ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା ଅନେକେ କିଛି ମାସ ବା ବର୍ଷ ପରେ ଏହା ବଦଳରେ ପୂର୍ବଭଳି ସ୍ପଟ୍‌ଲେସ୍‌ ସ୍କିନ୍‌ ପାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଉ ଏଥିପାଇଁ ସେମାନେ ଟାଟୁ ରିମୁଭ୍‌ କରାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ ଏପରି କରିବା ଦ୍ୱାରା ତ୍ୱଚା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏ ସମ୍ପର୍କରେ …

ଆପଣ ବହୁ ଦିନ ଧରି ଶରୀରର ଯେକୌଣସି ସ୍ଥାନରେ ଟାଟୁ କରିଛନ୍ତି, ତେବେ ଏହାକୁ ରିମୁଭ୍‌ କରିବା ଲାଗି ଆଦୌ ଘରୋଇ ଉପଚାର କରନ୍ତୁ ନାହିଁ । କାରଣ ଏହା ଶରୀର ପାଇଁ କ୍ଷତି ପହଞ୍ଚାଏ। ତେଣୁ ଅଭିଜ୍ଞ ଡାକ୍ତର କିମ୍ବା ଟାଟୁ ଆର୍ଟିଷ୍ଟଙ୍କ ପାଖରେ ହିଁ ରିମୁଭ୍‌ କରାନ୍ତୁ।

ରିମୁଭ୍‌ ସର୍ବଦା ଯେ ଠିକ୍‌ ଭାବେ ହୋଇପାରିବ, ତା’ କହିବା କଷ୍ଟକର। କାରଣ ବେଳେବେଳେ ଟାଟୁ ରିମୁଭ୍‌ ଭଲ ଭାବେ ନ ହୋଇପାରିଲେ, ଏହା ଦାଗ ଆକାରରେ ଆମ ଶରୀରରେ ଅନେକ ଦିନ ଧରି ରହିଯାଏ।

କେତେକଙ୍କଠାରେ ଏପରି କରିବା ପରେ ଉକ୍ତ ସ୍ଥାନରେ ପ୍ରକୃତ ସ୍କିନ୍‌ ଟୋନ୍‌ ବଦଳିଯାଇ କଳା କିମ୍ବା ଧଳା ପଡ଼ିଯାଇ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ କରିଥାଏ।

ପାଖେ ଟାଟୁ ରିମୁଭ୍‌ କରିବା ବେଳେ ଆଲର୍ଜି ହେବା କିମ୍ବା ଇମ୍ଫେକ୍‌ସନ୍‌ ହେବାର ଅଧିକ ଆଶଙ୍କା ଥାଏ। ତେଣୁ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କତାର ସହ ଏହା କରାଇବା ଆବଶ୍ୟକ।

ଅନେକେ ଲିପ୍‌ ଲାଇନର୍‌, ଆଇ ଲାଇନର୍‌, ଆଇବ୍ରୋ ଆଦିରେ କସ୍‌ମେଟିକ୍‌ ଟାଟୁ କରାଉଛନ୍ତି । କେହି କେହି ଏହାକୁ ଲେଜର ଟ୍ରିଟ୍‌ମେଣ୍ଟ କରାଇ ରିମୁଭ୍‌ କରାଇବାକୁ ମଧ୍ୟ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ତାହା ନର୍ମାଲ୍‌ କଲର୍‌ଠାରୁ ଆହୁରି ଫେଡ୍‌ ବା ଲାଇଟ୍‌ ହୋଇଯିବାର ଅଭିଯୋଗ ଅନେକଙ୍କଠାରୁ ଶୁଣିବାକୁ ମିଳୁଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିମୁଭ୍‌ କରିବା ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ। ଯଦି ଭୁଲ୍‌ବଶତଃ ଆବଶ୍ୟକତାଠାରୁ ଅଧିକ ବ୍ୟବହାର ହୋଇଯାଏ, ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟାରେ ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri