ବିଡିଓ, ଭେଣ୍ଡରଙ୍କୁ ଜବାବ ତଲବ

କୋରେଇ,୨୭ା୪(ଡି.ଏନ.ଏ.): ଜାଲ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ବିଲ କରି ଟିକସ ଫାଙ୍କି ଅଭିଯୋଗ ଘଟଣାରେ ଯାଜପୁର ଜିଲା କୋରେଇ ବିଡିଓ ହରଡ଼ଘଣାରେ ପଡିଛନ୍ତି। ଏନେଇ ସିଟିଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଆଞ୍ଚଳିକ ଅଧିକାରୀ ତଦନ୍ତ କରି ଗତ ୬ ତାରିଖରେ କୋରେଇ ବିଡ଼ିଓକୁ ଜବାବ୍‌ ତଲବ କରିଥିଲେ। ବେହେରା ଟ୍ରେଡ଼ର୍ସ ନାମକ ଭେଣ୍ଡରଙ୍କ ଗତ ଗୋଟିଏ ବର୍ଷର ନେଣଦେଣର ସମସ୍ତ ରସିଦ ପ୍ରଦାନ ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହିତ ଆଞ୍ଚଳିକ ଉପ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ ପକ୍ଷରୁ ସିଜିଏସ୍‌ଟି ଅଧିନିୟମ ୨୦୧୭ ଆଇନର ଧାରା ୭୦( କ ) ଅନୁଯାୟୀ ବେହେରା ଟ୍ରେଡ଼ର୍ସ ଭେଣ୍ଡରଙ୍କୁ ସମନ ହୋଇଛି ।
ଅଭିଯୋଗ ଅନୁସାରେ କୋରେଇ ବ୍ଲକର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭେଣ୍ଡରଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ନେଇ ମିଳିମିଶି ଠକି ଚାଲିଥିଲେ। ବ୍ଲକ ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ବିଲ ଭେଣ୍ଡରଙ୍କ ମାଧ୍ୟମରେ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହାପରେ କେତେକ ଦୁର୍ନୀତିଖୋର ଅଧିକାରୀ ଏବଂ ଭେଣ୍ଡରମାନଙ୍କୁ ଏହା ବେଶ ସୁହାଇଥିଲା। ସରକାରଙ୍କ ନିର୍ଦ୍ଦେଶକୁ ଅପବ୍ୟବହାର କରି କେତେଜଣ ଅଧିକାରୀ ଭେଣ୍ଡରଙ୍କ ଜାଲ୍‌ ରସିଦରେ କୋଟି କୋଟି ଟଙ୍କାର ବିଲ କରି ଲାଭବାନ ହେଉଥିଲେ। ଜିଏସ୍‌ଟି ନିୟମ-୪୬ର ଧାରା ୩୧ ଅନୁସାରେ ବିକ୍ରୟ ରସିଦ ପ୍ରସ୍ତୁତ କରିବା କଥା । କିନ୍ତୁ ବାସ୍ତବରେ କୋରେଇ ବ୍ଲକରେ ଭେଣ୍ଡରମାନେ ଦେଉଥିବା ସାମଗ୍ରୀ କ୍ରୟ ଓ ବିକ୍ରୟ ରସିଦରେ ଏହି ନିୟମ ପାଳନ କରାଯାଉ ନ ଥିଲା। ବିକ୍ରୟ ରସିଦରେ ସାମଗ୍ରୀ ବିକ୍ରୟର ଗନ୍ତବ୍ୟସ୍ଥଳୀ ଲେଖାଯିବା କଥା କିନ୍ତୁ ତାହା ଲେଖା ଯାଉ ନ ଥିଲା। ସେହିପରି କ୍ରୟ କରୁଥିବା ସଂସ୍ଥାର ଜିଏସ୍‌ଟି ନମ୍ବର ନ ଥିଲା। କେଉଁ ତାରିଖରେ ସାମଗ୍ରୀ ବିକ୍ରି କରାଯାଉଛି ରସିଦରେ ତାର କୌଣସି ଲିପିବଦ୍ଧ ହେଉ ନ ଥିଲା। କୌଣସି ସାମଗ୍ରୀରେ (ଏଚ୍‌ଏସ୍‌ଏନ୍‌ କୋଡ଼), କେନ୍ଦ୍ରୀୟ ବିକ୍ରୟ ଟିକସ ଓ ରାଜ୍ୟ ବିକ୍ରୟ ଟିକସ ଦର୍ଶାଯାଇ ନ ଥିଲା। ଏହି ବିକ୍ରୟ ରସିଦ ଗୁଡ଼ିକରେ ବିକ୍ରୟ କରାଯାଇଥିବା ସାମଗ୍ରୀଗୁଡିକ ଉପରେ କେତେ ଶତକଡ଼ା ଟିକସ ଦିଆଯାଉଛି ତାହା ଉଲ୍ଲେଖ ନ ଥିଲା। ଏଭଳି ଭାବେ କୋରେଇ ବ୍ଲକରେ ଜାଲ ରସିଦ ଦେଇ ଏକାଧିକ ଭେଣ୍ଡର କୋଟି କୋଟି ଟଙ୍କାର ଟିକସ ଫାଙ୍କି ହେଉଥିବା ଅଭିଯୋଗ ହୋଇଛି । ବାସ୍ତବରେ ଅଫିସରମାନଙ୍କ ନାମରେ ୱାର୍କ ଅର୍ଡର ରହୁଥିବା ବେଳେ ସ୍ଥାନୀୟ ଠିକାଦାର ସବୁ କାର୍ଯ୍ୟ କରୁଛନ୍ତି ଏବଂ ଆବଶ୍ୟକ ସାମଗ୍ରୀ ବାହାରୁ କ୍ରୟ କରୁଛନ୍ତି । ଲେବର ପେମେଣ୍ଟ ଓ ସାମଗ୍ରୀ କ୍ରୟର ଅର୍ଥରାଶି ଭେଣ୍ଡରଙ୍କ ରସିଦ ମାଧ୍ୟମରେ ପୈଠ ହେଉଥିବା କାରଣକୁ ଅଧିକାରୀ ଓ ଭେଣ୍ଡର ଚଞ୍ଚକତା କରି ଜାଲ୍‌ ରସିଦ ସାହାଯ୍ୟରେ ବହୁ କୋଟି ଟଙ୍କାର ବିଲ କରୁଛନ୍ତି । ଫଳରେ ସରକାରଙ୍କୁ ଯେଉଁ ଆକାରରେ ଟିକସ ମିଳିବା କଥା ତାହା ମିଳୁନାହିଁ । ଅଧିକାରୀ ଓ ଭେଣ୍ଡର ମିଳିମିଶି ସରକାରଙ୍କ ରାଜସ୍ବରୁ ବାର୍ଷିକ ଅନେକ କୋଟି ଟଙ୍କାର ଅନୁଦାନ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଧିକାରୀ ଓ ଭେଣ୍ଡରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଫଳରେ ଏହି ଟିକସ ଫାଙ୍କି କୋରେଇ ବ୍ଲକ ଅଧୀନରେ ଦିନକୁ ଦିନ ବଢ଼ି ଚାଲିଛି । ଏନେଇ ଧରିତ୍ରୀରେ ଗତ ୨୫ା୩ା୨୦୨୩ରେ ଏକ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏନେଇ ଉପ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ପୁଷ୍କର ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି, ବେହେରା ଟ୍ରେଡର୍ସ ନାମକ ଭେଣ୍ଡରକୁ ସମନ କରିଥିବା ବେଳେ କୋରେଇ ବିଡ଼ିଓଙ୍କୁ ଗତ ୧ ବର୍ଷର ତଥ୍ୟ ମଗାଯାଇଛି। ଅନ୍ୟପକ୍ଷେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ମତାମତ ନେବାରେ ସେ ବାହାରେ ଅଛନ୍ତି ଏବଂ ଅଫିସ ଯାଇ ଏ ବିଷୟରେ ଟିପ୍ପଣୀ ଦେବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri