ନିର୍ଣ୍ଣାୟକ ହେବେ ବସ୍ତି ଭୋଟର

ଯାଜପୁର ଅଫିସ,୧୭ା୩: ଯାଜପୁର ଜିଲାରେ ଥିବା ଦୁଇ ମ୍ୟୁନିସିପାଲିଟି ମଧ୍ୟରୁ ବ୍ୟାସନଗର ନିର୍ବାଚନ ଉପରେ ଅନେକଙ୍କ ନଜର ରହିଛି। ଏଠାରେ ବିରୋଧୀ ଭାଜପା ଓ କଂଗ୍ରେସରେ ବହୁ ଦକ୍ଷ ନେତ୍ରୀ/ନେତା ସହ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାସହ ବ୍ୟାସନଗର ସହରର ଲୋକସଂଖ୍ୟାକୁ ଅବଲୋକନ କଲେ ଭୋଟର ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ରହିିଥିବା ସନ୍ଦେହ କରାଯାଉଛି। ପ୍ରମୁଖ ଦଳର ନେତୃବର୍ଗ ଝୁପୁଡି ଓ ବସ୍ତିବାସିନ୍ଦାଙ୍କ ଭୋଟ ଉପରେ ଅଧିକ ଭରସା ରଖି ନିର୍ବାଚନୀ ବୈତରଣୀ ପାର ହୋଇଯିବେ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷେ ଜିଲା ସଦର ମହକୁମା ଯାଜପୁରରେ ବିରୋଧୀ ଏବଂ ବିଦ୍ରୋହୀଙ୍କ ସ୍ବର ସେତେଟା ଶାଣିତ ମନେ ହେଉନାହିଁ। ତେଣୁ ମ୍ୟୁନିସିପାଲିଟି ଭୋଟକୁ ନେଇ ନୀରବ ଭୋଟରମାନେ କ୍ରମେ ମୁହଁ ଖୋଲିବା ସହ ପ୍ରତିଦ୍ୱନ୍ଦ୍ୱିତାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଦଳୀୟ ଚିହ୍ନରେ ମତଦାନ ହେଉଥିବାରୁ ପ୍ରମୁଖ ଦଳଗୁଡ଼ିକ ଏହାକୁ ଗୁରୁତ୍ୱ ଦେଉଛନ୍ତି। କାରଣ ଏହାର ପ୍ରଭାବ କିଛି ନା କିଛି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ଅନେକେ ମତ ଦେଉଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ମହିଳା, ଗରିବ, ନିରକ୍ଷର, ଦିନ ମଜୁରିଆ ପ୍ରମୁଖଙ୍କ ମୁହଁରେ ଗୋଟିଏ କଥା ଥିଲା ନବୀନ। କିନ୍ତୁ ପ୍ରାୟ ସବୁଠି ଭାଜପା କଡା ଟକ୍କର ଦେଇଥିଲା। ଯାଜପୁର ଜିଲାରେ ଭାଜପା ପ୍ରାୟ ୪୦% ଭୋଟ ଅକ୍ତିଆର କରି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ସେହି କଥା ଏଥର ବଦଳିଯାଇଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଭାଜପା ଅମାନତ ହରାଇବା ପରେ ଚଳିତ ପୌର ନିର୍ବାଚନରେ ଦଳ ତିଷ୍ଠି ପାରିବ କି ନାହିଁ ସେନେଇ ସନ୍ଦେହ ରହିଛି।

ଏଥର ବ୍ୟାସନଗର ଓ ଯାଜପୁର ଅଧ୍ୟକ୍ଷା ପଦବୀ ପାଇଁ ଅଭିଜ୍ଞତା ହିଁ ମାପକାଠି ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗରରେ ୩୫,୩୪୮ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପ୍ରାୟ ୮ ହଜାର ଭୋଟର ବସ୍ତିବାସିନ୍ଦା। ଯଦି ୬୦% ମତଦାନ ହେଉଛି ତେବେ ୨୧ହଜାର ଭୋଟର ଭୋଟ ଦେବେ। ଏଭଳି ସ୍ଥିତିରେ ବସ୍ତିବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ବ୍ୟାସନଗର ସହରରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ। କିନ୍ତୁ ଭୋଟର ତାଲିକା ପ୍ରସ୍ତୁତି ଉପଯୁକ୍ତ ଭାବେ ହୋଇ ନ ଥିବାରୁ ଭୋଟର ସଂଖ୍ୟା ୩୮ ହଜାରରେ ସୀମିତ। ଏହା ଶାସକ ଦଳକୁ ସୁହାଉଛି ବୋଲି ଅଭିଯୋଗ ହେଉଛି। ପ୍ରାୟତଃ ଟଙ୍କିକିଆ ଚାଉଳ, ଭତ୍ତା, ଆବାସ ଆଦି ଯୋଜନାରେ ସାମିଲ କରି ବିଜେଡି ବସ୍ତିବାସିନ୍ଦାଙ୍କ ପ୍ରିୟଭାଜନ ହୋଇପାରିଛି। ତେଣୁ ବିରୋଧୀ ଦଳ ଯେତେ ଚେଷ୍ଟା କଲେ ବି ବସ୍ତିବାସିନ୍ଦାଙ୍କ ମତ ବଦଳାଇବା କଷ୍ଟକର ମନେହେଉଛି। ଏହିକ୍ରମରେ ପୌର ନିର୍ବାଚନରେ ବି ବିଜେଡି ପୋଛି ନେବ ବୋଲି ଚର୍ଚ୍ଚା ହେଉଛି। ତେବେ ଚଳିତ ନିର୍ବାଚନରେ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଥିବାବେଳେ ଭାଜପା ଭଲ ପ୍ରଦର୍ଶନ କରିବ ବୋଲି କର୍ମୀମାନେ ବିଶ୍ୱାସ ରଖିଛନ୍ତି। ଏଠାରେ କଂଗ୍ରେସର ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ନେତୃତ୍ୱ ନେଉଛନ୍ତି। କଂଗ୍ରେସ ନିଜ ସ୍ଥିତି ସୁଧୁରିବ ବୋଲି ଆଶା କରୁଛି। ୨୦୧୩ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଯାଜପୁରରେ ସମସ୍ତ ୧୮ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଯାଜପୁର ବିଧାନସଭା ଆସନରେ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯାଜପୁର ସହରରେ ବିରୋଧୀ ପ୍ରସଙ୍ଗ ଖୋଜି ପାଉନାହାନ୍ତି। କେବଳ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri