ମହାପ୍ରଭୁଙ୍କ ସ୍ନାନ

ଅଜୟ କୁମାର ବେହେରା

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦ ବଜାରସ୍ଥିତ ସ୍ନାନମଣ୍ଡପ ବା ସ୍ନାନବେଦୀକୁ ଆସି ବିରାଜନ୍ତି। ଏହି ମଣ୍ଡପରେ ଠାକୁରମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ। ଏହି ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମରାଠା ମହାଗାଣପତ୍ୟ ସମ୍ପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେ ଦର୍ଶନ କଲେ ସତ, ତାଙ୍କୁ ସନ୍ତୋଷ ମିଳିଲା ନାହିଁ। କାରଣ ସେ ମହାପ୍ରଭୁମାନଙ୍କୁ ଗଣପତି ରୂପରେ ଦେଖିବାକୁ ଚାହୁଁଥିଲେ। ଦୁଃଖରେ ଫେରିଯାଉଥିବା ବେଳେ ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିବା ପାଇଁ ମୁକ୍ତେଶ୍ୱରଠାରେ ତାଙ୍କୁ ଶୂନ୍ୟବାଣୀ ହେଲା। ଫେରି ଦେଖିଲେ ପ୍ରଭୁ ବଳଭଦ୍ର ଧବଳ ଗଣପତି ଏବଂ ଶ୍ରୀଜଗନ୍ନାଥ କୃଷ୍ଣ ଗଣପତି ରୂପ ଧାରଣ କରିଛନ୍ତି। ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ବରୂପ ଏହି ବେଶ ହୋଇଆସୁଛି। ଏହି ବେଶ ନିମନ୍ତେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଉପକରଣମାନ ଆସେ। ଭିତରଚ୍ଛ, ତିଳଚ୍ଛ, ପୁଷ୍ପାଳକ, ଖୁଣ୍ଟିଆ ଓ ଦଇତାପତି ସେବକମାନେ ହାତୀବେଶ କରାନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଗୋଟିଏ ମାତ୍ର ଭୋଗ ହୁଏ। ଭୋଗ ପରେ ଦେବଦର୍ଶନ ଲାଗି ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ।
ଜଗନ୍ନାଥଙ୍କ ମୁଖ୍ୟ ବାରଟି ଯାତ୍ରା ବୈଶାଖ ଶୁକ୍ଳ ତୃତୀୟାରେ ଅକ୍ଷୟତୃତୀୟା, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା, ଶ୍ରାବଣ କୃଷ୍ଣ ଦଶମୀରେ କର୍କଟ ସଂକ୍ରାନ୍ତି, ଶ୍ରାବଣ ଶୁକ୍ଳ ଏକାଦଶୀରେ ଶୟନ ଯାତ୍ରା, ଭାଦ୍ର ଶୁକ୍ଳ ଏକାଦଶୀରେ ପାର୍ଶ୍ୱ ପରିବର୍ତ୍ତନ, କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଦେବୋତ୍‌ଥାପନ, ପୌଷ ଶୁକ୍ଳ ଷଷ୍ଠୀରେ ପ୍ରାବରଣ ଷଷ୍ଠୀ, ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ, ମାଘରେ ମକର ସଂକ୍ରାନ୍ତି, ଫାଲଗୁନ୍‌ ପୂର୍ଣ୍ଣିମାରେ ଦୋଳଯାତ୍ରା, ଦଅଣା ଚୋରି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଦମନକ ଚତୁର୍ଦ୍ଦଶୀ ପରି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଦ୍ୱାଦଶ ଯାତ୍ରା ସମ୍ପର୍କରେ ଧର୍ମଶାସ୍ତ୍ରର ଶ୍ଳୋକରେ ଉଲ୍ଲେଖ ରହିଛି- ‘ମଞ୍ଚେସ୍ନାନ ରଥବରଗତ ଶୟନ ଗାୟନଦ୍ୱୟଂ, ପାର୍ଶ୍ୱାର୍ବି ଶୟନ ନିବୃତ୍ତି ପର୍ବଣ ପୂଜ୍ୟପୂଜା, ଦୋକେଳି, ଦମନ ମୋହଂ ଚାଣ ପୂର୍ଣ୍ଣ ତୃତୀୟା, ଏ ସଠା ଯାତ୍ରା ଭୁବନ ବନ୍ଦିତା ଦ୍ୱାଦେଶୟଂ ନରେନ୍ଦ୍ର।’
ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦ୍ରାହସ୍ତ ତିନି ଠାକୁରଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ଦଇତାମାନେ ଠାକୁରମାନଙ୍କ ଦେହରେ ଡୋରି ଲାଗି କରନ୍ତି। ପହଣ୍ଡି ହୋଇ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ମଦନମୋହନ ବେଦୀକୁ ସ୍ନାନ ପାଇଁ ବିଜେ କରିଥା’ନ୍ତି। ସ୍ନାନ ପରେ ଗୋପାଳ ତୀର୍ଥ ମଠରୁ ବଡ଼ ଠାକୁରଙ୍କ ପାଇଁ ଏହି ଦୁର୍ଲଭ ହାତୀବେଶର ସମସ୍ତ ସାମଗ୍ରୀ ଆସିଥାଏ। ଅନ୍ୟ ଦୁଇ ଠାକୁରଙ୍କ ପାଇଁ ରାଘବ ଦାସ ମଠରୁ ଆସେ। ବିଗ୍ରହମାନଙ୍କ ଗଜାନନ ବେଶ ପରେ ପୁଷ୍ପାଳକମାନେ ପୁଷ୍ପଲାଗି କରନ୍ତି। ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ବା ତ୍ରୟୋଦଶ ଯାତ୍ରା ମଧ୍ୟରେ ଏହା ପ୍ରଥମ ଏବଂ ଆଗରୁ କଥିତ ଅଛି ଯେ ଏହା ତାଙ୍କ ଜନ୍ମଦିନ। ଏହି ବେଶ ପରେ ଠାକୁରମାନେ ଅଣସରକୁ ବିଜେ ହୋଇଥା’ନ୍ତି। ପରେ ଆସିଥାଏ ପବିତ୍ର ନେତ୍ର ଉତ୍ସବ। ତେବେ ଅଣସର ଘରେ ବିଶ୍ୱାବସୁଙ୍କ ବଂଶଧରମାନେ ଅଣସର ପଣା ଓ ଜଙ୍ଗଲଜାତ ଫଳମୂଳ ସମର୍ପଣ କରି ପନ୍ଦର ଦିନ ମଧ୍ୟରେ ଆରୋଗ୍ୟ କରାଇ ନବଯୌବନ ଫେରାଇ ଦିଅନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାର ସାମାନ୍ୟ ଜଳବିନ୍ଦୁ ସର୍ବପାପ ବିଧ୍ୱଂସକ। ଏଥିରେ ‘ସକଳ ତୀର୍ଥ ତୋ ଚରଣେ’ ପ୍ରକୃତିରେ ପ୍ରତୀତ ହୁଏ। ଏହାର ମାହାତ୍ମ୍ୟ ଉଲ୍ଲେଖ କରିବାକୁ ଯାଇ ସ୍ବୟଂ ବ୍ରହ୍ମା କହିଛନ୍ତି- ‘ଯତ୍‌ ଫଳଂ ସ୍ନାନ ଦନେନ ରାହୁଗ୍ରସ୍ତେ ଦିବାକରେ, ତତ୍‌ ଫଳଂ କୃଷ୍ଣମାଲୋକଂ ମହାଜ୍ୟେଷ୍ଠା ଲଭେନ୍ମରଃ’। ଏକଥା କହିବା ନିଷ୍ପ୍ରୟୋଜନ ଯେ, ସ୍ନାନବେଦୀରୁ ବିଗ୍ରହମାନେ ଫେରିଲା ପରେ ଆଉ ରତ୍ନ ସିଂହାସନକୁ ନଯାଇ ଅଣସର ଘରଠାରେ ଗୁପ୍ତ ପୂଜାରେ ରହିଥାଆନ୍ତି। ଅମାବାସ୍ୟା ପୂର୍ବଦିନ ଅର୍ଥାତ୍‌ ଚତୁର୍ଦ୍ଦଶୀରେ ବଡ଼ସିଂହାର ପରେ ପଣାଚକଟକା ଭୋଗହୋଇ ଦାସ ମହାପାତ୍ର ଲାଗି କରନ୍ତି। ଅନ୍ୟାନ୍ୟ ସେବା ପରେ କୋଠ ସୁଆଁସିଆମାନେ ତାଟି ଖଟ ବାହାରକୁ ନେଇ ଯାଆନ୍ତି। ଭିତରେ ପାଣି ପଡ଼େ। ପରେ ପରେ ନବଯୌବନ ଦର୍ଶନ ହୁଏ। ପରେ ପାଣିଆ ଆପଟ ଦ୍ୱାରା ଏହି ସ୍ଥାନ ମାର୍ଜନା ହୋଇଥାଏ। ଘଟୁଆରୀ ଘରଠାରୁ ଚନ୍ଦନ ଆସି ତିନିଗୋଟି ରୁପା ପିଙ୍ଗଣରେ ଚନ୍ଦନ ଲାଗି ହୁଏ। ତା’ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ତିନିଖଣ୍ଡ ଲେଖାଏଁ ଓ ସୁଦର୍ଶନଙ୍କୁ ଏକ ଖଣ୍ଡ ଲୁଗା ଲାଗି କରାଯାଏ। ପରେ ପତି ମହାପାତ୍ର ବନ୍ଦାପନା କରନ୍ତି। ତିନିଜଣ ଦତ୍ତ ମହାପାତ୍ର (କରଣ ସେବକ) ତିନି ଗୋଟି ରୁପା ବଟାରେ ତିଆରି ଥିବା କଳା ଦେଖନ୍ତି। ତିନିଜଣ ପୂଜାପଣ୍ଡା ତିନିଖଣ୍ଡ କାଠରେ ତିନି ଠାକୁରଙ୍କର ‘ଶ୍ରୀ ନେତ୍ର’ ଲାଗି ବା ଚିତ୍ର କରନ୍ତି। ଏହା ହିଁ ନେତ୍ରୋତ୍ସବ ନାମରେ ପରିଚିତ। ତିନି ବାଡ଼ରେ ପଣ୍ଡା, ପତି, ମୁଦିରଥ ବନ୍ଦାପନା କରନ୍ତି ଏବଂ ଏହିପରି ବର୍ଷକରେ ଥରେ ନେତ୍ରୋତ୍ସବ ପର୍ବର ସମାପନ ହୁଏ।
‘ବରେଣ୍ୟ ବାଣୀ’ ପିସି ସରକାର ଲେନ୍‌, ଅରୁଣୋଦୟ ମାର୍କେଟ୍‌, କଟକ
ମୋ: ୯୪୩୭୦୩୧୨୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri