ବିକାଶ ଅପେକ୍ଷାରେ ବତିଘର ପଞ୍ଚାୟତ:ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରୁଛି ରାସ୍ତା ସମସ୍ୟା

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ):ପୂର୍ବ ଉପକୂଳର ପ୍ରଥମ ଲାଇଟ ହାଉସ କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ହୋଇଥିଲା। ଏହାର ପାରିପାର୍ଶ୍ୱିକ ଉନ୍ନତି ସମ୍ପର୍କରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଏ ନେଇ କୌଣସି ପ୍ରସ୍ତାବ ଜିଲା ପ୍ରଶାସନ ନିକଟରୁ ଆସି ନ ଥିବା ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଯାହା ଏବେ ଜିଲାରେ ଆଲୋଚନାର ବିଷୟ ହୋଇଛି। ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ। ଶିଳ୍ପାଞ୍ଚଳରେ ପ୍ରାଚୁର୍ଯ୍ୟ ରହିଥିବା ବେଳେ ଏପଟେ ବତିଘର ପଞ୍ଚାୟତବାସୀ ସଦର ମହକୁମାକୁ ବେଳ ଅବେଳରେ ଧାଇଁ ଯିବା ସମ୍ଭବ ନୁହେଁ। ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ୟାରେ ପଞ୍ଚାୟତର ପ୍ରାୟ ୫ ହଜାର ଅଧିବାସୀ ହନ୍ତସନ୍ତ ହେଉଛନ୍ତି। ୮ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଛି। ଏଠାରେ ଥିବା ବତିଘର ଓ ହୁକିଟୋଲାକୁ ୨୦୧୬ ମସିହାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଛି। ଏସବୁ ସତ୍ତ୍ୱେ ସାମଗ୍ରିକ ବିକାଶରେ ବାଧକ ସାଜିଛି ଖରିନାସୀ ସେତୁ, ପ୍ରତି ଗ୍ରାମକୁ ରାସ୍ତା ଓ ବନାଞ୍ଚଳର ମାନ୍ୟତା। ଉଦ୍‌ବେଗର ବିଷୟ ଯେ, ଏହି ପଞ୍ଚାୟତରେ ସାକ୍ଷରତା ହାର ମାତ୍ର ୬୬.୧୨ ପ୍ରତିଶତ। ପ୍ରାୟ ୭୫ ପ୍ରତିଶତ ସାକ୍ଷର ହୋଇଥିବା ବେଳେ ମାତ୍ର ୩୪ ପ୍ରତିଶତ ମହିଳା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ୨୦୧୧ ଜନଗଣନା ସୂଚନାରୁ ତଥ୍ୟ ମିଳିଛି। ଚାଷ ଓ ମାଛ ଏହି ଅଞ୍ଚଳବାସୀଙ୍କ ଜୀବିକା। ବତିଘର, ଫଲ୍‌ସ ପଏଣ୍ଟ, ହୁକିଟୋଲାକୁ ପର୍ଯ୍ୟଟନ ଭିତ୍ତିଭୂମି ଯୋଗାଇଲେ ଆର୍ଥିକ ବିକାଶ ହୋଇପାରିବ। ସେହିପରି ଶିଳ୍ପକୁ ଅପେକ୍ଷା କରିଥିବା ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ, ବ୍ୟାଙ୍କ ଋଣ ଆଦି ସହଯୋଗ ଆବଶ୍ୟକ ଅଛି। ଜଗତ୍‌ସିଂହପୁର ଜିଲାର ଶିଳ୍ପ ଦ୍ୱାରା ନଷ୍ଟ ହେଉଥିବା ପରିବେଶକୁ ସଜାଡିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ବରିଷ୍ଠ ଭାଜପା ନେତା ଭୁବନ ମୋହନ ଜେନା, ସାମାଜିକ କର୍ମୀ ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୯ ବର୍ଷରେ ମଧ୍ୟ ବତିଘର ପଞ୍ଚାୟତବାସୀ ଶିକ୍ଷା, ସ୍ବସ୍ଥ୍ୟ, ଗମନାଗମନ ପରି ମୌଳିକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ପ୍ରାକୃତିକ ପରିବେଶରେ ଭରପୂର ଏହି ପଞ୍ଚାୟତବାସୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ଛଡ଼ା ଯାଉଛି। ଫଳରେ ଜଳ ଓ ବାୟୁମଣ୍ଡଳ ଦୂଷିତ ହୋଇଛି। ଚର୍ମ ରୋଗଠାରୁ ଆରମ୍ଭ କରି କର୍କଟ ରୋଗ ଏଠାରେ ଦେଖାଯାଉଛି। ପଞ୍ଚାୟତ ଅଧୀନରେ ହୁକିଟୋଲା, ବତିଘର, ଫଲ୍‌ସ ପଏଣ୍ଟ ଇଂରେଜ ଶାସନ ଓ ନୌବାଣିଜ୍ୟର ସ୍ବାକ୍ଷର ବହନ କରିଛି। ଖରିନାସୀ ନଦୀ କୂଳରେ ଥିବା ଏହି ବତିଘର ୧୮୩୬ ଡିସେମ୍ବରରେ ନିର୍ମାଣ ଆରମ୍ଭ ହୋଇଥିଲା। ୧୮୩୭ ଅକ୍ଟୋବର ୧୬ରେ ଏଠାରେ ପ୍ରଥମ ଥର ପାଇଁ ଆଲୋକ ପ୍ରଜ୍ୱଳନ କରାଯାଇଥିଲା। ଯାହା ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି। ୨୦୧୬ରୁ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ମାତ୍ର ଏହା ଏବେବି ଅବହେଳିତ ହୋଇରହିଛି। ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବତିଘର ପରିସରରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପଥର ନିର୍ମିତ ପୁରାତନ କବର ଓ କୂଅ ଅଛି। ଏହି ଐତିହ୍ୟସ୍ଥଳର ଭିତ୍ତିଭୂମି ସୁଦୃଢ଼ ସହିତ ଜିଲାର ଗ୍ରାମୀଣ ହସ୍ତ ଶିଳ୍ପ ଉପତ୍ାଦ ବିକ୍ରି ପାଇଁ ଏକ ସୁଦୃଶ୍ୟ ମଣ୍ଡି ଖୋଲା ଗଲେ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ହେବ। ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ଖରିନାସୀ ସେତୁ ନିର୍ମାଣ ବିଳମ୍ବ ଜନିତ କାରଣରୁ ଏହି ପଞ୍ଚାୟତକୁ ଅଦ୍ୟାବଧି ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ ଆସିପାରୁନାହିଁ। ଶିକ୍ଷାକୁ ନେଇ ସଚେତନତା ନ ଥିବାରୁ ବାଲ୍ୟ ବିବାହ ଏଠାରେ ଦେଖିବାକୁ ମିଳୁଛି। ସେହିପରି ବନାଞ୍ଚଳକୁ କେତେଜଣ ଲୋକ ଜବରଦଖଲ କରିଥିବାରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଉନ୍ନୟନ କାର୍ଯ୍ୟ ପାଇଁ ସାମଗ୍ରୀ ପରିବହନରେ ସେତୁ ହିଁ ବାଧକ ସାଜିଛି। ସେହିପରି ପ୍ରତି ଗ୍ରାମକୁ ରାସ୍ତା, ତଟବନ୍ଧକୁ ଉଚ୍ଚା କରିବା, ହେନ୍ତାଳ ବଣର ସୁରକ୍ଷାକୁ ମତଦାତାମାନେ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘେରରେ ଅଛି। ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ନିରାକରଣ ବ୍ୟବସ୍ଥା ଜିଲା ପ୍ରାଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି। ଖରିନାସୀ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri