‘ମୁକ୍ତି ସଳିତା’ରେ ବାଜିଙ୍କ ଜୀବନୀ

ଢେଙ୍କାନାଳ ଅଫିସ,୧।୧୧: ମାତ୍ର ୧୨ବର୍ଷ ବୟସରେ ବ୍ରିଟିଶ ଶାସନ ବିରୋଧରେ ରଣହୁଙ୍କାର ଦେଇ ଗୁଳି ଖାଇ ଶହୀଦ ହୋଇଥିଲେ ବାଜି ରାଉତ। ଏଥିସହିତ ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସରେ ତାଙ୍କ ନାମ ଯୋଡ଼ି ହୋଇଥିଲା ସର୍ବକନିଷ୍ଠ ଶହୀଦ ଭାବରେ। ଆତ୍ମ ବଳିଦାନ ଦେଇ ଦେଶପ୍ରେମର ଉଦାହରଣ ସୃଷ୍ଟି କରିଥିବା ବାଜିଙ୍କ ଜୀବନୀ ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ ରୁପେଲି ପରଦାରେ। ଶହୀଦଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚାଲିଥିବା ପ୍ରାମାଣିକ ଟେଲି ଚଳଚ୍ଚିତ୍ର ‘ମୁକ୍ତି ସଳିତା’ର ଶୁଟିଂ ରବିବାର ଶେଷ ହୋଇଛି। ଆସନ୍ତା ନଭେମ୍ବର ୧୫ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।
ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରଦୀପ କୁମାର ବେହେରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ପ୍ରାମାଣିକ ସିନେମା ବାଜି ରାଉତଙ୍କ ଜନ୍ମମାଟି ଭୁବନ ବ୍ଲକ ନୀଳକଣ୍ଠପୁର, ବ୍ରାହ୍ମଣୀ ନଦୀକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ କରାଯାଇଛି। ଗତ ମଙ୍ଗଳବାର ଢେଙ୍କାନାଳର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀବଳରାମଙ୍କ ନିକଟରେ ଆନୁଷ୍ଠାନିକ ଭାବେ ପୂଜା ଅନୁଷ୍ଠିତ ହେବା ପରେ ଜିଲାପାଳ ସରୋଜ କୁମାର ସେଠୀ ଏହାର ଶୁଭାରମ୍ଭ କରିଥିଲେ। ଅଲ୍‌ଟରନେଟିଭ୍‌ ରିଦିମ ଥିଏଟରର ଅଧ୍ୟକ୍ଷା ଡ. ପୁଷ୍ପଲତା ରଥଙ୍କ ସମେତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ଉପସ୍ଥିତ ଥିଲ।
ଚଳଚ୍ଚିତ୍ରରେ ବାଜି ରାଉତଙ୍କ ଭୂମିକାରେ ସାଇ ଚନ୍ଦନ ଦାସ ଅଭିନୟ କରିଥିବାବେଳେ ମନୋହର ଶତପଥୀ, କାମାକ୍ଷା ପ୍ରସାଦ ରଣା, ପ୍ରଶାନ୍ତ ମହାପାତ୍ର, ରାଜଲକ୍ଷ୍ମୀ, ମମତା, ହରେକୃଷ୍ଣ ସାହୁ, ମାଧବ ହେମ୍ବ୍ରମ, ଜୟଦେବ ଶତପଥୀ, ଜୟଚନ୍ଦ୍ର ମହାପାତ୍ର, ପ୍ରମୋଦ ଦାସ, ପ୍ରଜ୍ଞା ପଟ୍ଟନାୟକଙ୍କ ସମେତ ନୀଳକଣ୍ଠପୁର ଗ୍ରାମର କେତେଜଣ ଗ୍ରାମବାସୀ ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି। ନାଟ୍ୟକାର ଦୀନେଶ ଦାସ ସିନେମାର ଚିତ୍ରନାଟ୍ୟ, ସଂଳାପ ରଚନା କରିଥିବାବେଳେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ା ସୁରେଶ କୁମାର ନାୟକଙ୍କ ପରିଚାଳନାରେ ସମସ୍ତ ଶୁଟିଂ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri