Posted inଖେଳ

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ ଜର୍ସିରେ ପୁଣି ନଜର ଆସିପାରନ୍ତି। ତେବେ ଏହା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ଘରୋଇ କ୍ରିକେଟରେ ଆକ୍ସନରେ ନଜର ଆସିବେ। ସେ ଦୁଲୀପ ଟ୍ରଫି ୨୦୨୬ରେ ଖେଳିବେ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବେ ଦୁଲୀପ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏଥର ଦୁଲୀପ ଟ୍ରଫିର ଚାରିଟି ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ। ଏହାପରେ ଫାଇନାଲ ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ।

BCCI ଘୋଷଣା କରିଥିବା ସୂଚୀ ଅନୁସାରେ, ୨୩ ଅଗଷ୍ଟରୁ ଦୁଲୀପ ଟ୍ରଫିର ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଇଷ୍ଟ ଜୋନ ଓ ନର୍ଥ ଇଷ୍ଟ ଜୋନ ମୁହାଁମୁହିଁ ହେବେ। ଏହି ମ୍ୟାଚ ୨୩ରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ବେଙ୍ଗାଲୁରୁର BCCI COE ଗ୍ରାଉଣ୍ଡ-୨ରେ ଖେଳାଯିବ।
ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ନର୍ଥ ଜୋନ ଓ ୱେଷ୍ଟ ଜୋନ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ BCCI COE ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ହେବ।

କ୍ୱାର୍ଟର ଫାଇନାଲ ବିଜେତା ଦଳଗୁଡ଼ିକ ୩୦ ଅଗଷ୍ଟରୁ ୨ ସେପ୍ଟେମ୍ବର ମଧ୍ୟରେ ସେମିଫାଇନାଲ ଖେଳିବେ। ପ୍ରଥମ ସେମିଫାଇନାଲରେ ସେଣ୍ଟ୍ରାଲ ଜୋନ, କ୍ୱାର୍ଟର ଫାଇନାଲ-୧ର ବିଜେତା ଦଳକୁ ଭେଟିବ। ଏହି ମ୍ୟାଚ BCCI COE ଗ୍ରାଉଣ୍ଡ-୧ରେ ଖେଳାଯିବ।

ଦ୍ୱିତୀୟ ସେମିଫାଇନାଲରେ ସାଉଥ ଜୋନ, କ୍ୱାର୍ଟର ଫାଇନାଲ-୨ର ବିଜେତା ଦଳ ସହ ମୁକାବିଲା କରିବ। ଏହି ମ୍ୟାଚ BCCI COE ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ହେବ।

୨୩-୨୬ ଅଗଷ୍ଟ: ଇଷ୍ଟ ଜୋନ ବନାମ ନର୍ଥ ଇଷ୍ଟ ଜୋନ କ୍ୱାର୍ଟର ଫାଇନାଲ-୧, BCCI COE ଗ୍ରାଉଣ୍ଡ-୨, ବେଙ୍ଗାଲୁରୁ।

୨୩-୨୬ ଅଗଷ୍ଟ: ନର୍ଥ ଜୋନ ବନାମ ୱେଷ୍ଟ ଜୋନ କ୍ୱାର୍ଟର ଫାଇନାଲ-୨, BCCI COE ଗ୍ରାଉଣ୍ଡ-୧, ବେଙ୍ଗାଲୁରୁ।

୩୦ ଅଗଷ୍ଟ-୨ ସେପ୍ଟେମ୍ବର: ସେଣ୍ଟ୍ରାଲ ଜୋନ ବନାମ QF-୧ ବିଜେତା ସେମିଫାଇନାଲ-୧, BCCI COE ଗ୍ରାଉଣ୍ଡ-୧, ବେଙ୍ଗାଲୁରୁ।

୩୦ ଅଗଷ୍ଟ-୨ ସେପ୍ଟେମ୍ବର: ସାଉଥ ଜୋନ ବନାମ QF-୨ ବିଜେତା ସେମିଫାଇନାଲ-୨, BCCI COE ଗ୍ରାଉଣ୍ଡ-୨, ବେଙ୍ଗାଲୁରୁ।

୬-୧୦ ସେପ୍ଟେମ୍ବର: ସେମିଫାଇନାଲ-୧ ବିଜେତା ବନାମ ସେମିଫାଇନାଲ-୨ ବିଜେତା ଫାଇନାଲ, ଏମଏ ଚିଦମ୍ବରମ ଷ୍ଟାଡିୟମ, ଚେନ୍ନାଇ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?