Posted inଖେଳ

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହ ଧୁମଲ ପୁଣି ଥରେ ଦୋହରାଇଛନ୍ତି ଯେ, କୋହଲିଙ୍କ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାରେ ବିସିସିଆଇର କୌଣସି ଭୂମିକା ନାହିଁ ଏବଂ ଏହା ବିରାଟଙ୍କ ନିଜସ୍ବ ନିଷ୍ପତ୍ତି।
୧୬ ସେପ୍ଟେମ୍ବରରେ ବିରାଟ ଭାରତୀୟ ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହା ପରେ ଚର୍ଚ୍ଚା ହୋଇଥିଲା ଯେ କୋହଲି ଚୟନକର୍ତ୍ତାଙ୍କ ନିକଟକୁ ଯାଇ ରୋହିତଙ୍କୁ ଉପ-ଅଧିନାୟକ ପଦରୁ ହଟାଇବାକୁ କହିଥିଲେ। ସେହିପରି ନ୍ୟୁଜିଲାଣ୍ଡ ହାତରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପରାଜୟ ପରେ ଭାରତର ଦୁଇ ବରିଷ୍ଠ କ୍ରିକେଟର ଚେତେଶ୍ୱର ପୂଜାରା ଏବଂ ଅଜିଙ୍କେ ରାହାଣେ କୋହଲିଙ୍କ ବିଷୟରେ ଅଭିଯୋଗ କରିଥିଲେ।
ଏହି ରିପୋର୍ଟଗୁଡିକ ଉପରେ ଧୁମଲ ସାକ୍ଷାତକାରରେ କହିଛନ୍ତି, ଗଣମାଧ୍ୟମ ଏହି ନିର୍ବୋଧତା ଖବର ଲେଖିବା ବନ୍ଦ କରିବା ଉଚିତ୍‌। କୌଣସି ଭାରତୀୟ କ୍ରିକେଟର ବିସିସିଆଇକୁ ଲିଖିତ କିମ୍ବା କୌଖିକ ଅଭିଯୋଗ କରିନାହାଁନ୍ତି। ବିସିସିଆଇ ପ୍ରତ୍ୟେକ ମିଥ୍ୟା ରିପୋର୍ଟର ଉତ୍ତର ଦେଇପାରିବ ନାହିଁ। ଏଭଳି ମଥ୍ୟା ଖବର ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ। ବିରାଟ ଅଧିନାୟକତ୍ୱ ଛାଡିବା ପରେ ଧୁମଲ କହିଛନ୍ତି, ଗଣମାଧ୍ୟମ ମୋତେ ପଚାରିଛି ଯେ ବିସିସିଆଇ ନିଷ୍ପତ୍ତି ନେଇଛି କି ମୁଁ କହିଲି ନାହିଁ, କାରଣ ଏହା ସତ୍ୟ। ବିସିସିଆଇ କୌଣସି ନିଷ୍ପତ୍ତି ନେଇ ନାହିଁ କିମ୍ବା ଆଲୋଚନା ମଧ୍ୟ କରି ନାହିଁ। ବିରାଟ ନିଜେ ନିଷ୍ପତ୍ତି ନେଇ ବିସିସିଆଇକୁ ଜଣାଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri