ରୁହନ୍ତୁ ସତର୍କ, ରହିବନି ଡର

ବିପଦ ସବୁବେଳେ ହଠାତ୍‌ ଆସେ।  ତେଣୁ ଆତ୍ମସୁରକ୍ଷାକୁ ନେଇ ସମସ୍ତେ  ସର୍ବଦା ସତର୍କ ରହିବା ଆବଶ୍ୟକ। ବିଶେଷକରି ବାହାରକୁ ଯାଉଥିବା ମହିଳାମାନେ ନିଜର ସୁରକ୍ଷା ଲାଗି କେତେକ ଦିଗ ପ୍ରତି
ଯତ୍ନଶୀଳ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ବର୍ତ୍ତମାନ ଚାରିଆଡେ ବଢିଚାଲିଥିବା ଅପରାଧକୁ ଆଖିଆଗରେ ରଖି ସାମାଜିକ ନିରାପତ୍ତା ନିମନ୍ତେ ସୁରକ୍ଷା ବ୍ୟବସ୍ଥା ଯେତେ ଯେତେ ସୁଦୃଢ କରାଯାଉଛି, ଅପରାଧୀ ସେମାନଙ୍କ ଅପରାଧ ଦୁନିଆ ସେତେ ସେତେ ବିସ୍ତାର କରିବାର ବିକଳ୍ପ ଖୋଜି ବୁଲୁଛନ୍ତି। ଏମିତି ପରିସ୍ଥିତିରେ ବାହାରକୁ ଜବ୍‌ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ଯାଉଥିବା ମହିଳାମାନେ ନିଜ ସୁରକ୍ଷା ଲାଗି ବିଭିନ୍ନ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ….
ଆତ୍ମସୁରକ୍ଷା କୌଶଳ ଶିଖନ୍ତୁ- ବର୍ତ୍ତମାନ ସମୟରେ ଆତ୍ମସୁରକ୍ଷା କୌଶଳ ଶିଖିବା ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ତେଣୁ ଜୁଡୋ, କରାଟେ, ଟାଏକୋଣ୍ଡୋ, କୁମ୍ପୁ ଆଦି ବିଭିନ୍ନ ଆତ୍ମରକ୍ଷା କଳା ଶିଖିବାକୁ ଚେଷ୍ଟା କରନ୍ତୁ। ଯଦି ଏସବୁ ଶିଖିବାର ସୁବିଧା ନ ହୁଏ ତେବେ ଏକାକୀ ବାହାରକୁ ଯିବା ସମୟରେ ନିଜ ବ୍ୟାଗ୍‌ରେ କୌଣସି ଅଘଟଣ ସମୟରେ ହଠାତ୍‌ କାମରେ ଆସିବା ଲାଗି ଲଙ୍କା ଗୁଣ୍ଡ, ପେପର ସ୍ପ୍ରେ, ଡିୟୋଡ୍ରେଣ୍ଟ, ନେଲ୍‌କଟର, ଛୁରି, ସେଫ୍ଟି ପିନ୍‌ ପରି ଛୋଟ ଛୋଟ ଜିନିଷ ରଖନ୍ତୁ।
ସତର୍କତା ଜରୁରୀ: ମହିଳାମାନେ କେତେ ଗହଣାପ୍ରେମୀ ତା’ ସମସ୍ତଙ୍କୁ ଜଣା। ଆଉ ଏଥିପାଇଁ ଚୋରଙ୍କୁ ମହିଳାଙ୍କଠାରୁ ଗହଣା ଚୋରି କରିବା ସବୁଠୁ ସହଜ ଉପାୟ। ତେଣୁ ବାହାରକୁ ଯିବାବେଳେ ଗହଣା କିମ୍ବା କୌଣସି ଦାମୀ ଅଳଙ୍କାର ନ ପିନ୍ଧିବା ଭଲ। ସେହିପରି ସାଙ୍ଗରେ ଅଧିକ କ୍ୟାଶ୍‌ ମଧ୍ୟ ରଖନ୍ତୁ ନାହିଁ। ଅତ୍ୟାବଶ୍ୟକ ନ ଥିଲେ ବାରମ୍ବାର ମୋବାଇଲ୍‌ ବ୍ୟାଗ୍‌ରୁ କାଢନ୍ତୁ ନାହିଁ। ସେହିପରି ବାହାରକୁ ଯିବା ସମୟରେ ଲିଫ୍ଟ ନେବା କିମ୍ବା କାହାକୁ ଲିଫ୍ଟ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଯଦି ସେମିତି ଅତି ଜରୁରୀ ନ ଥାଏ ତେବେ ଲିଫ୍ଟ ବିଶେଷକରି ଚାରିଚକିଆ ଯାନରେ ଲିଫ୍ଟ ନେବା ସୁରକ୍ଷିତ ନୁହେଁ। କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ବି ବର୍ତ୍ତମାନ ସମୟରେ ଅନେକ ଅପରାଧର ମୂଳ କାରଣ। ତେଣୁ ସୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ଦିଗ ପ୍ରତି ସତର୍କ ରୁହନ୍ତୁ।
କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ- ଚୋରି ଆଶଙ୍କାକୁ ଦୃଷ୍ଟିରେ ରଖି କ୍ୟାଶ୍‌ ବଦଳରେ କାର୍ଡ ବ୍ୟବହାର କରିବା ଭଲ। ସେହିପରି ମୋବାଇଲ୍‌ରେ ପେଟିଏମ୍‌, ଗୁଗୁଲ୍‌ ପେ ଭଳି ବିଭିନ୍ନ କ୍ୟାଶଲେସ୍‌ ସୁବିଧା ଆପଣାନ୍ତୁ। ଏହା ବ୍ୟତୀତ ଯଦି କେବେ କ୍ୟାଶ୍‌ ଆବଶ୍ୟକ ହେଲେ ଏଟିଏମ୍‌ ଯିବାକୁ ପଡେ ତେବେ ସବୁବେଳେ ରାତି ବଦଳରେ ଦିନ ସମୟରେ କିମ୍ବା ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଚେଷ୍ଟା କରନ୍ତୁ। ଏଟିଏମ୍‌ରେ ପାସ୍‌ୱାର୍ଡ ଏଣ୍ଟର୍‌ କରିବା ସମୟରେ ଯେପରି ଆଉ କେହି ନ ଦେଖନ୍ତି ସେଥିଲାଗି ସଜାଗ ରୁହନ୍ତୁ ଏବଂ କ୍ୟାଶ୍‌ ମିଳିବା ପରେ କ୍ୟାନ୍ସଲ୍‌ ବଟନ୍‌ ପ୍ରେସ୍‌ କରିବାକୁ ଭୁଲନ୍ତୁ ନାହିଁ। ଏଟିଏମ୍‌ ବାହାରକୁ ଆସି କେବେବି ଟଙ୍କା ଗଣିବାର ଭୁଲ ଆଦୌ କରନ୍ତୁ ନାହିଁ। ସେହିପରି ଏଟିଏମ୍‌ କାର୍ଡ କାମ ନ କରୁଥିଲେ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ନେବା ପରିବର୍ତ୍ତେ ଏଟିଏମ୍‌ ଗାର୍ଡଙ୍କ ସହାୟତା ନିଅନ୍ତୁ।
ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ: ଏକାକୀ ବାହାରକୁ ଯାଉଥିଲେ ସାହସର ସହିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ସବୁବେଳେ ମାନସିକ ସ୍ତରରେ ପ୍ରସ୍ତୁତ ରଖନ୍ତୁ। ବାହାରକୁ ଯିବା ପୂର୍ବରୁ ମୋବାଇଲରେ ସବୁବେଳେ ଚାର୍ଜ ରଖନ୍ତୁ। ଗୁରୁତ୍ବପୂର୍ଣ୍ଣ ନମ୍ବର ଯେପରି କି ସମ୍ପର୍କୀୟଙ୍କ ନମ୍ବର, ପୋଲିସ୍‌ ନମ୍ବର ସ୍ପିଡ୍‌ ଡାଏଲରେ ରଖନ୍ତୁ। ଫଳରେ ହଠାତ୍‌ କୌଣସି ଅସୁବିଧାରେ ପଡିଲେ ସଙ୍ଗେସଙ୍ଗେ ନମ୍ବର ଡାଏଲ କରିପାରିବେ। ଏହାବ୍ୟତୀତ ବିଭିନ୍ନ ମହିଳାଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ହୋଇଥିବା ମାଇଁ ସେଫ୍ଟିପିନ୍‌, ସେକ୍‌ ଟୁ ସେଫ୍ଟି, ହିମତ୍‌, ବି ସେଫ୍‌, ଓ୍ବିଥ୍‌ ୟୁ ଭଳି ସ୍ବତନ୍ତ୍ର ସେଫ୍ଟିଆପ୍‌କୁ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରି ରଖନ୍ତୁ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ଏହାର ସହାୟତା ନେବାକୁ ଭୁଲନ୍ତୁ ନାହିଁ। ଯଦି କୌଣସି ନୂଆ ସ୍ଥାନକୁ ଏକୁଟିଆ ଯାଉଛନ୍ତି, ସେଥିନେଇ ଘରେ ପୂର୍ବରୁ ଜଣାନ୍ତୁ। ଏହା ବ୍ୟତୀତ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ଥାଆନ୍ତୁ। ଯଦି ଆପଣଙ୍କ ମନରେ କେବେ ବି କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିକୁ ନେଇ ସନ୍ଦେହ ଉପୁଜେ, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣଙ୍କୁ କିଏ ଫଲୋ କରୁଛି କିମ୍ବା ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କୁ ଅଜବ ଲାଗୁଛି ତେବେ ହଠାତ୍‌ ଡରିଯାଆନ୍ତୁ ନାହିଁ। ଅସୁବିଧାରେ ପଡିବାର ଟିକେ ବି ସୂଚନା ପାଇବା ମାତ୍ରେ ସଙ୍ଗେସଙ୍ଗେ ଯେପରି ପ୍ରତିବାଦ କରିପାରିବେ ସେଥିଲାଗି ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ। ରାସ୍ତା ନିରୋଳା ହୋଇଥିଲେ ଏଭଳି ପରିସ୍ଥିତିରେ ସର୍ବପ୍ରଥମେ ତତ୍‌କ୍ଷଣାତ୍‌ ରାସ୍ତା ବଦଳାଇ ଜନଗହଳି ସ୍ଥାନକୁ ଯାଆନ୍ତୁ। ପରିବାରର ସଦସ୍ୟଙ୍କୁ ଫୋନ୍‌ରେ ଏନେଇ ସୂଚନା ଦେବା ସହ ଆବଶ୍ୟକସ୍ଥଳେ ନିକଟସ୍ଥ ପୋଲିସ ଷ୍ଟେଶନରେ ସୂଚନା ମଧ୍ୟ ଦିଅନ୍ତୁ।
ପବ୍ଲିକ୍‌ ଟ୍ରାନ୍ସପୋର୍ଟ – ଯଦି ନିଜସ୍ବ ଗାଡି ବଦଳରେ ବାହାରକୁ ଯିବାଲାଗି ପବ୍ଲିକ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଛନ୍ତି, ତେବେ ଖାଲି ଥିବା ବସ୍‌ କିମ୍ବା ଅଟୋ ବଦଳରେ ଲୋକ ଗହଳି ଥିବାକ ଟ୍ରାନ୍ସପୋର୍ଟର ସୁବିଧା ନିଅନ୍ତୁ। ଯଦି ଏକୁଟିଆ କୌଣସି ଗାଡିରେ ଯିବାକୁ ପଡେ ତେବେ ଯଥାଶୀଘ୍ର ସେ ଗାଡିର ନମ୍ବର ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଏସ୍‌ଏମ୍‌ଏସ୍‌ କରିଦିଅନ୍ତୁ। ଫଳରେ କୌଣସି ଅସୁବିଧା ହେଲେ ଉକ୍ତ ଗାଡି ବିଷୟରେ ଜାଣିବା ସହଜ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri