ବରୁଣାଡ଼ିହା ପାନୀୟ ଜଳ ପ୍ରକଳ୍ପ ମାମଲା: ପୁନର୍ବାର କାର୍ଯ୍ୟ ଆରମ୍ଭକୁ ବିରୋଧ

କେନ୍ଦ୍ରାପଡ଼ା ଅଫିସ,୯।୧୦: କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକ ସୀମା ବରୁଣାଡିଆଠାରେ ଖରସ୍ରୋତା ନଦୀରେ ବର୍ଷେ ଧରି ପଡିରହିଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଠିକା ସଂସ୍ଥା ପୋଲିସ ସାହାଯ୍ୟରେ ମଙ୍ଗଳବାରଠାରୁ କାମ ଆରମ୍ଭ କରିବା ସମୟରେ ଉଭୟ ବ୍ଲକବାସୀ ପ୍ରବଳ ବିରୋଧ କରିଥିଲେ। ପୋକ୍‌ଲିନକୁ ଏଠାରୁ ନେଇଯିବା ପାଇଁ ଚେତାବନୀ ଦେଇଥିବା ବେଳେ ପ୍ରକଳ୍ପ ବିରୋଧରେ ଏନ୍‌ଜିଟି ଓ ଉଚ୍ଚ ନ୍ୟାୟାଳୟରେ ହୋଇଥିବା ମାମଲାରେ ରାଜ୍ୟ ସରକାର କାହିଁକି ପକ୍ଷ ରଖୁନାହାନ୍ତି ବୋଲି ଖରସ୍ରୋତା ନଦୀ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି। ଏଥିସହ ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ସ୍ଥାନୀୟ କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି। ମାମଲାର ଶେଷ ଶୁଣାଣି ନ ହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି।
ରାଜ୍ୟ ସରକାର ୨୦୧୯ ଜାନୁୟାରୀରେ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ମୋଟ ୯୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ହାଇଦ୍ରାବାଦର ଏକ ଠିକା ସଂସ୍ଥା ସହିତ ଚୁକ୍ତି କରି ପ୍ରକଳ୍ପ ଶେଷ ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଭଦ୍ରକ ଜିଲାର ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକର ୯୧ ପଞ୍ଚାୟତର ୫୨୫ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଅପରପକ୍ଷେ ଖରସ୍ରୋତାର ମଧୁର ଜଳ ଏହି ପ୍ରକଳ୍ପ ପାଇଁ ବ୍ୟବହାର ହେଲେ ସ୍ଥାନୀୟ କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବା ଦର୍ଶାଇ ନଦୀ ସୁରକ୍ଷା ସମିତି ଉଚ୍ଚ ନ୍ୟାୟାଳୟ ଏବଂ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ଗତ ଫେବୃୟାରୀ ୨୫ରେ ଏକ ମାମଲା (୨୩/୨୦) ରୁଜୁ କରିଛି। ଏ ସମ୍ପର୍କରେ ଅଭିଯୋଗକାରୀ ସଞ୍ଜୟ କୁମାର ବେହୁରା କହିଛନ୍ତି, ମାମଲାର ପ୍ରାଥମିକ ଶୁଣାଣି ପରେ ଖରସ୍ରୋତା ବ୍ୟତୀତ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ, ସାଳନ୍ଦୀ, କାଂଶବାଂଶ ଓ ମନ୍ତେଇ ନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାରରେ ଥିବା ସମସ୍ୟା ସମ୍ପର୍କରେ ଏନ୍‌ଜିଟିକୁ ରାଜ୍ୟ ସରକାର ଗତ ୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା କଥା। ଫଳରେ ପରବର୍ତ୍ତୀ ଶୁଣାଣିରେ ମାମଲାର ସବିଶେଷ ଶୁଣାଣି ହୋଇପାରିବ। ତେବେ ରାଜ୍ୟ ସରକାର ମାମଲାର ପକ୍ଷ ରଖୁ ନ ଥିବା ବେଳେ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏପରି କି ଗତ ୧ ତାରିଖରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ଏ. କେ. ବିଶ୍ୱାଳ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିବା ପରେ ଠିକା ସଂସ୍ଥାର ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଛି। ଆଳି ଓ ରାଜକନିକାବାସୀ ଏହାକୁ ବାରମ୍ବାର ବିରୋଧ କରିବେ ବୋଲି ଆବେଦନକାରୀ ବେହୁରା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ, ଦୁଷ୍ମନ୍ତ ଆଚାର୍ଯ୍ୟ, ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଖରସ୍ରୋତାର ମଧୁର ଜଳ ସ୍ଥାନୀୟ କୃଷି ପାଇଁ ବ୍ୟବହାର ହେଉଛି। ଜିଲାର କୃଷି ପାଇଁ ଏହି ନଦୀରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ଯୋଜନା ଥିବାବେଳେ ଏହି ପାନୀୟ ଜଳ ପ୍ରକଳ୍ପ ଅନ୍ତରାୟ ସୃଷ୍ଟି କରିବ। ଏଥିସହିତ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ନ ମିଳିଲେ ସମୁଦ୍ରର ଲୁଣା ପାଣି ଯୋଗୁ ଜୈବ ବିବିଧତା ନଷ୍ଟ ହେବ। ଏ ସମ୍ପର୍କରେ ଚଣ୍ଡିଖୋଲସ୍ଥ ଆରଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଚଣ୍ଡେଶ୍ୱର ବେହେରା କହିଛନ୍ତି, ପ୍ରକଳ୍ପ ପାଇଁ ଥିବା ସମ୍ଭାବ୍ୟ ନଦୀ ସମ୍ପର୍କରେ ବିଭାଗ ପକ୍ଷରୁ ବୈଷୟିକ ଆଲୋଚନା ହୋଇଛି। ଖରସ୍ରୋତା ଏହି ପ୍ରକଳ୍ପ ପାଇଁ ଉପଯୁକ୍ତ ଥିବା ଏନ୍‌ଜିଟିକୁ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri