ଜୟନାରାୟଣଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ସମ୍ବଲପୁର,୧୨।୧(ଭବାନୀ ଶଙ୍କର ଭୋଇ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ଗୁରୁବାର ସମ୍ବଲପୁର ବିଜେଡି ଜିଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଭାଜପା ନେତାଙ୍କ ମଧ୍ୟରେ କାଦୁଅଫିଙ୍ଗା ଦେଖିବାକୁ ମିଳିଛି। ସକାଳେ ପୂଜାରୀ ନିଜ ବାସଭବନରେ ଖବରଦାତା ସମ୍ମିଳନୀ ଡାକିଥିଲେ। ସେଠାରେ ସେ କହିଥିଲେ ଯେ, ଜୟନାରାୟଣ ନିଜ ବିଧାନସଭା ଅଞ୍ଚଳରେ ପାଖାପାଖି ୫ ବର୍ଷ ଭିତରେ କୌଣସି ଉନ୍ନତିମୂଳକ କାମ କରିନାହାନ୍ତି। ସେଥିପାଇଁ ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ବିଧାନସଭାରୁ ଭାଜପା ଆଉ ଟିକେଟ ଦେଉ ନ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ରୋହିତ କହିଥିଲେ। ସେଥିପାଇଁ ମାଇନିଂ ଦୁର୍ନୀତି କଥା କହି ଜୟନାରାୟଣ ହିରୋ ହେବାକୁ ପ୍ରୟାସ କରିବା ସହ ଖଣିମାଲିକଙ୍କୁ ଭୟଭୀତ କରି କିଛି ଅର୍ଥ ଆଦାୟ କରିବାକୁ ଯୋଜନା ରଖିଥାଇ ପାରନ୍ତି ବୋଲି ରୋହିତ କହିଛନ୍ତି। ଆଗକୁ ବିଧାୟକ ହେବା ମୋହ ଛାଡ଼ି ନିଜ ସ୍ବାସ୍ଥ୍ୟ କଥା ଚିନ୍ତା କରିବାକୁ ଜୟନାରାୟଣଙ୍କୁ ରୋହିତ ପରାମର୍ଶ ଦେଇଥିଲେ। ସମ୍ବଲପୁର ବିଧାୟକ ଓ ସାଂସଦ ଗତ ସାଢ଼େ ଚାରି ବର୍ଷ ହେବ ଅଞ୍ଚଳରେ ଦେଖା ଦେଉ ନ ଥିବା ବେଳେ ଲୋକେ ସେମାନଙ୍କୁ ଆଉ ବିଶ୍ୱାସ କରୁନାହାନ୍ତି। ଏଣୁ ଏହାକୁ ଭରଣା କରିବାକୁ ବାହାର ଜିଲାର ଭଡ଼ାଟିଆ କେନ୍ଦ୍ରମନ୍ତ୍ରୀଙ୍କୁ ଭାଜପା ପକ୍ଷରୁ ସମ୍ବଲପୁରକୁ ଆଣି ପ୍ରାର୍ଥୀ କରିବାକୁ ଚେଷ୍ଟା କରାଯାଉଛି ବୋଲି ରୋହିତ ପୂଜାରୀ କହିଛନ୍ତି। ବୁଧବାର ବିରୋଧୀ ଦଳ ନେତା ମାଇନିଂ ଦୁର୍ନୀତି କଥା କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଜି ଜୟନାରାୟଣଙ୍କୁ ଏହାର କଡ଼ା ଜବାବ ଦେଇଥିଲେ ରୋହିତ।

ଅନ୍ୟପକ୍ଷରେ ରୋହିତ ଖବରଦାତା ସମ୍ମିଳନୀ କରି ଜୟନାରାୟଣଙ୍କ ଉପରେ ବର୍ଷିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ଜିଲା ସଭାପତି ଗିରୀଶ ପଟେଲ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁ ସମୟରେ ହିରୋ। ତେଣୁ ତାଙ୍କୁ ହିରୋ ହେବାକୁ କିଛି କହିବା ଜରୁରୀ ନୁହେଁ ଏକଥା ସମ୍ବଲପୁରବାସୀ ଜାଣନ୍ତି ବୋଲି ପଟେଲ କହିଛନ୍ତି। ଜୟନାରାୟଣ ବିଭିନ୍ନ ସମୟରେ ଭିନ୍ନି ଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କିଭିଳି ଅସୁବିଧାରେ ପକାଇଆସିଛନ୍ତି, ତାହା ସମସ୍ତଙ୍କୁ ଜଣା ବୋଲି ଭାଜପା ଜିଲା ସଭାପତି କହିଛନ୍ତି। ତା’ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ଏଠାରେ ସହ ଆଜିର ନୁହେଁ ବରଂ ଏବିଭିପି ସମୟରୁ ସେ ସମ୍ବଲପୁରରେ କାମ କରିଆସିଛନ୍ତି। ଜାତୀୟ ରାଜପଥର ଉନ୍ନତୀକରଣ, ଡେବ୍ରିଗଡ଼ ଓ ଖିଣ୍ଡାକୁ ସ୍ବଦେଶ ଯୋଜନାରେ ସାମିଲ, ପଶ୍ଚିମାଞ୍ଚଳର ଇତିହାସ ଉପରେ ଗବେଷଣା ଆଦି ବିକାଶ କାମଗୁଡ଼ିକ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ତ୍ୱରାନ୍ବିତ ହେଉଥିବାରୁ ରୋହିତ ଏକଥା ସହି ପାରୁନାହାନ୍ତି ବୋଲି ପଟେଲ କହିଛନ୍ତି। ବିଜେଡି ସମ୍ବଲପୁରରେ ଯାହା କାମ କରିବା କଥା ତାହା କେନ୍ଦ୍ରମନ୍ତ୍ରୀ କରୁଛନ୍ତି। ଏଥିସହିତ ସମ୍ବଲପୁର ବିଧାୟକ ଅଞ୍ଚଳ ପାଇଁ ଗତ ୨୦ ବର୍ଷରେ ବହୁତ କାମ କରିଛନ୍ତି। ଏବେ ସ୍ବାସ୍ଥ୍ୟଗତ କାରଣରୁ ଚିକିତ୍ସାଧୀନ ଥିବାରୁ ସମ୍ବଲପୁର ଆସିପାରି ନ ଥିବା ସେ କହିଛନ୍ତି। ତେବେ ରୋହିତ ନିଜ ନିର୍ବାଚନମଣ୍ଡଳୀ କିମ୍ବା ସମ୍ବଲପୁର ପାଇଁ କ’ଣ କରିଛନ୍ତି ସେକଥା କୁହନ୍ତୁ ବୋଲି ପଟେଲ ପାଲଟା ପ୍ରଶ୍ନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?