Categories: ଖେଳ

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ: ସେପ୍ଟେମ୍ବରରୁ ଘରୋଇ କ୍ରିକେଟ ସିଜନ

ନୂଆଦିଲ୍ଲୀ, ୧୮ା୪ (ପି.ଟି.)- ସେପ୍ଟେମ୍ବରରେ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ୨୦୨୧-୨୨ ଘରୋଇ ସିଜନ ଆରମ୍ଭ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଯୋଜନା ରହିଛି। ମୁଖ୍ୟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ପାଇଁ ଡିସେମ୍ବରରୁ ୩ ମାସ ସମୟ ହାତରେ ରଖାଯାଇଛି। କୋଭିଡ୍‌ ଯୋଗୁ ଗତବର୍ଷ ଏହି ଟୁର୍ନାମେଣ୍ଟ ବାତିଲ ହୋଇଯାଇଥିଲା। ପ୍ରସ୍ତୁତ କରାଯାଇଥିବା ପରୀକ୍ଷାମୂଳକ କ୍ୟାଲେଣ୍ଡରରେ ଦୁଲିପ ଟ୍ରଫି, ଦେଓଧର ଟ୍ରଫି ଓ ଇରାନୀ ଟ୍ରଫି ସ୍ଥାନ ପାଇ ନାହିଁ। ଏହାଛଡ଼ା ୫ଟି ମହିଳା ପ୍ରତିଯୋଗିତାକୁ ମଧ୍ୟ ଏଥିରୁ ବାଦ୍‌ ଦିଆଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦-୨୧ ସିଜନ ବିଶେଷ ପ୍ରଭାବିତ ହୋଇଥିଲା। କେବଳ ଜାତୀୟ ଟି୨୦ (ମୁସ୍ତାକ ଅଲି) ଏବଂ ଅନ୍ତର୍ଜାତୀୟ ଦିନିକିଆ (ବିଜୟ ହଜାରେ ଟ୍ରଫି) ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ମହିଳାମାନଙ୍କ ଲାଗି କେବଳ ଜାତୀୟ ଦିନିିକିଆ ଟୁର୍ନାମେଣ୍ଟ ହୋଇଥିଲା।
ଘରୋଇ ସିଜନ ପ୍ରସ୍ତୁତ ପାଇଁ ପରୀକ୍ଷାମୂଳକ କ୍ୟାଲେଣ୍ଡର
ପୁରୁଷ ସିନିୟର:
* ସୟେଦ ମୁସ୍ତାକ ଅଲ୍ଲୀ
ଟି୨୦(ସେପ୍ଟେମ୍ବର ମଧ୍ୟଭାଗ), ବିଜୟ ହଜାରେ ଟ୍ରଫି (ନଭେମ୍ବର ’୨୧), ରଣଜୀ ଟ୍ରଫି (ଡିସେମ୍ବର ’୨୧ରୁ ମାର୍ଚ୍ଚ ’୨୨)।
୨୩ ବର୍ଷରୁ କମ୍‌ ପୁରୁଷ:
* ଜାତୀୟ ଦିନିକିଆ ( ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର ’୨୧), * ସି.କେ. ନାଇଡୁ ଟ୍ରଫି(ଡିସେମ୍ବର ’୨୧ରୁ ମାର୍ଚ୍ଚ ’୨୨)
୧୯ ବର୍ଷରୁ କମ୍‌ ବାଳକ:
* ଭିନୁ ମଙ୍କଡ (ଅକ୍ଟୋବର ’୨୧)
ଦିନିକିଆ ଚ୍ୟାଲେଞ୍ଜର (ନଭେମ୍ବର ’୨୧)
* କୁଚ ବିହାର (ନଭେମ୍ବର ’୨୧ରୁ ଜାନୁୁୟାରୀ ’୨୨)
୧୬ ବର୍ଷରୁ କମ୍‌ ବାଳକ:
* ବିଜୟ ମର୍ଚ୍ଚାଣ୍ଟ ଟ୍ରଫି (ଅକ୍ଟୋବର-ଡିସେମ୍ବର ’୨୧)।
ସିନିୟର ମହିଳା:
* ଟି୨୦ ଲିଗ୍‌ (ଅକ୍ଟୋବର ’୨୧)
* ଦିନିକିଆ ଲିଗ୍‌ (ନଭେମ୍ବର ’୨୧ )।
୨୩ ବର୍ଷରୁ କମ୍‌ ମହିଳା:
* ଟି୨୦ ଲିଗ୍‌ (ଡିସେମ୍ବର, ’୨୧)
* ଦିନିକିଆ ଲିଗ୍‌ (ଜାନୁୟାରୀ ’୨୨)।
୧୯ ବର୍ଷରୁ କମ୍‌ ବାଳିକା:
* ଟି୨୦ ଲିଗ୍‌ ( ଜାନୁୟାରୀ ’୨୨)
ଦିନିକିଆ ଲିଗ୍‌ ( ମାର୍ଚ୍ଚ ’୨୨ ଶେଷ ସପ୍ତାହ)
ଇଣ୍ଟର ଜୋନାଲ ୟୁନିଭର୍ସିଟି କ୍ରିକେଟ:
ଭିଜି ଟ୍ରଫି ପୁରୁଷ ବିଭାଗ (ଏପ୍ରିଲ ୨୦୨୨)।

Share