୋକାନ ମାଲିକଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି।

ମାଙ୍ଗାଲୁରୁ ପୋଲିସ କମିଶନର କୁଲଦୀପ ଜେନା କହିଛନ୍ତି, ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରୀ ରିପୋର୍ଟରେ ଗଞ୍ଜେଇ ରହିଥିବା ସ୍ପଷ୍ଟ ହୋଇଛି। ବିଶେଷ କରି ଉତ୍ତରପ୍ରଦେଶରୁ ଚକୋଲେଟ କିଣାଯାଉଥିଲା। ଏହି ଘଟଣାରେ ଦୋକାନ ମାଲିକ ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?