Posted inଖେଳ

ଷ୍ଟାଡିୟମ ଅପ୍‌ଗ୍ରେଡ୍‌ କରିବ ବିସିସିଆଇ

ନୂଆଦିଲ୍ଲୀ, ୧୨ା୪(ପି.ଟି.): ଆସନ୍ତା ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଦର୍ଶକମାନେ ଷ୍ଟାଡିୟମକୁ ନେଇ କରୁଥିବା ଅଭିଯୋଗକୁ ଦୂର କରିବା ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ୫ଟି ମୁଖ୍ୟ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୫୦୦ କୋଟି ଟଙ୍କାର ନିବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କ୍ରିକେଟରୁ ବିଗତ ୧୦ ବର୍ଷ ମଧ୍ୟରେ ବିସିସିଆଇ ବିପୁଳ ଅର୍ଥ ଆୟ କରିଛି। ବିଶ୍ୱର ଧନୀ କ୍ରିକେଟ ବୋର୍ଡ ବିସିସିଆଇ ଦର୍ଶକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିବେଶ କରିବ। ବର୍ଡର ଗାଭାସ୍କର ସିରିଜ୍‌ର ଦିଲ୍ଲୀ ଟେଷ୍ଟରେ ଅପରିଷ୍କାର ଟଏଲେଟ୍‌କୁ ନେଇ କିଛି ଫ୍ୟାନ ଅଭିଯୋଗ ଆଣିଥିଲେ। ଆଗାମୀ ଦିନିକିଆ ବିଶ୍ୱକପର ୫ ଷ୍ଟାଡିୟମ ମଧ୍ୟରୁ ଦିଲ୍ଲୀ ଅନ୍ୟତମ ରହିଥିବା ବେଳେ ଏହା ସମେତ ଅନ୍ୟ ଷ୍ଟାଡିୟମଗୁଡିକର ସ୍ବଚ୍ଛତା ଉପରେ କାମ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମ ବ୍ୟତୀତ ହାଇଦ୍ରାବାଦ, କୋଲକାତା, ମୋହାଲି ଓ ମୁମ୍ବାଇ ଷ୍ଟାଡିୟମରେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯିବ। ଦିଲ୍ଲୀ ଷ୍ଟାଡିୟମ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ହାଇଦ୍ରାବାଦ ପାଇଁ ୧୧୭.୧୭ କୋଟି, କୋଲକାତାର ଇଡେନ୍‌ ଗାର୍ଡେନ୍ସ ପାଇଁ ୧୨୪.୪୭ କୋଟି, ମୋହାଲିର ପିସିଏ ଷ୍ଟାଡିୟମ ପାଇଁ ୭୯.୪୬ କୋଟି ଓ ଓ୍ବାଙ୍ଖଡେ ଷ୍ଟାଡିୟମ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଯଦିଓ ମୋହାଲି ଚଳିତ ବିଶ୍ୱକପ୍‌ ଷ୍ଟାଡିୟମ ତାଲିକାରେ ନାହିଁ ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଏହି ଉନ୍ନତୀମୂଳକ କାର୍ଯ୍ୟ ମଧ୍ୟରେ ଷ୍ଟାଡିୟମର ବାହାର ଓ ଭିତର ସାଜସଜ୍ଜା, ମିଡିଆ ସେଣ୍ଟରର ଉନ୍ନତି, ଫୋଲ୍ଡେବଲ ଚେୟାର, ଲାଇଟ୍‌ ଓ ଓ୍ବାଇଫାଇ ପରି ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ଏହା ସହ ଶୌଚାଳୟ ବ୍ୟବସ୍ଥାକୁ ମଧ୍ୟ ଅତ୍ୟାଧୁନିକ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri