ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆପୋଷ ବୁଝାମଣା ପରେ ଗେଟ୍‌ ତାଲା ଖୋଲା ଯାଇଥିଲା। ଘଟଣାରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ଏବଂ ଭାଜପା କର୍ମକର୍ତ୍ତା ସାମିଲ ଥିଲେ।

ପ୍ରକାଶ ଯେ, ଏମ୍‌ପିଙ୍କ ପ୍ରତିନିଧି ଓ ଅନ୍ୟ କେତେଜଣ ଭାଜପା କର୍ମକର୍ତ୍ତା ବ୍ଲକ କାର୍ଯ୍ୟାଳୟକୁ କେତେକ କାମ ନେଇ ଆସିଥିଲେ। ସେଠାରେ ସେମାନେ ବିଡିଓ ଗୀତା ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ହେଲେ କୌଣସି ନିର୍ଦ୍ଦିଷ୍ଟ କାମ ନ ଥାଇ ବାରମ୍ବାର କାହିଁକି ଏତେ ସଂଖ୍ୟକ ଲୋକ ଆସୁଛ ବୋଲି ବିଡିଓ ସେମାନଙ୍କୁ କହିଥିଲେ। ଏନେଇ ବିଡିଓ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା କର୍ମୀ ବିଡିଓ ଅଫିସରେ ଥିବା ବେଳେ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଭାଜପା କର୍ମୀଙ୍କ କହିବା ଅନୁସାରେ, ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ଯାଇଥିବା ବେଳେ ବିଡିଓ ତାଙ୍କୁ ଭଲ ବ୍ୟବହାର କରି ନ ଥିବା ଅଭିଯୋଗ କରିଛନ୍ତି।

ଏନେଇ ବିଡିଓ ମୁର୍ମୁ କହିଛନ୍ତି, ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା ସମର୍ଥକମାନେ ବାରମ୍ବାର ଆସୁଥିବାରୁ କାହିଁକି ଏତେ ସଂଖକ ଆସୁଛ, ଜଣେ କି ଦୁଇଜଣ ଆସି କଥାବାର୍ତ୍ତା କରିବାକୁ କହିଥିଲେ। ଏଥିରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ସେମାନେ ବୁଝିବା ପରେ ତାଲା ଖୋଲି ଥିଲେ।

ଅନ୍ୟପକ୍ଷେ ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି, ସରକାରୀ ଦଳର ହୋଇଥିବାରୁ ଆଜି ଦୁଇ ମଣ୍ଡଳର ସଭାପତି ଓ ଅନ୍ୟମାନେ କେତେକ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। ତେବେ କାହିଁକି ଏତେ ସଂଖ୍ୟାରେ ଆସିଛ ବୋଲି କହି ବିଡିଓ ଦୁର୍ବ୍ୟବହାର କରିଥିଲେ। ଏହାର ପ୍ରତିବାଦ ସ୍ବରୂପ ଫାଟକ ନିକଟରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲୁ। ପରେ ତାଲା ଖୋଲି ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

ଗଞ୍ଜାମରେ ବନ୍ୟା ବିପତ୍ତି: ଫର୍ମ ପୂରଣ ଫି’ ଛାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ଦାବି, ଆନ୍ଦୋଳନ ଚେତାବନୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୮ ତାରିଖ ରାତିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁତର…

ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦାବି ତେଜିଲା, ଜିଲାପାଳଙ୍କୁ ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ।…

ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗିଦେଲେ ଦୁର୍ବୃତ୍ତ: କୋକସରାରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ

କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ…

ଗିଡ଼ିପାବାଲି ଭୂସ୍ଖଳନ: ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ୩୦ ହଜାର ସହାୟତା, ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।…

ହିନ୍ଦୀ ଶିକ୍ଷକ ରାଜେଶ ପାଇବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମାଲକାନଗିରି,୫।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ…

ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେଲେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ: ଜଗିଲା ଗଜପତି ପ୍ରଶାସନ, ଗଞ୍ଜାମ ପ୍ରଶାସନର ଦେଖା ମିଳିଲାନି

ପାତ୍ରପୁର,୫ା୧୧(ଉମା ଚରଣ ନେପାକ): ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଜିଲା ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ପୁଣି ଥରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ବୁଲିଛି…

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ଓ୍ବାଶିଂଟନ,୫ା୧୧: ଭାରତୀୟ ବଂଶୋଦ୍ଭବ ୪୮ ବର୍ଷୀୟ ଡାକ୍ତର ଅମିଶ ଶାହା ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନ ମଣ୍ଡଳୀରୁ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବିଜୟୀ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?