Posted inଖେଳ

ରାହାନେଙ୍କ ଲଢୁଆ ବ୍ୟାଟିଂ

ଦି ଓଭାଲ, ୧୦ା୬: ଦି ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ତୃତୀୟ ଦିବସରେ ଭାରତର ସମ୍ମାନ ରଖିଛନ୍ତି ଅଜିଙ୍କ୍ୟ ରାହାନେ। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ୍‌ ଆଡକୁ ଗତି କରୁଥିବା ବେଳେ ରାହନେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭ୍‌ ସ୍ମିଥଙ୍କ ଶତକ ବଳରେ ୪୬୯ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ ଆଡକୁ ଅଗ୍ରସର ହେଉଥିଲା। ତେବେ କମ୍‌ବ୍ୟାକ୍‌ ମ୍ୟାନ୍‌ ରାହାନେ ୮୯ ରନ୍‌ର ଲଢୁଆ ଇନିଂସ ଖେଳିଥିଲେ। ସେ ପଞ୍ଚମ ଉଇକେଟରେ ରବୀନ୍ଦ୍ର ଜାଡେଜାଙ୍କ ସହିତ ୭୨ ରନ୍‌ ଯୋଡିଥିବା ବେଳେ ସପ୍ତମ ଉଇକେଟରେ ଶାର୍ଦ୍ଦୂଳ ଠାକୁରଙ୍କ ସହିତ ୧୦୯ ରନ୍‌ ଯୋଡିଥିଲେ। ୧୭୩ ରନ୍‌ରେ ଆଗୁଆ ରହିବା ପରେ ଖବର ପ୍ରସ୍ତୁତ ହେବା ସୁଦ୍ଧା ଅଷ୍ଟ୍ରେଲିଆ ୩ ଉଇକେଟ ହରାଇ ୧୦୩ ରନ୍‌ କରି ୨୭୬ ରନ୍‌ରେ ଆଗୁଆ ରହିଛି।
ରାହାନେ-ଶାର୍ଦ୍ଦୂଳଙ୍କ ଶତକୀୟ ଭାଗୀଦାରି
ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୫୧/୫ରୁ ଭାରତ ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୫୧/୫ରୁ ଖେଳ ଆରମ୍ଭ କରିଥିଲା ଭାରତ। ପ୍ରଥମ ଓଭରର ଦ୍ୱିତୀୟ ବଲରେ ଉଇକେଟ କିପର ଶ୍ରୀକର ଭରତ ୫ ରନ୍‌ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଭାରତର ଫଲୋଅନ୍‌ ହେବାର ସମ୍ଭାବନା ବୃଦ୍ଧି ପାଇଥିଲା। ତେବେ ଓଭାଲ ଗ୍ରାଉଣ୍ଡ ସହିତ ଲର୍ଡ ଶାର୍ଦ୍ଦୂଳଙ୍କ ରୋମାନ୍ସ ଜାରି ରହିଥିଲା। ଓଭାଲରେ ତୃତୀୟ ଇନିଂସ ଖେଳୁଥିବା ଶାର୍ଦ୍ଦୂଳ ତୃତୀୟ ଅର୍ଦ୍ଧଶତକ ସହିତ ୫୧ ରନ୍‌ର ଇନିଂସ ଖେଳିଥିଲେ। ସପ୍ତମ ଉଇକେଟରେ ଅଜିଙ୍କ୍ୟ ରାହାନେଙ୍କ ସହିତ ସେ ୧୦୯ ରନ୍‌ ଯୋଡିଥିଲେ। ରାହାନେ ୧୨୯ ବଲ୍‌ ଖେଳି ୧୧ ଚୌକା ଓ ୧ ଛକା ମାରିଥିବା ବେଳେ ଶାର୍ଦ୍ଦୂଳ ୧୦୯ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଦଳୀୟ ସ୍କୋର ୨୬୧ରେ ରାହାନେ ପ୍ୟାଭିଲିୟନ ଫେରିବା ପରେ ଉମେଶ ଯାଦବ (୫) ଓ ମହମ୍ମଦ ଶାମି(୧୩)ଙ୍କୁ ସାଥୀ କରି ଆଉ ୩୫ ରନ୍‌ ଯୋଡିଥିଲେ ଶାର୍ଦ୍ଦୂଳ। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍‌ କୁମିନ୍ସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସ୍କଟ୍‌ ବୋଲାଣ୍ଡ ଓ କାମେରନ୍‌ ଗ୍ରୀନ୍‌ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ଅଷ୍ଟ୍ରେଲିଆ ଖବର ପ୍ରସ୍ତୁତି ସୁଦ୍ଧା ୩ ଉଇକେଟ ହରାଇ ୧୦୩ ରନ୍‌ ସଂଗ୍ରହ କରିଛି। ୧୭୩ ରନ୍‌ରେ ଆଗୁଆ ଥିବା ଅଷ୍ଟ୍ରେଲିଆ ମାତ୍ର ୨ ରନ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ହରାଇଥିଲା। ଉସ୍‌ମାନ ଖ୍ବାଜା ୧୩ ରନ୍‌ କରି ଆଉଟ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌(୩୪) ଓ ମାର୍ନସ ଲାବୁଶେନ ୩୬* ତୃତୀୟ ଉଇକେଟରେ ୬୨ ରନ୍‌ ଯୋଡିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୨୧.୩ ଓଭରରେ ୪୬୯/୧୦(ଟ୍ରାଭିସ୍‌ ହେଡ-୧୬୩, ଷ୍ଟିଭ୍‌ ସ୍ମିଥ୍‌-୧୨୧, ଆଲେକ୍ସ କେରୀ-୪୮, ମହମ୍ମଦ ସିରାଜ-୪/୧୦୮, ଶାର୍ଦ୍ଦୂଳ ଠାକୁର-୨/୮୩, ମହମ୍ମଦ ଶାମି-୨/୧୨୨)।
ଭାରତ ପ୍ରଥମ ଇନିଂସ ୬୯.୪ ଓଭରରେ ୨୯୬/୧୦ (ଅଜିଙ୍କ୍ୟ ରାହାନେ-୮୯, ଶାର୍ଦ୍ଦୂଳ ଠାକୁର-୫୧, ରବୀନ୍ଦ୍ର ଜାଡେଜା-୪୮, ପ୍ୟାଟ୍‌ କୁମିନ୍ସ-୩/୮୩, କାମେରନ୍‌ ଗ୍ରୀନ୍‌-୨/୪୪, ସ୍କଟ୍‌ ବୋଲାଣ୍ଡ-୨/୫୯)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୩୪ ଓଭରରେ ୧୦୩/୩(ମାର୍ନସ ଲାବୁଶେନ୍‌-୩୬*, ଷ୍ଟିଭ୍‌ ସ୍ମିଥ୍‌-୩୪, ଉସ୍‌ମାନ ଖ୍ବାଜା-୧୩, ଉମେଶ ଯାଦବ-୧/୧୬, ରବୀନ୍ଦ୍ର ଜାଡେଜା-୧/୧୭,ମହମ୍ମଦ ସିରାଜ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri