ନିର୍ଣ୍ଣାୟକ ହେବେ ବସ୍ତି ଭୋଟର

ଯାଜପୁର ଅଫିସ,୧୭ା୩: ଯାଜପୁର ଜିଲାରେ ଥିବା ଦୁଇ ମ୍ୟୁନିସିପାଲିଟି ମଧ୍ୟରୁ ବ୍ୟାସନଗର ନିର୍ବାଚନ ଉପରେ ଅନେକଙ୍କ ନଜର ରହିଛି। ଏଠାରେ ବିରୋଧୀ ଭାଜପା ଓ କଂଗ୍ରେସରେ ବହୁ ଦକ୍ଷ ନେତ୍ରୀ/ନେତା ସହ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାସହ ବ୍ୟାସନଗର ସହରର ଲୋକସଂଖ୍ୟାକୁ ଅବଲୋକନ କଲେ ଭୋଟର ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ରହିିଥିବା ସନ୍ଦେହ କରାଯାଉଛି। ପ୍ରମୁଖ ଦଳର ନେତୃବର୍ଗ ଝୁପୁଡି ଓ ବସ୍ତିବାସିନ୍ଦାଙ୍କ ଭୋଟ ଉପରେ ଅଧିକ ଭରସା ରଖି ନିର୍ବାଚନୀ ବୈତରଣୀ ପାର ହୋଇଯିବେ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷେ ଜିଲା ସଦର ମହକୁମା ଯାଜପୁରରେ ବିରୋଧୀ ଏବଂ ବିଦ୍ରୋହୀଙ୍କ ସ୍ବର ସେତେଟା ଶାଣିତ ମନେ ହେଉନାହିଁ। ତେଣୁ ମ୍ୟୁନିସିପାଲିଟି ଭୋଟକୁ ନେଇ ନୀରବ ଭୋଟରମାନେ କ୍ରମେ ମୁହଁ ଖୋଲିବା ସହ ପ୍ରତିଦ୍ୱନ୍ଦ୍ୱିତାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଦଳୀୟ ଚିହ୍ନରେ ମତଦାନ ହେଉଥିବାରୁ ପ୍ରମୁଖ ଦଳଗୁଡ଼ିକ ଏହାକୁ ଗୁରୁତ୍ୱ ଦେଉଛନ୍ତି। କାରଣ ଏହାର ପ୍ରଭାବ କିଛି ନା କିଛି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ଅନେକେ ମତ ଦେଉଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ମହିଳା, ଗରିବ, ନିରକ୍ଷର, ଦିନ ମଜୁରିଆ ପ୍ରମୁଖଙ୍କ ମୁହଁରେ ଗୋଟିଏ କଥା ଥିଲା ନବୀନ। କିନ୍ତୁ ପ୍ରାୟ ସବୁଠି ଭାଜପା କଡା ଟକ୍କର ଦେଇଥିଲା। ଯାଜପୁର ଜିଲାରେ ଭାଜପା ପ୍ରାୟ ୪୦% ଭୋଟ ଅକ୍ତିଆର କରି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ସେହି କଥା ଏଥର ବଦଳିଯାଇଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଭାଜପା ଅମାନତ ହରାଇବା ପରେ ଚଳିତ ପୌର ନିର୍ବାଚନରେ ଦଳ ତିଷ୍ଠି ପାରିବ କି ନାହିଁ ସେନେଇ ସନ୍ଦେହ ରହିଛି।

ଏଥର ବ୍ୟାସନଗର ଓ ଯାଜପୁର ଅଧ୍ୟକ୍ଷା ପଦବୀ ପାଇଁ ଅଭିଜ୍ଞତା ହିଁ ମାପକାଠି ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗରରେ ୩୫,୩୪୮ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପ୍ରାୟ ୮ ହଜାର ଭୋଟର ବସ୍ତିବାସିନ୍ଦା। ଯଦି ୬୦% ମତଦାନ ହେଉଛି ତେବେ ୨୧ହଜାର ଭୋଟର ଭୋଟ ଦେବେ। ଏଭଳି ସ୍ଥିତିରେ ବସ୍ତିବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ବ୍ୟାସନଗର ସହରରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ। କିନ୍ତୁ ଭୋଟର ତାଲିକା ପ୍ରସ୍ତୁତି ଉପଯୁକ୍ତ ଭାବେ ହୋଇ ନ ଥିବାରୁ ଭୋଟର ସଂଖ୍ୟା ୩୮ ହଜାରରେ ସୀମିତ। ଏହା ଶାସକ ଦଳକୁ ସୁହାଉଛି ବୋଲି ଅଭିଯୋଗ ହେଉଛି। ପ୍ରାୟତଃ ଟଙ୍କିକିଆ ଚାଉଳ, ଭତ୍ତା, ଆବାସ ଆଦି ଯୋଜନାରେ ସାମିଲ କରି ବିଜେଡି ବସ୍ତିବାସିନ୍ଦାଙ୍କ ପ୍ରିୟଭାଜନ ହୋଇପାରିଛି। ତେଣୁ ବିରୋଧୀ ଦଳ ଯେତେ ଚେଷ୍ଟା କଲେ ବି ବସ୍ତିବାସିନ୍ଦାଙ୍କ ମତ ବଦଳାଇବା କଷ୍ଟକର ମନେହେଉଛି। ଏହିକ୍ରମରେ ପୌର ନିର୍ବାଚନରେ ବି ବିଜେଡି ପୋଛି ନେବ ବୋଲି ଚର୍ଚ୍ଚା ହେଉଛି। ତେବେ ଚଳିତ ନିର୍ବାଚନରେ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଥିବାବେଳେ ଭାଜପା ଭଲ ପ୍ରଦର୍ଶନ କରିବ ବୋଲି କର୍ମୀମାନେ ବିଶ୍ୱାସ ରଖିଛନ୍ତି। ଏଠାରେ କଂଗ୍ରେସର ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ନେତୃତ୍ୱ ନେଉଛନ୍ତି। କଂଗ୍ରେସ ନିଜ ସ୍ଥିତି ସୁଧୁରିବ ବୋଲି ଆଶା କରୁଛି। ୨୦୧୩ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଯାଜପୁରରେ ସମସ୍ତ ୧୮ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଯାଜପୁର ବିଧାନସଭା ଆସନରେ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯାଜପୁର ସହରରେ ବିରୋଧୀ ପ୍ରସଙ୍ଗ ଖୋଜି ପାଉନାହାନ୍ତି। କେବଳ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri