ବସୁଧା ଯୋଜନା ଫେଲ୍‌: ବାଲିଚୁଆଁ ଭରସା

ନୂଆପଡ଼ା ଅଫିସ,୧୮।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନା ଫେଲ୍‌ ମାରିଛି। ବିଦ୍ୟୁତ୍‌ ବିଲ ପୈଠ ନ କରିବାରୁ ବିଭାଗ ବିଦ୍ୟୁତ୍‌ ସଂଯୋଗ କାଟି ଦେବାରୁ ଜଳ ଯୋଗାଣ ବନ୍ଦ ରହିଛି। ପାଇପ ପାଣି ନ ପାଇବାରୁ ଲୋକେ ନଦୀ, ନାଳ, ପୋଖରୀ, ବାଲିଚୁଆଁ ପାଣି ବ୍ୟାବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଠୁଟିବର ଦ୍ୱାରା ବସୁଧା ଯୋଜନାରେ ଗୋନିଆପଡାଠାରେ କୟା ନଦୀ କୂଳରେ ଏକ ପାତାଳ ବୋରୱେଲ କରି ୨୦୨୨ ଜାନୁୟାରୀଠାରୁ ଲୋହୋଣ୍ଡୋପାଲି, ଠୁଟିବର ଓ ଗୋନିଆପଡା ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲା। ଲୋହୋଣ୍ଡୋପାଲିରେ ୩୦, ଠୁଟିବରରେ ୫୦ ଓ ଗୋନିଆପଡାରେ ୩୦ଟି ଫ୍ରି ପଏଣ୍ଟରେ ଜଳ ଯୋଗାଣ ହେଉଥିଲା। ଘର ସଂଯୋଗ ହେବା ପୂର୍ବରୁ ଜଳ ଯୋଗାଣ ବନ୍ଦ ହୋଇଗଲା। ଘର ସଂଯୋଗ ପାଇଁ କାର୍ଯ୍ୟ ମଧ୍ୟ ଚାଲିଥିଲା। ଦୀର୍ଘ ୬ ମାସ ଜଳ ଯୋଗାଣ ପରେ ପଞ୍ଚାୟତ ବିଦ୍ୟୁତ୍‌ ବିଲ ପୈଠ ନ କରିବାରୁ ଗତ ଜୁଲାଇରେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାରୁ ଜଳ ଯୋଗାଣ ବନ୍ଦ ରହିଛି। ଜାନୁୟରୀଠାରୁ ବିଦ୍ୟୁତ ବିଲ ପୈଠ ନ କରିବାରୁ ଗତ ଅକ୍ଟୋବର ସୁଦ୍ଧା ୧,୯୫,୨୮୩ ଟଙ୍କା ବିଲ ହୋଇଛି। ହେଲେ ନୂଆଗାଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋମସିଂ ରାଉତଙ୍କୁ ପଚାରିବାରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଲ ଆସିଛି। ଆମ ପଞ୍ଚାୟତରେ ଫଣ୍ଡ ନାହିଁ। ସେଥି ପାଇଁ ବିଲ ପୈଠ କରିପାରୁ ନାହୁଁ ବୋଲି କହିଥିଲେ। ଫଳରେ ୩ଟି ଗାଁର ଲୋକେ ଶିତ ଋତୁରେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାର ବିକଳ୍ପ ବ୍ୟାବସ୍ଥା କରା ନ ଗଲେ ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ସମସ୍ୟା ଦ୍ୱିଗୁଣିତ ହୋଇଯିବ। ଏହି ୩ ଗାଁର ଲୋକେ କୟା ନଦୀରେ ବାଲିଚୁଆଁ ପାଣି ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ କୋମନା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ଏହି ସବୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?