ରୁହନ୍ତୁ ସତର୍କ, ରହିବନି ଡର

ବିପଦ ସବୁବେଳେ ହଠାତ୍‌ ଆସେ।  ତେଣୁ ଆତ୍ମସୁରକ୍ଷାକୁ ନେଇ ସମସ୍ତେ  ସର୍ବଦା ସତର୍କ ରହିବା ଆବଶ୍ୟକ। ବିଶେଷକରି ବାହାରକୁ ଯାଉଥିବା ମହିଳାମାନେ ନିଜର ସୁରକ୍ଷା ଲାଗି କେତେକ ଦିଗ ପ୍ରତି
ଯତ୍ନଶୀଳ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ବର୍ତ୍ତମାନ ଚାରିଆଡେ ବଢିଚାଲିଥିବା ଅପରାଧକୁ ଆଖିଆଗରେ ରଖି ସାମାଜିକ ନିରାପତ୍ତା ନିମନ୍ତେ ସୁରକ୍ଷା ବ୍ୟବସ୍ଥା ଯେତେ ଯେତେ ସୁଦୃଢ କରାଯାଉଛି, ଅପରାଧୀ ସେମାନଙ୍କ ଅପରାଧ ଦୁନିଆ ସେତେ ସେତେ ବିସ୍ତାର କରିବାର ବିକଳ୍ପ ଖୋଜି ବୁଲୁଛନ୍ତି। ଏମିତି ପରିସ୍ଥିତିରେ ବାହାରକୁ ଜବ୍‌ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ଯାଉଥିବା ମହିଳାମାନେ ନିଜ ସୁରକ୍ଷା ଲାଗି ବିଭିନ୍ନ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ….
ଆତ୍ମସୁରକ୍ଷା କୌଶଳ ଶିଖନ୍ତୁ- ବର୍ତ୍ତମାନ ସମୟରେ ଆତ୍ମସୁରକ୍ଷା କୌଶଳ ଶିଖିବା ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ତେଣୁ ଜୁଡୋ, କରାଟେ, ଟାଏକୋଣ୍ଡୋ, କୁମ୍ପୁ ଆଦି ବିଭିନ୍ନ ଆତ୍ମରକ୍ଷା କଳା ଶିଖିବାକୁ ଚେଷ୍ଟା କରନ୍ତୁ। ଯଦି ଏସବୁ ଶିଖିବାର ସୁବିଧା ନ ହୁଏ ତେବେ ଏକାକୀ ବାହାରକୁ ଯିବା ସମୟରେ ନିଜ ବ୍ୟାଗ୍‌ରେ କୌଣସି ଅଘଟଣ ସମୟରେ ହଠାତ୍‌ କାମରେ ଆସିବା ଲାଗି ଲଙ୍କା ଗୁଣ୍ଡ, ପେପର ସ୍ପ୍ରେ, ଡିୟୋଡ୍ରେଣ୍ଟ, ନେଲ୍‌କଟର, ଛୁରି, ସେଫ୍ଟି ପିନ୍‌ ପରି ଛୋଟ ଛୋଟ ଜିନିଷ ରଖନ୍ତୁ।
ସତର୍କତା ଜରୁରୀ: ମହିଳାମାନେ କେତେ ଗହଣାପ୍ରେମୀ ତା’ ସମସ୍ତଙ୍କୁ ଜଣା। ଆଉ ଏଥିପାଇଁ ଚୋରଙ୍କୁ ମହିଳାଙ୍କଠାରୁ ଗହଣା ଚୋରି କରିବା ସବୁଠୁ ସହଜ ଉପାୟ। ତେଣୁ ବାହାରକୁ ଯିବାବେଳେ ଗହଣା କିମ୍ବା କୌଣସି ଦାମୀ ଅଳଙ୍କାର ନ ପିନ୍ଧିବା ଭଲ। ସେହିପରି ସାଙ୍ଗରେ ଅଧିକ କ୍ୟାଶ୍‌ ମଧ୍ୟ ରଖନ୍ତୁ ନାହିଁ। ଅତ୍ୟାବଶ୍ୟକ ନ ଥିଲେ ବାରମ୍ବାର ମୋବାଇଲ୍‌ ବ୍ୟାଗ୍‌ରୁ କାଢନ୍ତୁ ନାହିଁ। ସେହିପରି ବାହାରକୁ ଯିବା ସମୟରେ ଲିଫ୍ଟ ନେବା କିମ୍ବା କାହାକୁ ଲିଫ୍ଟ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଯଦି ସେମିତି ଅତି ଜରୁରୀ ନ ଥାଏ ତେବେ ଲିଫ୍ଟ ବିଶେଷକରି ଚାରିଚକିଆ ଯାନରେ ଲିଫ୍ଟ ନେବା ସୁରକ୍ଷିତ ନୁହେଁ। କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ବି ବର୍ତ୍ତମାନ ସମୟରେ ଅନେକ ଅପରାଧର ମୂଳ କାରଣ। ତେଣୁ ସୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ଦିଗ ପ୍ରତି ସତର୍କ ରୁହନ୍ତୁ।
କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ- ଚୋରି ଆଶଙ୍କାକୁ ଦୃଷ୍ଟିରେ ରଖି କ୍ୟାଶ୍‌ ବଦଳରେ କାର୍ଡ ବ୍ୟବହାର କରିବା ଭଲ। ସେହିପରି ମୋବାଇଲ୍‌ରେ ପେଟିଏମ୍‌, ଗୁଗୁଲ୍‌ ପେ ଭଳି ବିଭିନ୍ନ କ୍ୟାଶଲେସ୍‌ ସୁବିଧା ଆପଣାନ୍ତୁ। ଏହା ବ୍ୟତୀତ ଯଦି କେବେ କ୍ୟାଶ୍‌ ଆବଶ୍ୟକ ହେଲେ ଏଟିଏମ୍‌ ଯିବାକୁ ପଡେ ତେବେ ସବୁବେଳେ ରାତି ବଦଳରେ ଦିନ ସମୟରେ କିମ୍ବା ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଚେଷ୍ଟା କରନ୍ତୁ। ଏଟିଏମ୍‌ରେ ପାସ୍‌ୱାର୍ଡ ଏଣ୍ଟର୍‌ କରିବା ସମୟରେ ଯେପରି ଆଉ କେହି ନ ଦେଖନ୍ତି ସେଥିଲାଗି ସଜାଗ ରୁହନ୍ତୁ ଏବଂ କ୍ୟାଶ୍‌ ମିଳିବା ପରେ କ୍ୟାନ୍ସଲ୍‌ ବଟନ୍‌ ପ୍ରେସ୍‌ କରିବାକୁ ଭୁଲନ୍ତୁ ନାହିଁ। ଏଟିଏମ୍‌ ବାହାରକୁ ଆସି କେବେବି ଟଙ୍କା ଗଣିବାର ଭୁଲ ଆଦୌ କରନ୍ତୁ ନାହିଁ। ସେହିପରି ଏଟିଏମ୍‌ କାର୍ଡ କାମ ନ କରୁଥିଲେ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ନେବା ପରିବର୍ତ୍ତେ ଏଟିଏମ୍‌ ଗାର୍ଡଙ୍କ ସହାୟତା ନିଅନ୍ତୁ।
ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ: ଏକାକୀ ବାହାରକୁ ଯାଉଥିଲେ ସାହସର ସହିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ସବୁବେଳେ ମାନସିକ ସ୍ତରରେ ପ୍ରସ୍ତୁତ ରଖନ୍ତୁ। ବାହାରକୁ ଯିବା ପୂର୍ବରୁ ମୋବାଇଲରେ ସବୁବେଳେ ଚାର୍ଜ ରଖନ୍ତୁ। ଗୁରୁତ୍ବପୂର୍ଣ୍ଣ ନମ୍ବର ଯେପରି କି ସମ୍ପର୍କୀୟଙ୍କ ନମ୍ବର, ପୋଲିସ୍‌ ନମ୍ବର ସ୍ପିଡ୍‌ ଡାଏଲରେ ରଖନ୍ତୁ। ଫଳରେ ହଠାତ୍‌ କୌଣସି ଅସୁବିଧାରେ ପଡିଲେ ସଙ୍ଗେସଙ୍ଗେ ନମ୍ବର ଡାଏଲ କରିପାରିବେ। ଏହାବ୍ୟତୀତ ବିଭିନ୍ନ ମହିଳାଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ହୋଇଥିବା ମାଇଁ ସେଫ୍ଟିପିନ୍‌, ସେକ୍‌ ଟୁ ସେଫ୍ଟି, ହିମତ୍‌, ବି ସେଫ୍‌, ଓ୍ବିଥ୍‌ ୟୁ ଭଳି ସ୍ବତନ୍ତ୍ର ସେଫ୍ଟିଆପ୍‌କୁ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରି ରଖନ୍ତୁ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ଏହାର ସହାୟତା ନେବାକୁ ଭୁଲନ୍ତୁ ନାହିଁ। ଯଦି କୌଣସି ନୂଆ ସ୍ଥାନକୁ ଏକୁଟିଆ ଯାଉଛନ୍ତି, ସେଥିନେଇ ଘରେ ପୂର୍ବରୁ ଜଣାନ୍ତୁ। ଏହା ବ୍ୟତୀତ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ଥାଆନ୍ତୁ। ଯଦି ଆପଣଙ୍କ ମନରେ କେବେ ବି କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିକୁ ନେଇ ସନ୍ଦେହ ଉପୁଜେ, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣଙ୍କୁ କିଏ ଫଲୋ କରୁଛି କିମ୍ବା ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କୁ ଅଜବ ଲାଗୁଛି ତେବେ ହଠାତ୍‌ ଡରିଯାଆନ୍ତୁ ନାହିଁ। ଅସୁବିଧାରେ ପଡିବାର ଟିକେ ବି ସୂଚନା ପାଇବା ମାତ୍ରେ ସଙ୍ଗେସଙ୍ଗେ ଯେପରି ପ୍ରତିବାଦ କରିପାରିବେ ସେଥିଲାଗି ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ। ରାସ୍ତା ନିରୋଳା ହୋଇଥିଲେ ଏଭଳି ପରିସ୍ଥିତିରେ ସର୍ବପ୍ରଥମେ ତତ୍‌କ୍ଷଣାତ୍‌ ରାସ୍ତା ବଦଳାଇ ଜନଗହଳି ସ୍ଥାନକୁ ଯାଆନ୍ତୁ। ପରିବାରର ସଦସ୍ୟଙ୍କୁ ଫୋନ୍‌ରେ ଏନେଇ ସୂଚନା ଦେବା ସହ ଆବଶ୍ୟକସ୍ଥଳେ ନିକଟସ୍ଥ ପୋଲିସ ଷ୍ଟେଶନରେ ସୂଚନା ମଧ୍ୟ ଦିଅନ୍ତୁ।
ପବ୍ଲିକ୍‌ ଟ୍ରାନ୍ସପୋର୍ଟ – ଯଦି ନିଜସ୍ବ ଗାଡି ବଦଳରେ ବାହାରକୁ ଯିବାଲାଗି ପବ୍ଲିକ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଛନ୍ତି, ତେବେ ଖାଲି ଥିବା ବସ୍‌ କିମ୍ବା ଅଟୋ ବଦଳରେ ଲୋକ ଗହଳି ଥିବାକ ଟ୍ରାନ୍ସପୋର୍ଟର ସୁବିଧା ନିଅନ୍ତୁ। ଯଦି ଏକୁଟିଆ କୌଣସି ଗାଡିରେ ଯିବାକୁ ପଡେ ତେବେ ଯଥାଶୀଘ୍ର ସେ ଗାଡିର ନମ୍ବର ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଏସ୍‌ଏମ୍‌ଏସ୍‌ କରିଦିଅନ୍ତୁ। ଫଳରେ କୌଣସି ଅସୁବିଧା ହେଲେ ଉକ୍ତ ଗାଡି ବିଷୟରେ ଜାଣିବା ସହଜ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?