ଭାଜପାର ଆଧାର

ଆସନ୍ତା ବର୍ଷ ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ବୟସ ହୋଇଯିବ ଏବଂ ଏହାର ଦଶ ଦିନ ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ୧୦୦ ବର୍ଷ ଚାଲିବ। ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଥିଲେ ଯେ ଭାଜପା ନିଜେ ସକ୍ଷମ ଥିବାରୁ ଦଳ ପାଇଁ ପୂର୍ବଭଳି ଆର୍‌ଏସ୍‌ଏସ୍‌ର ଆବଶ୍ୟକତା ନାହିଁ। ଏହା ଏକ ଅଜବ ବିବୃତି, କାରଣ ଦୁଇଟି ସଂସ୍ଥା ସମ୍ପୂର୍ଣ୍ଣ ଅଲଗା ବୋଲି ଭାଜପା ମନେକରୁଛି। ସେମାନେ ବାସ୍ତବରେ ଅଲଗା କି? ଦେଖିବାକୁ ଗଲେ, ହିନ୍ଦୁତ୍ୱ ପାଇଁ ଆର୍‌ଆର୍‌ଏସ୍‌ ହେଉଛି ଏକମାତ୍ର ଆଦର୍ଶଗତ ଉତ୍ସ। ଭାଜପା ପଛରେ ଆର୍‌ଏସ୍‌ଏସ୍‌ ନିୟନ୍ତ୍ରଣକାରୀ ଅଂଶୀଦାର ଭାବେ ସବୁବେଳେ ରହିଆସିଛି। ପ୍ରକୃତରେ ଆର୍‌ଏସ୍‌ଏସ୍‌ ତା’ ସୁରକ୍ଷା ପାଇଁ ଭାଜପାକୁ ଗଠନ କରିଛି ଏବଂ ଏ ବିଷୟ ଭାଜପା ଦ୍ୱାରା ୨୦୦୬ରେ ୬ଟି ଭଲ୍ୟୁମ୍‌ରେ ପ୍ରକାଶିତ ଇତିହାସରେ ଦର୍ଶାଯାଇଛି। ଡିସେମ୍ବର ୧୯୪୭ରେ ଦିଲ୍ଲୀରେ ଅନୁଷ୍ଠିତ ଆର୍‌ଏସ୍‌ଏସ୍‌ ରାଲିରେ ବହୁ ଜନସମାଗମ ହେବା ପରେ ଭାରତୀୟ ଜନସଂଘ ପ୍ରତିଷ୍ଠା ହୋଇଥିଲା। ଭାଜପା ଇତିହାସ କହେ, ଜନସଂଘ ପ୍ରତି ଥିବା ଏଭଳି ଲୋକପ୍ରିୟତା କଂଗ୍ରେସକୁ ବିଶେଷକରି ନେହେରୁଙ୍କୁ ଭୟଭୀତ କରିଥିଲା। ୩୦ ଜାନୁଆରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାର ତିନି ଦିନ ପରେ ୨ ଫେବୃଆରୀରେ ଆର୍‌ଏସ୍‌ଏସ୍‌କୁ ନିଷିଦ୍ଧ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିଲା। ଗାନ୍ଧୀଙ୍କ ହତ୍ୟା ଘଟଣାର ସବିଶେଷ ତଥ୍ୟ ବାହାରିଲେ ଆର୍‌ଏସ୍‌ଏସ୍‌ ଅସୁବିଧାରେ ପଡ଼ିବ ବୋଲି ଅନୁଭବ କରି ଏହାର ମୁଖ୍ୟ ଗୋଲୱାଲ୍‌କର ପଦକ୍ଷେପ ନେଇଥିଲେ। ହତ୍ୟା ଦିନ, ୩୦ ଜାନୁଆରୀ ୧୯୪୮, ଆର୍‌ଆର୍‌ଏସ୍‌ ଶାଖାଗୁଡ଼ିକୁ ତେର ଦିନ ପାଇଁ କାର୍ଯ୍ୟ ବନ୍ଦ ରଖିବା ପାଇଁ ସେ ଟେଲିଗ୍ରାମ୍‌ ପଠାଇଥିଲେ। ସେହି ଦିନ ସେ ନେହେରୁ, ପଟେଲ ଏବଂ ଗାନ୍ଧିଜୀଙ୍କ ପୁଅ ଦେବଦାସଙ୍କୁ ମଧ୍ୟ ଟେଲିଗ୍ରାମ୍‌ରେ ସମବେଦନା ଜଣାଇ ଦର୍ଶାଇଥିଲେ, ”ଏହି ନିଷ୍ଠୁର ଘାତକ ଆକ୍ରମଣରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଏଥିରେ ଦେଶ ଜଣେ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କୁ ହରାଇଲା“। ତା’ପରଦିନ ଗୋଲୱାଲ୍‌କର ନେହେରୁଙ୍କୁ ଏକ ଚିଠିରେ ଲେଖିଥିଲେ, ”ପୂଜ୍ୟ ମହାତ୍ମାଜୀଙ୍କୁ ଗୁଳିକରି ତାଙ୍କ ଜୀବନକୁ ହଠାତ୍‌ ତଥା ଦୁଃଖଦ ଅନ୍ତ ଘଟାଇଥିବା ଗୋଡ୍‌ସେ ଜଣେ ବିଚାରହୀନ ବିକୃତ ଆତ୍ମା“। ସେ ପଟେଲଙ୍କୁ ବି ଚିଠିରେ ଲେଖିଥିଲେ, ”ଏହି ଘଟଣାରେ ମୋ ହୃଦୟ ଅତ୍ୟଧିକ କଷ୍ଟ ପାଇଛି ଓ ଅପରାଧୀଙ୍କୁ ନିନ୍ଦା କରିବା ପାଇଁ ଶବ୍ଦ ଖୋଜିବା କଷ୍ଟକର“। ତେବେ ଏଥିରୁ କୌଣସିଟି ସାହାଯ୍ୟ କଲା ନାହିଁ। ଆର୍‌ଏସ୍‌ଏସ୍‌କୁ ସରକାର ବେଆଇନ ଘୋଷଣା କରିବା ପରେ ୨୦,୦୦୦ ସ୍ବୟଂସେବକଙ୍କ ସହ ଗୋଲଓ୍ବାଲ୍‌କରଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ନିଷେଧାଦେଶ ଦେଢ ବର୍ଷରୁ କମ୍‌ ସମୟ ପାଇଁ ରହିଲା। ସମ୍ବିଧାନ ପ୍ରସ୍ତୁତ କରିବାକୁ ଆର୍‌ଏସ୍‌ଏସ୍‌କୁ କୁହାଯିବା ପରେ ଏହାକୁ ହଟାଇ ଦିଆଯାଇଥିଲା। ଏହା ଲେଖାଯାଇ ଦାଖଲ କରାଯାଇଥିଲା ଏବଂ ୧୧ ଜୁଲାଇ ୧୯୪୯ରେ ଆର୍‌ଏସ୍‌ଏସ୍‌ ଉପରୁ ପ୍ରତିବନ୍ଧକ ହଟାଯାଇଥିଲା।
ଏହାର ଠିକ୍‌ ପରେ ପରେ ଆର୍‌ଏସ୍‌ଏସ୍‌ ତାହାର ନିଜସ୍ବ ମାଗାଜିନ ‘ଦି ଅର୍ଗାନାଇଜର’ରେ ରାଜନୀତି ପ୍ରବେଶ ବିଷୟରେ ବିତର୍କ ଆରମ୍ଭ କଲା। ଏଥିରେ କେ.ଆର୍‌. ମାଲକାନି ଲେଖିଥିଲେ ଯେ ”ସଂଗଠନ କେବଳ ନିଜକୁ ରକ୍ଷାକରିବା ପାଇଁ ନୁହେଁ, ବରଂ ଭାରତ ବିରୋଧୀ ରାଜନୀତିକୁ ବନ୍ଦ କରିବା ଏବଂ ଦେଶର ବ୍ୟବସ୍ଥା ମାଧ୍ୟମରେ ଭାରତୀୟତା ଭାବନାକୁ ଆଗକୁ ନେବା। ଏହି କାରଣଗୁଡିକ ପାଇଁ ସଂଘ ନିଶ୍ଚିତ ଭାବରେ ସମସ୍ତ ନାଗରିକଙ୍କ ଜାତୀୟ ସାଂସ୍କୃତିକ ଶିକ୍ଷା ପାଇଁ ଆଶ୍ରମ ଭାବରେ ଜାରି ରହିବ, କିନ୍ତୁ ଏହାର ଆଦର୍ଶକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକରି ସେଥିରୁ ଶୀଘ୍ର ସଫଳତା ହାସଲ ପାଇଁ ଏହା ଏକ ରାଜନୈତିକ ଶାଖାର ବିକାଶ କରିବା ଆବଶ୍ୟକ“। ମାଲକାନି ଆଉ ମଧ୍ୟ ଉଲ୍ଲେଖ କରିଥିଲେ ଯେ ନୂତନ ଦଳ ଦ୍ୱାରା ପ୍ରାଚୀନ ମୂଲ୍ୟବୋଧ ପୁନର୍ଜୀବିତ ହେବ, କାରଣ ଏହାର ଲକ୍ଷ୍ୟ ଭବିଷ୍ୟବାଦୀ ହେବ। ଏହା ବ୍ୟତୀତ ଆର୍ଯ୍ୟ ସମାଜର ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତା ବଲ୍‌ରାଜ ମାଧୋକ ଲେଖିଥିଲେ ଯେ ଦେଶର ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟାକୁ ଦୃଷ୍ଟିରେ ରଖି ସଂଘ ଦେଶକୁ ଆଗେଇ ନେବା ଉଚିତ, କାରଣ ଏହା ସଂଗଠନର ଅସ୍ତିତ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ରାଜନୈତିକ ଦଳ ଗଠନ ପାଇଁ ପ୍ରାୟତଃ ଆର୍‌ଏସ୍‌ଏସ୍‌ ଭିତରୁ କୌଣସି ବିରୋଧ ନ ଥିଲା। ତିନିଟି ବିଷୟ ଜନସଂଘ/ ଭାଜପା ଗଠନକୁ ପ୍ରେରିତ କରିଥିଲା। ପ୍ରଥମତଃ ନେହେରୁଙ୍କ ମୁସଲମାନ ତୁଷ୍ଟୀକରଣ ନୀତିକୁ ଦର୍ଶାଇ ତାଙ୍କ କ୍ୟାବିନେଟରୁ ଏପ୍ରିଲ ୧୯୫୦ରେ ପୂର୍ବତନ ହିନ୍ଦୁ ମହାସଭାର ନେତା ଏସ୍‌.ପି. ମୁଖାର୍ଜୀଙ୍କ ଇସ୍ତଫା। ଦ୍ୱିତୀୟତଃ ପ୍ରଥମ ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଡିସେମ୍ବର ୧୯୫୦ରେ ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ। ତୃତୀୟତଃ ସେହି ବର୍ଷ ପି.ଡି.ଟଣ୍ଡନ କଂଗ୍ରେସ ସଭାପତି ଭାବରେ ନିର୍ବାଚିତ ପରେ ନେହେରୁଙ୍କ ସହ ମତଭେଦ ଯୋଗୁ ଇସ୍ତଫା ଦେବାକୁ ବାଧ୍ୟ ହେବା। ଟଣ୍ଡନ ଜଣେ ହିନ୍ଦୁ ରକ୍ଷଣଶୀଳ ଥିଲେ ଓ ଆର୍‌ଏସ୍‌ଏସ୍‌ ତାଙ୍କୁ ସମର୍ଥନ କରୁଥିଲା ବୋଲି ନେହେରୁ ଅନୁଭବ କରିଥିଲେ(ଭାଜପା ଇତିହାସ ଅନୁଯାୟୀ)। ଲୋକପ୍ରିୟ ରାଜନୀତିରେ ଏକ ରକ୍ଷଣଶୀଳ ହିନ୍ଦୁ ତତ୍ତ୍ୱର ଆବଶ୍ୟକତା ବିଷୟରେ ଆର୍‌ଆର୍‌ଏସ୍‌ ଅଧିକ ନିଶ୍ଚିତ ହେଲା।
ଆମର ଏବକାର ପ୍ରଧାନମନ୍ତ୍ରୀ ଜନ୍ମ ହେବାର ଗୋଟିଏ ବର୍ଷ ପରେ ୨୧ ଅକ୍ଟୋବର, ୧୯୫୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା ହୋଇଥିଲା। ମୁଖାର୍ଜୀଙ୍କୁ ଏହାର ଅଧ୍ୟକ୍ଷ କରାଯାଇଥିଲା ଏବଂ ଗୋଲୱାଲ୍‌କର ସର୍ବଦା ପୃଷ୍ଠଭୂମିରେ ରହି କାର୍ଯ୍ୟ କରିଥିଲେ। ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟଙ୍କ ସମେତ ପ୍ରଚାରକମାନଙ୍କୁ ନିଯୁକ୍ତ କରି ପାର୍ଟି ପାଇଁ ସାରା ଦେଶରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରିଥିଲେ। ପ୍ରାଥମିକତା ଭିତ୍ତିରେ ଏବେ ଭାରତ ସରକାରଙ୍କ କେନ୍ଦ୍ର କ୍ୟାବିନେଟର ୬ଜଣ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ସ୍ବୟଂସେବକ। ବାଜପେୟୀଙ୍କ ସରକାର ଭଳି ବହୁମତ ପାଇ ନ ଥିବା ଏବକାର ଭାଜପା ସରକାର ଅସ୍ଥିର ସ୍ଥିତିରେ ଥିବା ଜଣାପଡ଼ୁଛି। ମନେହେଉଛି,ଏହି ସମୟରେ ଆର୍‌ଏସ୍‌ଏସ୍‌ ନିଜର ମତାମତକୁ ସମର୍ଥନ କରି ସରକାରକୁ ଦୃଢ଼ କରିପାରିବ, କରିବ ମଧ୍ୟ। ଭାଜପାର ଉତ୍ସ ବା ଆଧାର ହେଉଛି ଆର୍‌ଏସ୍‌ଏସ୍‌ ଓ ଏହା ଦଳକୁ ଆଗକୁ ବଢାଇପାରିବ, ଯାହା ପାଖରେ ଭାଜପା ସବୁବେଳେ ରହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?