Posted inଖେଳ

ବିସିସିଆଇକୁ ଝଟକା: ମୁଖ୍ୟ ସ୍ପନସରଶିପ୍‌ରୁ ଓହରିଲା ଡ୍ରିମ ୧୧

ନୂଆଦିଲ୍ଲୀ,୨୫ା୮: ଫାଣ୍ଟାସି ସ୍ପୋଟର୍‌ସ କମ୍ପାନୀ ଡ୍ରିମ ୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ସ୍ପନସରଶିପ୍‌ ଚୁକ୍ତିରୁ ଓହରି ଯାଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନୂଆ ସ୍ପନସର ଖୋଜା ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ନୂଆ ସ୍ପନସର ମିଳିବାର ସମ୍ଭାବନା ଖୁବ କମ୍‌।

ସଂସଦରେ ପାରିତ ହୋଇଥିବା ‘ପ୍ରମୋଶନ ଆଣ୍ଡ୍‌ ରେଗୁଲେଶନ ଅଫ୍‌ ଅନ୍‌ଲାଇନ୍‌ ଗେମିଂ’ ଆଇନ ଅଧୀନରେ ଭାରତ ସରକାର ରିୟଲ ମନି ଗେମିଂକୁ ବ୍ୟାନ କରିଥିବାରୁ ଡ୍ରିମ୍‌ ୧୧ ଭାରତୀୟ କ୍ରିକେଟ୍‌ ଦଳର ଟାଇଟଲ ସ୍ପନସରଶିପ୍‌ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଛି।

ଡ୍ରିମ୍‌୧୧ ସହ ଚୁକ୍ତି ଶେଷ ହୋଇଥିବା ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି। ”ଆମ ଆଭିମୁଖ୍ୟ ପୂରା ସ୍ପଷ୍ଟ। ସରକାରଙ୍କ ଗାଇଡ୍‌ଲାଇନ କାରଣରୁ ବିସିସିଆଇ ଡ୍ରିମ୍‌ ୧୧ ଏବଂ ଏହା ଭଳି ଗେମିଂ କମ୍ପାନୀ ସହ ସ୍ପନସରଶିପ୍‌ ସମ୍ପର୍କ ରଖିପାରିବ ନାହିଁ। ନୂଆ କଟକଣା ଆଧାରରେ ଡ୍ରିମ୍‌ ୧୧ ସହିତ ଆମର କୌଣସି ସମ୍ଭାବନା ନାହିଁ। ଏଣୁ ଆମେ ସେମାନଙ୍କ ସହ ରହିପାରିବୁ ନାହିଁ ଏବଂ ଆମେ କିଛି ବିକଳ୍ପ ଖୋଜିବାକୁ ଚେଷ୍ଟା କରୁଛୁ। ଏହି ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସ୍ପନସରଶିପ ସ୍ଥାନ ଖାଲି ରହିଛି। ଏ କ୍ଷେତ୍ରରେ କିଛି ଅପଡେଟ୍‌ ହେଲେ ଜଣାଇବୁ“ ବୋଲି ସାଇକିଆ କହିଛନ୍ତି। ୨୦୨୩ରେ ୩୫୮ କୋଟି ଟଙ୍କାରେ ଡ୍ରିମ୍‌ ୧୧ ଭାରତୀୟ ଜାତୀୟ ଦଳର ସ୍ପନସରଶିପ୍‌ ୩ ବର୍ଷ ଲାଗି ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri