ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏସିଡିଟି ବଢ଼ାଇଥାଏ: କଫିରେ ଅମ୍ଳ ପରିମାଣ ଅଧିକ। ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍‌ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଜଏଣ୍ଟରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ।
ଉପୁଯାଏ କୋଷ୍ଠକାଠନ୍ୟ ସମସ୍ୟା: କଫିରେ ଅଧିକ ପରିମାଣରେ କଫିନ୍‌ ରହିଥାଏ ଯାହା କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଇଥାଏ। କେବଳ ଏତିକି ନୁହେଁ, କଫି ପିଇବା ଏକ ଏଭଳି ଆଡିକ୍ସନରେ ପରିଣତ ହୋଇଯାଏ, ଦିନେ ନ ପିଇଲେ ମୁଣ୍ଡ ବିନ୍ଧିବା, ଅଳସୁଆ ବା ମାନ୍ଦା ଲାଗିବା ଭଳି ସମସ୍ୟା ଉପୁଜିଥାଏ।
ହ୍ରାସ କରେ ଶକ୍ତି: ଆଡ୍ରେନାଲ୍‌ ଗ୍ଲାଣ୍ଡ ପ୍ରାକୃତିକ ଉପାୟରେ ଶରୀରକୁ ଶକ୍ତି ଯୋଗାଇଥାଏ। କଫିରେ ଥିବା କଫିନ୍‌ ଆଡ୍ରେନାଲ୍‌ ଗ୍ଲାଣ୍ଡକୁ ଶରୀରକୁ ଶକ୍ତି ଯୋଗାଉଥିବା ହର୍‌ମୋନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଳ୍ପ ପରିମାଣରେ ଏହାକୁ ପିଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ। ହେଲେ ବାରମ୍ବାର କଫି ପିଇବା ଦ୍ୱାରା ଆଡ୍ରେନାଲ୍‌ ଗ୍ଲାଣ୍ଡ ଉପରେ ଚାପ ପଡ଼ିଥାଏ। ଫଳରେ ତାହା ପ୍ରାକୃତିକ ଉପାୟରେ ଶକ୍ତି ଯୋଗାଇ ନ ପାରିବା ସହ ଆଡ୍ରେନାଲ୍‌ ଫଟିଗ୍‌, ବର୍ନଆଉଟ୍‌ କିମ୍ବା ହର୍ମୋନ ଇମ୍‌ବାଲାନ୍ସ ଭଳି ସମସ୍ୟା ଉପୁଜିଥାଏ।
ବଢ଼ାଏ ଡାଇବେଟିସ୍‌ ଆଶଙ୍କା: ମାନସିକ ଚାପ ଦୂର କରିବା ଲାଗି ଅନେକେ କଫି ପିଅନ୍ତି। ଏହାଦ୍ୱାରା କିଛି ସମୟ ପାଇଁ ଏଥିରୁ ମୁକ୍ତି ମିଳିଥାଏ। ହେଲେ ଟେନ୍‌ସନ୍‌ ଫ୍ରି ହେବା ଆଳରେ ବାରମ୍ବାର ବ୍ଲାକ୍‌ କଫି ପିଇଲେ ଶରୀରରେ କର୍ଟିସଲ୍‌ ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ଚର୍ବି ଅଂଶ ବଢ଼ିଥାଏ। କେବଳ ଏତିକି ନୁହେଁ, ବାରମ୍ବାର ବ୍ଲାକ୍‌ କଫି ପିଇବା ଦ୍ୱାରା ଇନ୍‌ସୁଲିନ୍‌ କ୍ଷରଣ କମିଥାଏ, ଯାହାକି ଡାଇବେଟିସ୍‌ ହେବାର ମୁଖ୍ୟ କାରଣ।
ସାଜେ ନିଦ୍ରାହୀନତାର କାରଣ: ବ୍ଲାକ୍‌ କଫି ଅଧିକ ପିଇବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଉପୁଜିପାରେ। ତେଣୁ ରାତିରେ ଏକ ଭଲ ଏବଂ ଶାନ୍ତିପୂର୍ଣ୍ଣ ନିଦ୍ରା ଚାହୁଁଥିଲେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଆଦୌ ବ୍ଲାକ୍‌ କଫି କିମ୍ବା କ୍ଷୀରଯୁକ୍ତ କଫି ପିଅନ୍ତୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri