ଯୁଦ୍ଧ:୧,୬୦୦ ଟପିଲା ମୃତ୍ୟୁ

ଜେରୁଜେଲମ୍‌,୧୧ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧,୬୦୦ ଅତିକ୍ରମ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇସ୍ରାଏଲ୍‌ ସେନା ଆକ୍ରମଣରେ ୧୪୩ ଶିଶୁ ଓ ୧୦୫ ମହିଳାଙ୍କ ସମେତ ମୋଟ ୭୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୪,୦୦୦ରୁ ଅଧିକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ହମାସ୍‌ ବିଦ୍ରୋହୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ଅନୂ୍ୟନ ୯୦୦ ଲୋକ ନିହତ ହୋଇଥିବାବେଳେ ୨,୬୦୦ ଆହତ ହୋଇଛନ୍ତି। ଇସ୍ରାଏଲ୍‌ରୁ ୧,୫୦୦ ହମାସ୍‌ ବିଦ୍ରୋହୀଙ୍କ ମୃତଦେହ ମିଳିଥିବା ବେଳେ ଦେଶର ଦକ୍ଷିଣ ଭାଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିବା ସୈନ୍ୟବାହିନୀ ଦାବି କରିଛି। ଇସ୍ରାଏଲ୍‌ ଜୋର୍‌ଦାର ବୋମାମାଡ଼ ଜାରି ରଖିଥିବାରୁ ଗାଜାରୁ ୧,୮୭,୫୧୮ ଲୋକ ଜୀବନ ଭୟରେ ଘରଦ୍ୱାର ଛାଡ଼ି ପଳାଇଗଲେଣି ବୋଲି ଜାତିସଂଘ ମାନବୀୟ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୧,୩୭,୪୨୭ ଜଣ ୟୁଏନ୍‌ଆର୍‌ଡବ୍ଲ୍ୟୁଏର ୮୩ ସ୍କୁଲ୍‌ରେ ଆଶ୍ରୟ ନେଇଛନ୍ତି।
ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡାକୁ ଧ୍ୱଂସ କରିବାକୁ ସଂକଳ୍ପ କରିଛନ୍ତି। ସେ କହିଛନ୍ତି, ଆମେ ଯୁଦ୍ଧ ଚାହୁଁ ନ ଥିଲୁ, ଆମକୁ ଏଥିପାଇଁ ବାଧ୍ୟ କରାଯାଇଛି। ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରି ନ ଥିଲା, କିନ୍ତୁ ଏହାର ପରିସମାପ୍ତ ଘଟାଇବ ବୋଲି ସେ କହିଛନ୍ତି। ନେତାନ୍ୟାହୁ ହମାସ୍‌କୁ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ତୁଳନା କରିଛନ୍ତି। ହମାସ୍‌କୁ ପରାଜିତ କରିବା ଲାଗି ସବୁ ସଭ୍ୟତାର ଶକ୍ତି ଏକଜୁଟ ହେବେ ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି। ଗାଜା ଷ୍ଟ୍ରିପ୍‌କୁ ଚାରିପଟୁ ସମ୍ପୂର୍ଣ୍ଣ ଅବରୋଧ କରିବା ସହ ସେଠାକୁ ଖାଦ୍ୟ, ଇନ୍ଧନ, ବିଦ୍ୟୁତ୍‌ ବନ୍ଦ କରିଦେବ ବୋଲି ସୋମବାର ଇସ୍ରାଏଲ୍‌ କହିଥିଲା। ଇତିମଧ୍ୟରେ ଗାଜାକୁ ଇସ୍ରାଏଲ୍‌ ବିଦ୍ୟୁତ୍‌ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଗାଜାର ନିରୀହ ଲୋକଙ୍କ ଘର ଉପରେ ଇସ୍ରାଏଲ୍‌ ବୋମାମାଡ଼ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହମାସ୍‌ ମୁଖପାତ୍ର ଅବୁ ଉବାଇଡା କହିଛନ୍ତି। ଏହାର ଜବାବରେ ହମାସ୍‌ ବନ୍ଦୀ କରି ରଖିଥିବା ଇସ୍ରାଏଲୀଙ୍କ ମୁଣ୍ଡକାଟ କରିବ ବୋଲି ସୋମବାର ଧମକ ଦେଇଥିଲା। ଇତିମଧ୍ୟରେ ଇସ୍ରାଏଲ୍‌କୁ ଆମେରିକା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇ ଦେଇଥିବାବେଳେ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ୍‌ ରୁଷିଆ ଗସ୍ତରେ ଯିବେ ବୋଲି ଆଶା କରାଯାଉଛି। ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଅନୂ୍ୟନ ୧୧ ଆମେରିକୀୟ ନିହତ ହେଲେଣି। ହମାସ୍‌ ଅପହରଣ କରିନେଇଥିବା ଲୋକଙ୍କ ମଧ୍ୟରେ ଆମେରିକୀୟ ଥାଇପାରନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।
ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲି ଓ ବ୍ରିଟେନ୍‌ ଯୁଦ୍ଧରେ ଇସ୍ରାଏଲ୍‌କୁ ସମର୍ଥନ କରୁଥିବା ମଙ୍ଗଳବାର ଏକ ମିଳିତ ବିବୃତିରେ ଘୋଷଣା କରିଛନ୍ତି। ହମାସ୍‌ର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନର କୌଣସି ଯଥାର୍ଥତା ନାହିଁ। ଏହା ବିଶ୍ୱବ୍ୟାପୀ ନିନ୍ଦା କରାଯିବା ଆବଶ୍ୟକ। ଏଭଳି ଅତ୍ୟାଚାରରୁ ଆମେ ଆମ ନାଗରିକମାନଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍‌ର ଉଦ୍ୟମକୁ ସମର୍ଥନ କରୁଛୁ ବୋଲି ଉପରୋକ୍ତ ଦେଶଗୁଡ଼ିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri