ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା ଅନେକେ କିଛି ମାସ ବା ବର୍ଷ ପରେ ଏହା ବଦଳରେ ପୂର୍ବଭଳି ସ୍ପଟ୍‌ଲେସ୍‌ ସ୍କିନ୍‌ ପାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଉ ଏଥିପାଇଁ ସେମାନେ ଟାଟୁ ରିମୁଭ୍‌ କରାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ ଏପରି କରିବା ଦ୍ୱାରା ତ୍ୱଚା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏ ସମ୍ପର୍କରେ …

ଆପଣ ବହୁ ଦିନ ଧରି ଶରୀରର ଯେକୌଣସି ସ୍ଥାନରେ ଟାଟୁ କରିଛନ୍ତି, ତେବେ ଏହାକୁ ରିମୁଭ୍‌ କରିବା ଲାଗି ଆଦୌ ଘରୋଇ ଉପଚାର କରନ୍ତୁ ନାହିଁ । କାରଣ ଏହା ଶରୀର ପାଇଁ କ୍ଷତି ପହଞ୍ଚାଏ। ତେଣୁ ଅଭିଜ୍ଞ ଡାକ୍ତର କିମ୍ବା ଟାଟୁ ଆର୍ଟିଷ୍ଟଙ୍କ ପାଖରେ ହିଁ ରିମୁଭ୍‌ କରାନ୍ତୁ।

ରିମୁଭ୍‌ ସର୍ବଦା ଯେ ଠିକ୍‌ ଭାବେ ହୋଇପାରିବ, ତା’ କହିବା କଷ୍ଟକର। କାରଣ ବେଳେବେଳେ ଟାଟୁ ରିମୁଭ୍‌ ଭଲ ଭାବେ ନ ହୋଇପାରିଲେ, ଏହା ଦାଗ ଆକାରରେ ଆମ ଶରୀରରେ ଅନେକ ଦିନ ଧରି ରହିଯାଏ।

କେତେକଙ୍କଠାରେ ଏପରି କରିବା ପରେ ଉକ୍ତ ସ୍ଥାନରେ ପ୍ରକୃତ ସ୍କିନ୍‌ ଟୋନ୍‌ ବଦଳିଯାଇ କଳା କିମ୍ବା ଧଳା ପଡ଼ିଯାଇ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ କରିଥାଏ।

ପାଖେ ଟାଟୁ ରିମୁଭ୍‌ କରିବା ବେଳେ ଆଲର୍ଜି ହେବା କିମ୍ବା ଇମ୍ଫେକ୍‌ସନ୍‌ ହେବାର ଅଧିକ ଆଶଙ୍କା ଥାଏ। ତେଣୁ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କତାର ସହ ଏହା କରାଇବା ଆବଶ୍ୟକ।

ଅନେକେ ଲିପ୍‌ ଲାଇନର୍‌, ଆଇ ଲାଇନର୍‌, ଆଇବ୍ରୋ ଆଦିରେ କସ୍‌ମେଟିକ୍‌ ଟାଟୁ କରାଉଛନ୍ତି । କେହି କେହି ଏହାକୁ ଲେଜର ଟ୍ରିଟ୍‌ମେଣ୍ଟ କରାଇ ରିମୁଭ୍‌ କରାଇବାକୁ ମଧ୍ୟ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ତାହା ନର୍ମାଲ୍‌ କଲର୍‌ଠାରୁ ଆହୁରି ଫେଡ୍‌ ବା ଲାଇଟ୍‌ ହୋଇଯିବାର ଅଭିଯୋଗ ଅନେକଙ୍କଠାରୁ ଶୁଣିବାକୁ ମିଳୁଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିମୁଭ୍‌ କରିବା ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ। ଯଦି ଭୁଲ୍‌ବଶତଃ ଆବଶ୍ୟକତାଠାରୁ ଅଧିକ ବ୍ୟବହାର ହୋଇଯାଏ, ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟାରେ ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri