Posted inଖେଳ

IPL 2026ରୁ ବ୍ୟାନ୍‌ ହେବ ଆର୍‌ସିବି? BCCI ନେଇପାରେ ବଡ଼ ନିଷ୍ପତ୍ତି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮।୬: IPL ୨୦୨୫ ଟାଇଟଲ ଜିତିବା ପରେ, ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିଜୟ ପରେଡ ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଘଟଣାକୁ ନେଇ RCB ବିରୁଦ୍ଧରେ ଏକ FIR ରୁଜୁ ହୋଇଛି। କର୍ନାଟକ କ୍ରିକେଟ ଆସୋସିଏଶନର ଦୁଇ ଅଧିକାରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ମାମଲାରେ ଜଣେ ଗିରଫ ମଧ୍ୟ ହୋଇଛନ୍ତି। RCB ଦଳ ଏସବୁ ମଧ୍ୟରେ ଫସି ରହିଛି। ଏହି ମାମଲା ପରେ BCCI IPL ୨୦୨୬ ପାଇଁ RCBକୁ ବ୍ୟାନ୍‌ କରିବା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।

RCB ର ବିଜୟ ପରେଡରେ ଏତେ ବଡ଼ ଭୁଲ ପାଇଁ କିଏ ଦାୟୀ ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି। ଏପରି ପରିସ୍ଥିତିରେ, BCCI ସମ୍ମୁଖରେ ବଡ଼ ପ୍ରଶ୍ନ ହେଉଛି ଯେ ଯଦି ଏଥିରେ RCB ଦଳର ନାମ ଆସେ, ତେବେ ପରବର୍ତ୍ତୀ ନିଷ୍ପତ୍ତି କ’ଣ ନେବ। କାରଣ IPLରେ ସମସ୍ତ ଫ୍ରାଞ୍ଚାଇଜ ବାଣିଜ୍ୟିକ ସଂସ୍ଥା ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ସେମାନଙ୍କର ଅଂଶଗ୍ରହଣ BCCI ଚୁକ୍ତିନାମା ଦ୍ୱାରା ପରିଚାଳିତ ହୁଏ। ସେହି ଚୁକ୍ତିନାମାଗୁଡ଼ିକରେ ସାଧାରଣଲୋକ ସୁରକ୍ଷା ସହିତ ଜଡିତ ଅନେକ ବିଭାଗ ଅନ୍ତର୍ଭୁକ୍ତ।

ଯଦି ତଦନ୍ତକାରୀମାନେ ସିଧାସଳଖ RCB ପରିଚାଳନାକୁ ଏହି ଗୁରୁତର ଅବହେଳା ସହିତ ଯୋଡି ଦିଅନ୍ତି, ତେବେ ନ୍ୟାୟ ପ୍ରଦାନ କରିବା ଏବଂ ଲିଗର ବିଶ୍ୱସନୀୟତା ବଜାୟ ରଖିବା ପାଇଁ BCCIକୁ RCB ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିପାରେ।ମଙ୍ଗଳବାର RCB ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ଟାଇଟଲ ଜିତିଥିଲା। ଏହା ପରେ ସମଗ୍ର ଟିମ୍‌ ଏବଂ ବାଙ୍ଗାଲୋର ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ପରଦିନ ବୁଧବାର ବାଙ୍ଗାଲୋରରେ ପହଞ୍ଚିଥିଲା, ଯେଉଁଠାରେ ଏହା ତାର ପ୍ରଶଂସକମାନଙ୍କ ସହିତ ବିଜୟ ପାଳନ କରିବାକୁ ଯାଉଥିଲା। କିନ୍ତୁ ଏହି ଉତ୍ସବମୁଖର ପରିବେଶ କିଛି ସମୟ ମଧ୍ୟରେ ଶୋକରେ ପରିଣତ ହୋଇଗଲା। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଯୋଗୁଁ ହଠାତ ଦଳାଚକଟା ହୋଇଥିଲା, ଯେଉଁଥିରେ ୧୧ ଜଣଙ୍କ ଜୀବନ ଯିବା ସହ ଅନେକେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?