ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ କଲେଜର ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ନାୟକ କହିଥିଲେ ବାୟାବାବା କଳେଜ ଏହି ଅଞ୍ଚଳରେ ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା। ଏହି ମହାନ୍‌ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଆଜି ଦେଶ ବିଦେଶରେ ନାମ କମାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଥିଲେ।
ମୁଖ୍ୟବକ୍ତାଭାବେ କଲେଜ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ କଲେଜ ମୂଳ ଇତିହାସ ବଖାଣିଥିଲେ। ୧୯୭୮ ମସିହା ଆଜିକାର ଦିନରେ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମ ଥର ୪ ଛାତ୍ରୀ ୧୭ ଛାତ୍ରଙ୍କୁ ନେଇ କଲେଜ ତା’ର ଯାତ୍ରା ଆରମ୍ଭ କରିଥିଲା। ଏହି ଅଞ୍ଚଳର ବହୁ ମୁରବିଙ୍କ ମିଳିତ ସହଯୋଗରେ ଏହି କଲେଜ ତାର ପୂର୍ଣ୍ଣାଙ୍ଗ ରୂପ ଧାରଣ କରିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଶ୍ରୀମଦ୍‌ ବାୟା ବାବାଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଆଶୀର୍ବାଦ ଲାଭ କରିଥିଲା ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ, ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ପରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଦେଇ ମୁଖ୍ୟ ଅତିଥି ଡ. ନାୟକ ସମ୍ବର୍ଦ୍ଧିତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଦିବ୍ୟାଙ୍ଗଙ୍କ ଘରକୁ ଯାଇ ପଲିଥିନ ଦେଲେ ଆର୍‌ଆଇ

ଲୋଇସିଂହା,୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନ୍‌ଏସି ଅଧୀନର ୨ଜଣ ଦିବ୍ୟାଙ୍ଗ ଲୋଇସିଂହା ଢୋଲମହୁଲର କାଳିଆ ବଗର୍ତ୍ତି ଓ ବାଞ୍ଜିପାଲି ଗ୍ରାମର ସେବକ ସାହୁଙ୍କ ଦୃଷ୍ଟିହୀନ ସ୍ତ୍ରୀ ଲୋଇସିଂହା…

‘ମୁଁ ବାବା ବାଗେଶ୍ୱର ନୁହେଁ…’: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲା ଶିଶୁପତ୍ର, ପରିବାର ଲୋକଙ୍କୁ ବିଧାୟକ ଭେଟି…

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ଗ୍ରାମର ଶଙ୍କର ଦେ’ଙ୍କ ୪ବର୍ଷର ପୁଅ ସଙ୍କେତ ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ…

ଜିଲା ଯୋଜନା ବୋର୍ଡ ସଦସ୍ୟ ହେଲେ ମହେନ୍ଦ୍ର ରଣା: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା:୮/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କୁ ଜିଲା ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି।…

ମୋଦିଙ୍କୁ ଭେଟି ଏତେବଡ଼ କଥା କହିଦେଲେ ରାଘବ ଚଢା, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭା ଏମପି ରାଘବ ଚଢା ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ…

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଉଦ୍ଧାର

ବାରିପଦା,୮।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଧୀନ ଉପରବାରାହାକାମୁଡା (ୟୁବିକେ) ରେଞ୍ଜ ଅନ୍ତର୍ଗତ ଜଟିଆନୀ କ୍ୟାମ୍ପ ନିକଟରେ (କୋର କ୍ଷେତ୍ର) ପ୍ରାୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri