ନୂଆଦିଲ୍ଲୀ,୨୨ା୭: ସଂସଦରେ ବୁଧବାର ଆଗତ ହେବାକୁ ଥିବା ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସାମିଲ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି।
ଏହି ବିଲ୍ ଆଇନରେ ପରିଣତ ହେବା ପରେ ସମସ୍ତ ଜାତୀୟ ମହାସଂଘ ଭଳି ବିସିସିଆଇକୁ ମଧ୍ୟ ଆଇନର ପାଳନ କରିବାକୁ ପଡ଼ିବ। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ପରେ ବିସିସିଆଇ ମଧ୍ୟ ଅଲିମ୍ପିକ୍ ଅଭିଯାନର ଅଂଶ ହୋଇଛି।
କ୍ରୀଡ଼ା ପ୍ରଶାସନ ବିଲ୍ର ଉଦ୍ଦେଶ୍ୟ ହେଉଛି ନିର୍ଦ୍ଧାରିତ ସମୟରେ ନିର୍ବାଚନ, ଉତ୍ତରଦାୟୀ ପ୍ରଶାସନ ଓ ଆଥଲେଟ୍ଙ୍କ କଲ୍ୟାଣ ଲାଗି ଜାତୀୟ ଫେଡେରେଶନକୁ ସଂସ୍ଥାଗତ କରିବା।


