Posted inଖେଳ

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ଗୁରୁବାର ଅନୁଷ୍ଠିତ ଏହି ହାଇପ୍ରୋଫାଇଲ ବୈଠକରେ ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ୨୦୨୨ରେ ୮ ବଦଳରେ ୧୦ଟି ଦଳ ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ। ତେବେ ୨୦୨୧ରେ ପୂର୍ବପରି ୮ ଦଳକୁ ନେଇ ଆଇପିଏଲ୍‌ ଖେଳାଯିବ। ପୁଣି କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ପ୍ରଥମଶ୍ରେଣୀ ମହିଳା ଓ ପୁରୁଷ କ୍ରିକେଟରମାନଙ୍କୁ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ବୈଠକ ହୋଇଥିଲା। ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୋର୍ଡରେ ପୂର୍ବପରି ନିର୍ଦ୍ଦେଶକ ପଦରେ ରହି କାର୍ଯ୍ୟକରିବେ ଓ ରାଜୀବ ଶୁକ୍ଳାଙ୍କୁ ବିସିସିଆଇ ଉପସଭାପତି ଭାବେ ନିଯୁକ୍ତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଆଇସିସିର ପ୍ରୟାସକୁ ସମର୍ଥନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଆସନ୍ତାବର୍ଷ ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି କରିବା ନେଇ ହେବାକୁ ଥିବା ପ୍ରକ୍ରିୟା ପାଇଁ ହାତରେ ଆବଶ୍ୟକ ସମୟ ନାହିଁ ବୋଲି ବୈଠକରେ ସଦସ୍ୟମାନେ ହୃଦୟଙ୍ଗମ କରିଥିଲେ। କାରଣ ଏଥିପାଇଁ ଟେଣ୍ଡର ଫ୍ଲୋଟିଂ ପ୍ରୋସେସ, ମ୍ୟାଚ ସଂଖ୍ୟା ବୃଦ୍ଧି ଓ ସାମିଲ ହେବାକୁ ଥିବା ସବୁ ବିଦେଶୀ ଖେଳାଳିଙ୍କ ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ସନ୍ତୁଳନ ଆଣିବା ନିଶ୍ଚିତ ଭାବେ କଷ୍ଟକର ଥିଲା।
ଅଲିମ୍ପିକ୍ସରେ ଟି୨୦
୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟର ଟି୨୦ ଫର୍ମାଟ୍‌କୁ ସାମିଲ କରିବାକୁ ଆଇସିସି ପ୍ରୟାସ ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ଠାରୁ ମଧ୍ୟ ଏ ନେଇ ସ୍ପଷ୍ଟୀକରଣ ଦେଇଛି। ଏ ସଂକ୍ରାନ୍ତରେ ଆଇସିସିକୁ ସମର୍ଥନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ କେତୋଟି ଆଇନଗତ ସମସ୍ୟା ରହିଛି। ବିସିସିଆଇ ଏକ ସ୍ବୟଂଶାସିତ ସଂସ୍ଥା। ଏହି ଅଟୋନୋମିକୁ ଆମେ ବଜାୟ ରଖିବାକୁ ଚାହିଁବୁ। ଆମର ଲିଗାଲ ଟିମ୍‌ ଏନେଇ କାର୍ଯ୍ୟକରୁଛି ଏଜିଏମ୍‌ରେ ଭାଗ ନେଇଥିବା ଜଣେ ସଦସ୍ୟ କହିଛନ୍ତି। ତେବେ ଏ ନେଇ ଥିବା ସମସ୍ୟାକୁ ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇନାହିଁ।
ଟ୍ୟାକ୍ସ ଛାଡ଼ ନ ହେଲେ ବିସିସିଆଇ ୧୨୩ ମିଲିୟନ ଡଲାର ହରାଇବ
ଆଇସିସି କହିବା ଅନୁସାରେ ଆସନ୍ତାବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଭାରତ ସରକାରଙ୍କଠାରୁ ପୂରା ଟ୍ୟାକ୍ସ ଛାଡ଼ ନ ପାଇଲେ ବିସିସିଆଇ ଆଇସିସିଠାରୁ ତା’ର ୩୯୦ ମିଲିୟନ ଆମେରିକୀୟ ଡଲାରର ବାର୍ଷିକ ରାଜସ୍ବ କମାଇବାକୁ ରାଜି ହେବ। ଟ୍ୟାକ୍ସ ଛାଡ଼ ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ଓ ଏ ନେଇ ଆଇସିସିକୁ ଅବଗତ କରାଇଛୁ। କିନ୍ତୁ ଯଦି ସରକାର ଟ୍ୟାକ୍ସ ଛାଡ଼ ନ କରିନ୍ତି ତା’ହେଲେ ଆମେ ବାର୍ଷିକ ରାଜସ୍ବରୁ ୧୨୩ ମିଲିୟନ ଆମେରିକୀୟ ଡଲାର ହରାଇବୁ। ଏପରି ହେଲେ ଆମେ ୨୬୭ ମିଲିୟନ ଡଲାର ପାଇବୁ। ଭାରତ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ।
କରୋନା କ୍ଷତିଗ୍ରସ୍ତ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା
କୋଭିଡ୍‌-୧୯ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ସବୁ ମହିଳା ଓ ପୁରୁଷ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା କାରଣରୁ ଘରୋଇ କ୍ରିକେଟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛଇ। ତେବେ ଜାନୁୟାରୀରୁ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଆରମ୍ଭ କରିବାକୁ ବୋର୍ଡ ଯୋଜନା କରୁଛି। ରାଜ୍ୟ ଆସୋସିଏଶନଗୁଡିକୁ ବୋର୍ଡ ଅର୍ଥ ଦେବ। ଆସୋସିଏଶନଗୁଡିକ ଏହି ଅର୍ଥ ତା’ର ପୁରୁଷ ଓ ମହିଳା କ୍ରିକେଟରମାନଙ୍କୁ ପ୍ରଦାନ କରିବ।
ଆଇପିଏଲ୍‌ ଅବସରରେ ଜୁନିୟର, ମହିଳା କ୍ରିକେଟ ଆୟୋଜନ
ଆଇପିଏଲ-୧୪ ଚାଲିଥିବା ବେଳେ ବୋର୍ଡ ସବୁ ବୟସବର୍ଗ (୨୩,୧୯, ୧୬ ବର୍ଷରୁ କମ୍‌) ଟୁର୍ନାମେଣ୍ଟ ଓ ସିନିୟର ଓ ଜୁନିୟର ବର୍ଗର ମହିଳା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ମହାମାରୀ ସମ୍ପର୍କିତ ସମସ୍ୟା ସତ୍ତ୍ୱେ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ସ୍ପଷ୍ଟ କରାଯାଇଛି।
ଶୁକ୍ଳା ହେଲେ ନୂଆ ଉପସଭାପତି
ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳା ଆନୁଷ୍ଠାନିକ ଭାବେ ବୋର୍ଡର ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଉତ୍ତରାଖଣ୍ଡର ମାହି ଚୌଧୁରୀ ଇସ୍ତଫା ଦେବା ପରେ ଏହି ପଦ ଖାଲି ଥିଲା। ସେହିପରି ବ୍ରିଜେଶ ପଟେଲ ଆଇପିଏଲ୍‌ ଗଭର୍ନିଂ କାଉନସିଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ଜାରି ରଖିବେ।
ଆଇସିସିରେ ଗାଙ୍ଗୁଲି, ଶାହା ଭାରତର ପ୍ରତିନିଧିତ୍ୱ କରିବେ
ଆଇସିସି ବୋର୍ଡରେ ଗାଙ୍ଗୁଲି ପୂର୍ବ ପରି ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିବେ। ସେହିପରି ସମ୍ପାଦକ ଜୟ ଶାହା ବିକଳ୍ପ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରିଣୀ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ।
ମହିଳା ଟେଷ୍ଟ ମ୍ୟାଚ ଆୟୋଜନ
ମହିଳା ଟେଷ୍ଟ ମ୍ୟାଚ ଆୟୋଜନ ନେଇ ବୈଠକରେ ତତ୍ପରତା ପ୍ରକାଶ କରାଯାଇଛି। ଆସନ୍ତାବର୍ଷରୁ ଦୁଇଟି ମହିଳା ଟେଷ୍ଟ ଆୟୋଜନ କରାଯିବ। ତେବେ ଏ ନେଇ ବିସିସିଆଇ ଆପେକ୍ସ କାଉନସିଲ ଅନ୍ତିମ ନିଷ୍ପତ୍ତି ନେବ।
ଗେମ୍‌ ଡେଭଲପ୍‌ମେଣ୍ଟ ଜିଏମ୍‌ଙ୍କୁ ବହିଷ୍କାର
ଗେମ୍‌ ଡେଭଲପ୍‌ମେଣ୍ଟ ଜିଏମ୍‌ କେ.ଭି.ପି. ରାଓଙ୍କୁ ବହିଷ୍କାର କରାଯାଇଛି। ଇସ୍ତଫା ଦେବାକୁ ତାଙ୍କୁ କୁହାଯାଇଛି। କୋଭିଡ୍‌-୧୯ ସମୟରେ କୌଣସି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ରାଓ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri