ଆଜି ବ୍ୟାସନଗର ବନ୍ଦ

ଯାଜପୁର ରୋଡ,୧୯।୪(ଡି.ଏନ.ଏ.): ମାଟି ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବ୍ୟାସନଗର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଥିବା ମିଳିତ କ୍ରିୟାନୁଷ୍ଠାନ କମିଟିକୁ ସହରବାସୀଙ୍କ ସ୍ବତଃପ୍ରବୃତ ସମର୍ଥନ ରହିଥିବାବେଳେ କୌଣସି ଜନପ୍ରତିନିଧି ମୁହଁ ଖୋଲୁ ନାହାନ୍ତି। ଇତିମଧ୍ୟରେ ୫ ଦଫା ଦାବି ନେଇ ଅତିରିକ୍ତ ଜିଲାପାଳ କଳିଙ୍ଗନଗରଙ୍କ ଅଫିସ ସମ୍ମୁଖରେ ୧୪ ଦିନ ଧରି ଚାଲୁଥିବା ଧାରଣା ଓ ଧର୍ମଘଟକୁ ପ୍ରଶାସନିକ ଅଧିକାରୀ ମୁହଁ ଫେରାଇ ଦେଇଥିବାବେଳେ ଅସନ୍ତୁଷ୍ଟ ଆନ୍ଦୋଳନକାରୀ ସହରକୁ ଦିନକ ପାଇଁ ବନ୍ଦ ଘୋଷଣା କରିଛନ୍ତି। ଏହି କ୍ରମରେ ବୁଧବାର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବା ପରେ ଶାସକ ବିଜେଡି ସହ ବିରୋଧିଙ୍କ ଆସ୍ଥାଭାଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବ୍ୟାସନଗରର ସର୍ବାଙ୍ଗୀନ ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ଅଧିକାଂଶ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦେଖାନାହିଁ। ଖୋଦ ବିଧାୟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ବାରମ୍ବାର ଉପସ୍ଥିତ ରହୁଥିଲେ ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ତାଙ୍କୁ ସମୟ ନାହିଁ । ଏତାଦୃଶ ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଉ ଥିବାର ଦେଖିବାକୁ ମିଳୁଛି । ମଙ୍ଗଳବାର ଧାରଣାସ୍ଥଳରେ ପହଞ୍ଚି ନବ ଉତ୍କଳ ମହିଳା ସମିତି, ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏଶନ୍‌, କ୍ରୀଡ଼ା ଭାରତୀ, ସର୍ବ ଭାରତୀୟ ମେଡିକାଲ ଆସୋସିଏଶନ୍‌, ମାଲଗୋଦାମ ଲୋକାଲ ଟ୍ରକ ଆସୋସିଏଶନ୍‌, ଅଟୋ ଆସୋସିଏଶନ୍‌, ଡିଡି ମାର୍କେଟ କମ୍ପ୍ଲେକ୍ସ, ସବ୍‌ରେଜିଷ୍ଟ୍ରାର ଡୋଲିପୁର ଦଲିଲ ଲେଖକ ସଂଘ ଓ ବ୍ୟାସନଗର ସ୍ବର୍ଣ୍ଣାକାର ସଂଘର କର୍ମକର୍ତ୍ତାମାନେ ୫ ଦଫା ଦାବି ଓ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବୋଲି ବ୍ୟାସନଗର ନାଗରିକ କମିଟିର ସାଧାରଣ ସମ୍ପାଦକ ଓ ଆବାହକ ଦୁର୍ଯ୍ୟୋଧନ ରାଉତ ପ୍ରକାଶ କରିଛନ୍ତି। ଧାରଣାରେ ଆବାହକ ତଥା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ହେମନ୍ତ କିଶୋର ସାହୁ, ଦୁଷ୍ମନ୍ତ କୁମାର ନାୟକ, ରାଜେନ୍ଦ୍ର କୁମାର ବିଶ୍ୱାଳ, ହୃଦାନନ୍ଦ ସାମଲ, ବରିଷ୍ଠ ଖବରଦାତା ହାରାଧନ ବାନାର୍ଜୀ, ବାବୁରାମ ଜେନା, ଚିନ୍ତାମଣି ପାଢୀ, ବିଜୟ କୁମାର ସାହୁ, ଉମାକାନ୍ତ ରାଉତ, ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା, ଦାମୋଦର ପଣ୍ଡା, ସନ୍ତୋଷ କୁମାର ବରାଳ, ଅଭିମନ୍ୟୁ ରାଉତ, ପଦ୍ମଲୋଚନ ମହାନ୍ତି, ଜିତେନ୍ଦ୍ର କୁମାର ରାଉତ, ସନାତନ ମଲ୍ଲିକ, ଗଗନ ବିହାରୀ ସିଂ, ବିଶ୍ୱନାଥ ସାହୁ, ଅଭିରାମ ସାହୁ, ମଧୁସୂଦନ ସାମନ୍ତରାୟ , ଦୁର୍ଗା ଚରଣ ପ୍ରତିହାରୀ, ଅଶୋକ ବୋଷ, ଅଶ୍ୱିନୀ ଦାସ, ସୁବାସ ଚନ୍ଦ୍ର ମିଶ୍ର, ହେମନ୍ତ ଧୀର, କେଦାରନାଥ ସାହୁ, ଅମୂଲ୍ୟ ତ୍ରିପାଠୀ, ଅଶ୍ୱିନୀ କୁମାର ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଦିନେଶ ମସକରା, ନିରଞ୍ଜନ ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ସୁଦର୍ଶନ ତରାଇ, ନିରଞ୍ଜନ ଘଡାଇ, ମହିଳା ସଙ୍ଗଠିକା ଜୟନ୍ତୀ ଜେନା, ଗୌରୀ ସାହୁ, ଗୀତାଞ୍ଜଳୀ ନାୟକ, ରୀନା ତ୍ରିିପାଠୀ, ପ୍ରଫୁଲ୍ଲ କୁମାର ନାୟକ, ପବିତ୍ର ରଞ୍ଜନ ମହାନ୍ତି, ଜ୍ଞାନରଞ୍ଜନ ରାଉତ, ନରେଶ ମସକରା, ବିନୋଦ ବିହାରୀ ସାମଲ, ରଘୁନାଥ ବେହେରା, ଅର୍ଜ୍ଜୁନ କୁମାର ରାଉତ, ରାଜେନ୍ଦ୍ର ସାମଲ, ଗୋପାଳ ଚରଣ ସାହୁ, ହୃଷିକେଶ ସାହୁ, ପ୍ରସନ୍ନ ସାମଲ, ସଦାଶିବ ଦାଶ, ବିବେକାନନ୍ଦ ମହାନ୍ତି, ପଦ୍ମନାଭ ସ୍ବାଇଁ, ଭାଗିରଥୀ ଆଚାର୍ଯ୍ୟ, ଦେବେନ୍ଦ୍ରନାଥ ପାଣିଗ୍ରାହୀ , ନରେନ୍ଦ୍ର ଜେନା, ସମୀର କୁମାର ପରିଡା, ପ୍ରତାପ କୁମାର ବଳ, ବ୍ରଜେଶ୍ୱରୀ ସିଂ, ସୁଧାନିଧି ମହାପାତ୍ର, ବିଶ୍ୱଜିତ ଦାସ, ଅଜୟ କୁମାର ସାହୁ, କ୍ଷିରୋଦ କୁମାର ମଲ୍ଲିକ ଓ ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳକୁ ସମର୍ଥନ କରିଥିଲେ।

 

୧୪ ଜଣଙ୍କ ନାମରେ ମାମଲା
ବ୍ୟାସନଗର ସହରର ୫ ଦଫା ସମ୍ବଳିତ ଦାବି ନେଇ ସୋମବାର ବନ୍ଦ ଡାକରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ୧୪ ଜଣ ଆନ୍ଦୋଳନକାରୀଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ୧୦୭ ଧାରାରେ ମାମଲା ରୁଜୁ ହୋଇଛି। ଯାଜପୁର ରୋଡ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ବନ୍ଦ ପାଳନ ସମୟରେ ଶାନ୍ତି ଭଙ୍ଗ ସମ୍ଭାବନା ଥିବାରୁ ବୁଧବାର ପୂର୍ବାହ୍ନ ୮ଟା ସମୟରେ ଉପସ୍ଥିତ ରହି କାରଣ ଦର୍ଶାଇବା ସହ ୧ ବର୍ଷ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫ ହଜାର ଟଙ୍କାର ବଣ୍ଡ ଦେବାକୁ ନୋଟିସ ଜାରି କରିଛନ୍ତି ା ଯାଜପୁର ରୋଡ ବନ୍ଦ ପାଳନ ସମୟରେ ବିପୁଳ ସଂଖ୍ୟାରେ ଲୋକ ଏକତ୍ରିତ ହେବାର ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନୋଟିସରେ ଦର୍ଶାଯାଇଛି। ଏଥିରେ ବ୍ୟାସନଗର ନାଗରିକ କମିଟି ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୂର୍ଯ୍ୟୋଧନ ରାଉତ, ବିଦ୍ୟାଧର ମହାନ୍ତି, ବିବେକାନନ୍ଦ ମହାନ୍ତି, ସଦାଶିବ ଦାସ, ହେମନ୍ତ କୁମାର ସାହୁ, ରାଜେନ୍ଦ୍ର କୁମାର ବିଶ୍ୱାଳ, ଦୁଷ୍ମନ୍ତ କୁମାର ନାୟକ, ଚନ୍ଦ୍ରମଣି ସାମଲ, ଚନ୍ଦ୍ରଶେଖର ପଣ୍ଡା, ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ଚିନ୍ତାମଣି ପାଢୀ, ହୃଷିକେଶ ସାହୁ ଓ ତୀର୍ଥବାସ ଭୂୟାଁଙ୍କ ନାମ ରହିଛି। ତେବେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରଶାସନର ଏତାଦୃଶ ପଦକ୍ଷେପକୁ ନିନ୍ଦା କରିବା ସହ ନିଆଁରେ ଘିଅ ଢଳାଯାଉଛି ବୋଲି ଚନ୍ଦ୍ରଶେଖର ପଣ୍ଡା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri