ମହାପ୍ରଭୁଙ୍କ ସ୍ନାନ

ଅଜୟ କୁମାର ବେହେରା

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦ ବଜାରସ୍ଥିତ ସ୍ନାନମଣ୍ଡପ ବା ସ୍ନାନବେଦୀକୁ ଆସି ବିରାଜନ୍ତି। ଏହି ମଣ୍ଡପରେ ଠାକୁରମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ। ଏହି ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମରାଠା ମହାଗାଣପତ୍ୟ ସମ୍ପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେ ଦର୍ଶନ କଲେ ସତ, ତାଙ୍କୁ ସନ୍ତୋଷ ମିଳିଲା ନାହିଁ। କାରଣ ସେ ମହାପ୍ରଭୁମାନଙ୍କୁ ଗଣପତି ରୂପରେ ଦେଖିବାକୁ ଚାହୁଁଥିଲେ। ଦୁଃଖରେ ଫେରିଯାଉଥିବା ବେଳେ ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିବା ପାଇଁ ମୁକ୍ତେଶ୍ୱରଠାରେ ତାଙ୍କୁ ଶୂନ୍ୟବାଣୀ ହେଲା। ଫେରି ଦେଖିଲେ ପ୍ରଭୁ ବଳଭଦ୍ର ଧବଳ ଗଣପତି ଏବଂ ଶ୍ରୀଜଗନ୍ନାଥ କୃଷ୍ଣ ଗଣପତି ରୂପ ଧାରଣ କରିଛନ୍ତି। ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ବରୂପ ଏହି ବେଶ ହୋଇଆସୁଛି। ଏହି ବେଶ ନିମନ୍ତେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଉପକରଣମାନ ଆସେ। ଭିତରଚ୍ଛ, ତିଳଚ୍ଛ, ପୁଷ୍ପାଳକ, ଖୁଣ୍ଟିଆ ଓ ଦଇତାପତି ସେବକମାନେ ହାତୀବେଶ କରାନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଗୋଟିଏ ମାତ୍ର ଭୋଗ ହୁଏ। ଭୋଗ ପରେ ଦେବଦର୍ଶନ ଲାଗି ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ।
ଜଗନ୍ନାଥଙ୍କ ମୁଖ୍ୟ ବାରଟି ଯାତ୍ରା ବୈଶାଖ ଶୁକ୍ଳ ତୃତୀୟାରେ ଅକ୍ଷୟତୃତୀୟା, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା, ଶ୍ରାବଣ କୃଷ୍ଣ ଦଶମୀରେ କର୍କଟ ସଂକ୍ରାନ୍ତି, ଶ୍ରାବଣ ଶୁକ୍ଳ ଏକାଦଶୀରେ ଶୟନ ଯାତ୍ରା, ଭାଦ୍ର ଶୁକ୍ଳ ଏକାଦଶୀରେ ପାର୍ଶ୍ୱ ପରିବର୍ତ୍ତନ, କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଦେବୋତ୍‌ଥାପନ, ପୌଷ ଶୁକ୍ଳ ଷଷ୍ଠୀରେ ପ୍ରାବରଣ ଷଷ୍ଠୀ, ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ, ମାଘରେ ମକର ସଂକ୍ରାନ୍ତି, ଫାଲଗୁନ୍‌ ପୂର୍ଣ୍ଣିମାରେ ଦୋଳଯାତ୍ରା, ଦଅଣା ଚୋରି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଦମନକ ଚତୁର୍ଦ୍ଦଶୀ ପରି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଦ୍ୱାଦଶ ଯାତ୍ରା ସମ୍ପର୍କରେ ଧର୍ମଶାସ୍ତ୍ରର ଶ୍ଳୋକରେ ଉଲ୍ଲେଖ ରହିଛି- ‘ମଞ୍ଚେସ୍ନାନ ରଥବରଗତ ଶୟନ ଗାୟନଦ୍ୱୟଂ, ପାର୍ଶ୍ୱାର୍ବି ଶୟନ ନିବୃତ୍ତି ପର୍ବଣ ପୂଜ୍ୟପୂଜା, ଦୋକେଳି, ଦମନ ମୋହଂ ଚାଣ ପୂର୍ଣ୍ଣ ତୃତୀୟା, ଏ ସଠା ଯାତ୍ରା ଭୁବନ ବନ୍ଦିତା ଦ୍ୱାଦେଶୟଂ ନରେନ୍ଦ୍ର।’
ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦ୍ରାହସ୍ତ ତିନି ଠାକୁରଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ଦଇତାମାନେ ଠାକୁରମାନଙ୍କ ଦେହରେ ଡୋରି ଲାଗି କରନ୍ତି। ପହଣ୍ଡି ହୋଇ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ମଦନମୋହନ ବେଦୀକୁ ସ୍ନାନ ପାଇଁ ବିଜେ କରିଥା’ନ୍ତି। ସ୍ନାନ ପରେ ଗୋପାଳ ତୀର୍ଥ ମଠରୁ ବଡ଼ ଠାକୁରଙ୍କ ପାଇଁ ଏହି ଦୁର୍ଲଭ ହାତୀବେଶର ସମସ୍ତ ସାମଗ୍ରୀ ଆସିଥାଏ। ଅନ୍ୟ ଦୁଇ ଠାକୁରଙ୍କ ପାଇଁ ରାଘବ ଦାସ ମଠରୁ ଆସେ। ବିଗ୍ରହମାନଙ୍କ ଗଜାନନ ବେଶ ପରେ ପୁଷ୍ପାଳକମାନେ ପୁଷ୍ପଲାଗି କରନ୍ତି। ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ବା ତ୍ରୟୋଦଶ ଯାତ୍ରା ମଧ୍ୟରେ ଏହା ପ୍ରଥମ ଏବଂ ଆଗରୁ କଥିତ ଅଛି ଯେ ଏହା ତାଙ୍କ ଜନ୍ମଦିନ। ଏହି ବେଶ ପରେ ଠାକୁରମାନେ ଅଣସରକୁ ବିଜେ ହୋଇଥା’ନ୍ତି। ପରେ ଆସିଥାଏ ପବିତ୍ର ନେତ୍ର ଉତ୍ସବ। ତେବେ ଅଣସର ଘରେ ବିଶ୍ୱାବସୁଙ୍କ ବଂଶଧରମାନେ ଅଣସର ପଣା ଓ ଜଙ୍ଗଲଜାତ ଫଳମୂଳ ସମର୍ପଣ କରି ପନ୍ଦର ଦିନ ମଧ୍ୟରେ ଆରୋଗ୍ୟ କରାଇ ନବଯୌବନ ଫେରାଇ ଦିଅନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାର ସାମାନ୍ୟ ଜଳବିନ୍ଦୁ ସର୍ବପାପ ବିଧ୍ୱଂସକ। ଏଥିରେ ‘ସକଳ ତୀର୍ଥ ତୋ ଚରଣେ’ ପ୍ରକୃତିରେ ପ୍ରତୀତ ହୁଏ। ଏହାର ମାହାତ୍ମ୍ୟ ଉଲ୍ଲେଖ କରିବାକୁ ଯାଇ ସ୍ବୟଂ ବ୍ରହ୍ମା କହିଛନ୍ତି- ‘ଯତ୍‌ ଫଳଂ ସ୍ନାନ ଦନେନ ରାହୁଗ୍ରସ୍ତେ ଦିବାକରେ, ତତ୍‌ ଫଳଂ କୃଷ୍ଣମାଲୋକଂ ମହାଜ୍ୟେଷ୍ଠା ଲଭେନ୍ମରଃ’। ଏକଥା କହିବା ନିଷ୍ପ୍ରୟୋଜନ ଯେ, ସ୍ନାନବେଦୀରୁ ବିଗ୍ରହମାନେ ଫେରିଲା ପରେ ଆଉ ରତ୍ନ ସିଂହାସନକୁ ନଯାଇ ଅଣସର ଘରଠାରେ ଗୁପ୍ତ ପୂଜାରେ ରହିଥାଆନ୍ତି। ଅମାବାସ୍ୟା ପୂର୍ବଦିନ ଅର୍ଥାତ୍‌ ଚତୁର୍ଦ୍ଦଶୀରେ ବଡ଼ସିଂହାର ପରେ ପଣାଚକଟକା ଭୋଗହୋଇ ଦାସ ମହାପାତ୍ର ଲାଗି କରନ୍ତି। ଅନ୍ୟାନ୍ୟ ସେବା ପରେ କୋଠ ସୁଆଁସିଆମାନେ ତାଟି ଖଟ ବାହାରକୁ ନେଇ ଯାଆନ୍ତି। ଭିତରେ ପାଣି ପଡ଼େ। ପରେ ପରେ ନବଯୌବନ ଦର୍ଶନ ହୁଏ। ପରେ ପାଣିଆ ଆପଟ ଦ୍ୱାରା ଏହି ସ୍ଥାନ ମାର୍ଜନା ହୋଇଥାଏ। ଘଟୁଆରୀ ଘରଠାରୁ ଚନ୍ଦନ ଆସି ତିନିଗୋଟି ରୁପା ପିଙ୍ଗଣରେ ଚନ୍ଦନ ଲାଗି ହୁଏ। ତା’ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ତିନିଖଣ୍ଡ ଲେଖାଏଁ ଓ ସୁଦର୍ଶନଙ୍କୁ ଏକ ଖଣ୍ଡ ଲୁଗା ଲାଗି କରାଯାଏ। ପରେ ପତି ମହାପାତ୍ର ବନ୍ଦାପନା କରନ୍ତି। ତିନିଜଣ ଦତ୍ତ ମହାପାତ୍ର (କରଣ ସେବକ) ତିନି ଗୋଟି ରୁପା ବଟାରେ ତିଆରି ଥିବା କଳା ଦେଖନ୍ତି। ତିନିଜଣ ପୂଜାପଣ୍ଡା ତିନିଖଣ୍ଡ କାଠରେ ତିନି ଠାକୁରଙ୍କର ‘ଶ୍ରୀ ନେତ୍ର’ ଲାଗି ବା ଚିତ୍ର କରନ୍ତି। ଏହା ହିଁ ନେତ୍ରୋତ୍ସବ ନାମରେ ପରିଚିତ। ତିନି ବାଡ଼ରେ ପଣ୍ଡା, ପତି, ମୁଦିରଥ ବନ୍ଦାପନା କରନ୍ତି ଏବଂ ଏହିପରି ବର୍ଷକରେ ଥରେ ନେତ୍ରୋତ୍ସବ ପର୍ବର ସମାପନ ହୁଏ।
‘ବରେଣ୍ୟ ବାଣୀ’ ପିସି ସରକାର ଲେନ୍‌, ଅରୁଣୋଦୟ ମାର୍କେଟ୍‌, କଟକ
ମୋ: ୯୪୩୭୦୩୧୨୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri