ବ୍ୟବସାୟ କରୁଛନ୍ତି କି? ସଫଳ ହେବାକୁ ଚାହୁଁଥିଲେ…

ବ୍ୟବସାୟରେ ଉନ୍ନତି ପାଇଁ ଅନେକ ବାସ୍ତୁଟିପ୍ସ ରହିଛି। ଏହି ଟିପ୍ସଗୁଡ଼ିକୁ ଉପଯୋଗ କରିବା ଦ୍ୱାରା ସକାରାତ୍ମକ ଊର୍ଜା ଉତ୍ପନ ହୋଇ ବ୍ୟବସାୟକୁ ସଫଳ କରିବାରେ ବିଶେଷ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ…

ନୂଆ ନୂଆ ବ୍ୟବସାୟ କରୁଛନ୍ତି କିମ୍ବା ଯେଉଁମାନେ ବ୍ୟବସାୟରେ କ୍ଷତି ସହି ଚାଲିଛନ୍ତି, ସେମାନେ ଚାହିଁଲେ ଅଫିସ୍‌ରେ ତାଙ୍କ ସିଟ୍‌ ପଛପଟ କାନ୍ଥରେ ପାହାଡ଼ର କୌଣସି ଫଟୋ ଲଗାଇପାରିବେ। କୁହାଯାଏ ଉଚ୍ଚ ପାହାଡ଼ର ଫଟୋ ଲଗାଇବା ଦ୍ୱାରା ବ୍ୟବସାୟର ଗତି ଊର୍ଦ୍ଧ୍ୱଗାମୀ ହୋଇଥାଏ।

ବାମ୍ବୋ ପ୍ଲାଣ୍ଟକୁ ବି ଶୁଭ ବୋଲି ଧରାଯାଇଥାଏ। କୁହାଯାଏ, ଏହାଦ୍ୱାରା ଧନ ଲାଭ ହେବା ସହିତ ଅଫିସ୍‌ରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଚାହିଁଲେ ଅଫିସ୍‌ରେ ବାମ୍ବୋ ପ୍ଲାଣ୍ଟ ଲଗାଇପାରିବେ।

ଲାଭ ପାଇଁ ଲକି ବିଲ୍ଲୀର ଷ୍ଟାଚ୍ୟୁକୁ ବି ଅଫିସ୍‌ରେ ରଖିପାରିବେ। ଫେଙ୍ଗଶୁଇରେ ମଧ୍ୟ ଏହି ଉପାୟକୁ ବହୁତ ଶୁଭ ବୋଲି ଧରାଯାଇଥାଏ।

କଏନ୍‌ ପ୍ଲାଣ୍ଟକୁ ଧନପ୍ରାପ୍ତିର ପ୍ଲାଣ୍ଟ ବୋଲି କୁହାଯାଇଥାଏ। ଯଦି ବ୍ୟବସାୟରେ ବାରମ୍ବାର କ୍ଷତି ହେଉଥାଏ, ତା’ହେଲେ ଅଫିସ୍‌ ଟେବୁଲ୍‌ ଉପରେ ଗୋଟିଏ କଏନ୍‌ ପ୍ଲାଣ୍ଟ ରଖିବା ସହ ଏହାର ସଫାସୁତୁରା ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ବ୍ୟବସାୟରେ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ଚିକେନ୍‌ ଖାଉଛନ୍ତି କି? ଜାଣିନିଅନ୍ତୁ…ଏହି ବିପଜ୍ଜନକ ବ୍ୟାକ୍ଟେରିଆକୁ ନେଇ ସାବଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୯।୭: ଚିକେନ୍‌ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକ…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri