ବାଓ୍ବରିଆ ଗ୍ୟାଙ୍ଗ୍‌ର ଗୁମର ଖୋଲୁଛି

ଭୁବନେଶ୍ୱର,୨।୬(ବ୍ୟୁରୋ): ସାରା ଦେଶରେ ବାଓ୍ବରିଆ ଗ୍ୟାଙ୍ଗ୍‌ର ନେଟ୍‌ଓ୍ବର୍କ ରହିଛି। ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆତଙ୍କ ଖେଳାଇ ଲୁଟ୍‌ପଟ୍‌ କରୁଥିବା ଏହି ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ ପରେ କମିଶନରେଟ ପୋଲିସ୍‌ ଦିନକୁ ଦିନ ନୂଆ ତଥ୍ୟ ପାଉଛି। ଗ୍ୟାଙ୍ଗର ସହଯୋଗୀମାନେ ବିଭିନ୍ନ ରାଜ୍ୟରେ ଆଡ୍ଡା ଜମାଇ ଅପରାଧ ଜାରି ରଖିନ୍ତି। ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରିବାକୁ କମିଶନରେଟ ପୋଲିସ ପ୍ରୟାସ ଚଳାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସେମାନଙ୍କୁ ଚିହ୍ନଟ କରିବା ସହ ଗତିବିଧିକୁ ନଜର ରଖିଛି। ଏନେଇ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ରହିଛି। ସେମାନେ ବହୁ ସାହାଯ୍ୟ କରୁଥିବା ଡିସିପି ପ୍ରତୀକ ସିଂ କହିଛନ୍ତି। ତାଙ୍କ ସୂଚନାନୁସାରେ, କମିଶନରେଟ ପୋଲିସ ଗିରଫ କରିଥିବା ଉତ୍ତରପ୍ରଦେଶ ସାମ୍‌ଲି ଜିଲା ଝିଂଝାଣା ଥାନା ଅଞ୍ଚଳର ପ୍ରଦୀପ କୁମାର, ବିକାଶ, ରବି କୁମାର ଓ ବାବୁ ରାମ୍‌ଙ୍କ ନାମରେ ଏଯାବତ୍‌ ଶତାଧିକ ମାମଲା ରହିଥିବା ଜଣାପଡିଛି। ବିଶେଷକରି ଅଭିଯୁକ୍ତ ପ୍ରଦୀପ ଓ ରବିଙ୍କ ପୂର୍ବ ଆପରାଧିକ ରେକର୍ଡ ସଂକ୍ରାନ୍ତ ଅଧିକ ତଥ୍ୟ କମିଶନରେଟ ପୋଲିସ୍‌ର ହସ୍ତଗତ ହୋଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବେଙ୍ଗାଲୁରୁ, ହରିୟାନା, ହାଇଦ୍ରାବାଦ ଆଦି ରାଜ୍ୟରେ ସେମାନଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି। କେଉଁ ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ୍‌ ଅଛନ୍ତି ତାହାର ତଥ୍ୟ ପାଇଁ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ଜାରି ରହିଥିବା ଡିସିପି ସିଂ କହିଛନ୍ତି। ଅନ୍ୟପଟେ ଝାରପଡା ଜେଲରେ ଥିବା ୪ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଉଛି। ୪ଟି ମାମଲାରେ ଅଭିଯୋଗାକାରୀମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରେ ଏହି ଗ୍ୟାଙ୍ଗ୍‌ ସଦସ୍ୟମାନେ ସକ୍ରିୟ ଥିଲେ। ଛିନତାଇ, ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ଏଥିରେ ଗୋଟିଏ ଗ୍ୟାଙ୍ଗ କାମ କରୁଥିବା କମିଶନରେଟ ପୋଲିସ ସନ୍ଦେହ କରିବା ସହ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ପରେ ଗ୍ୟାଙ୍ଗର ୪ଜଣଙ୍କୁ ପୁରୀରୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୧୬ଟି ସୁନାଚେନ୍‌, ୨ଟି ବାଇକ, ୨ଟି ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଥିଲା। ସେମାନଙ୍କ ନାମରେ ବିଭିନ୍ନ ଜିଲାରେ ୨୭ରୁ ଅଧିକ ମାମଲା ଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri