Posted inଖେଳ

କୋହଲିଙ୍କ ଉପରେ ରାଗିଲା ବିସିସିଆଇ

ଓଭାଲ,୭।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ରାଗିଛି। ନିକଟରେ କୋହଲି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ। ଏଥିପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ରୁ ଅନୁମତି ନିଆଯାଇ ନ ଥିଲା। ଏହି କାର୍ଯ୍ୟକ୍ରମକୁ ଅନେକ ଲୋକ ଆସିଥିଲେ। ଏଠାରୁ ଆସିବା ପରେ ରବି ଶାସ୍ତ୍ରୀ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କ ବୋଲିଂ କୋଚ ଭାରତ ଅରୁଣ ଏବଂ ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ପଜିଟିଭ୍‌ ହୋଇଥିଲେ। ଟିମ ଫିଜିଓ ନିତିନ ପଟେଲ ମଧ୍ୟ ଏବେ ଆଇସୋଲେସନ୍‌ରେ ଅଛନ୍ତି। ଏହି କାରଣରୁ କୋଚ ଶାସ୍ତ୍ରୀ ମଧ୍ୟ ପଞ୍ଚମ ଟେଷ୍ଟରେ ଦଳ ସହ ରହିବେ ନାହିଁ।
ମଙ୍ଗଳବାର ପୁସ୍ତକ ଉନ୍ମୋଚନ ଇଭେଣ୍ଟରେ ବହୁତ ଲୋକ ଏକାଠି ହୋଇଥିଲେ। ଏହି ସମୟରେ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଇଭେଣ୍ଟର ଫଟୋ ବୋର୍ଡ ସହିତ ଶେୟାର କରାଯାଇଛି। ବୋର୍ଡ ଏହାର ତଦନ୍ତ କରିବ।  ଅନୁମତି ନ ନେଇ କୋଚ ଏବଂ ଅଧିନାୟକ ସେଠାକୁ କାହିଁକି ଯାଇଥିଲେ ସେ ନେଇ ସେମାନେ ଉତ୍ତର ରଖିବେ। ବୁଧବାର ଦିନ ଟି -୨୦ ବିଶ୍ୱକପ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହେବ।
ବିସିସିଆଇ ସଚିବ ଜୟ ଶାହା ସିରିଜ ପୂର୍ବରୁ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଚିଠି ଲେଖି ସେମାନଙ୍କୁ ସତର୍କ ରହିବାକୁ ଏବଂ ଅତ୍ୟଧିକ ଜନଗହଳିପୂର୍ଣ୍ଣ ଘଟଣାରେ ଲିପ୍ତ ରହିବାକୁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ଖେଲାଳି ଏହାକୁ ନ ମାନିବା ଦୁର୍ଭାଗ୍ୟଜନକ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରଥକୁ ଆଜ୍ଞାମାଳ ବିଜେ

ପୁରୀ,୧୫ା୭: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍‌ଆଇ, ଆଉ ତା’ପରେ…

ଗୁଣପୁର,୧୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

କୁତ୍ରା ୧୫।୭( ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ…

ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

ଗଞ୍ଜାମ,୧୫।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ଷ୍ଟେଶନ ରୋଡ଼ ପାର୍ଶ୍ୱରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହୋଇଛି । ବିଦ୍ୟାଳୟ…

ଜୁଲାଇ ୧୬ରେ ରାଜଧାନୀର ବଡ଼ ଇଲାକାରେ କଟିବ ବିଜୁଳି, ଏହି ସବୁ ଏରିଆ ହେବ ପ୍ରଭାବିତ

ନୂଆଦିଲ୍ଲୀ, ୧୫।୭: ରାଜଧାନୀ ଦିଲ୍ଲୀରେ ବିଜୁଳି ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ଯୋଗୁଁ ଅଲଗା ଅଲଗା ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ବିଦ୍ୟୁତ ସମ୍ବନ୍ଧୀୟ କାମ କରାଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri