ବରୁଣାଡ଼ିହା ପାନୀୟ ଜଳ ପ୍ରକଳ୍ପ ମାମଲା: ପୁନର୍ବାର କାର୍ଯ୍ୟ ଆରମ୍ଭକୁ ବିରୋଧ

କେନ୍ଦ୍ରାପଡ଼ା ଅଫିସ,୯।୧୦: କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକ ସୀମା ବରୁଣାଡିଆଠାରେ ଖରସ୍ରୋତା ନଦୀରେ ବର୍ଷେ ଧରି ପଡିରହିଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଠିକା ସଂସ୍ଥା ପୋଲିସ ସାହାଯ୍ୟରେ ମଙ୍ଗଳବାରଠାରୁ କାମ ଆରମ୍ଭ କରିବା ସମୟରେ ଉଭୟ ବ୍ଲକବାସୀ ପ୍ରବଳ ବିରୋଧ କରିଥିଲେ। ପୋକ୍‌ଲିନକୁ ଏଠାରୁ ନେଇଯିବା ପାଇଁ ଚେତାବନୀ ଦେଇଥିବା ବେଳେ ପ୍ରକଳ୍ପ ବିରୋଧରେ ଏନ୍‌ଜିଟି ଓ ଉଚ୍ଚ ନ୍ୟାୟାଳୟରେ ହୋଇଥିବା ମାମଲାରେ ରାଜ୍ୟ ସରକାର କାହିଁକି ପକ୍ଷ ରଖୁନାହାନ୍ତି ବୋଲି ଖରସ୍ରୋତା ନଦୀ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି। ଏଥିସହ ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ସ୍ଥାନୀୟ କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି। ମାମଲାର ଶେଷ ଶୁଣାଣି ନ ହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି।
ରାଜ୍ୟ ସରକାର ୨୦୧୯ ଜାନୁୟାରୀରେ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ମୋଟ ୯୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ହାଇଦ୍ରାବାଦର ଏକ ଠିକା ସଂସ୍ଥା ସହିତ ଚୁକ୍ତି କରି ପ୍ରକଳ୍ପ ଶେଷ ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଭଦ୍ରକ ଜିଲାର ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକର ୯୧ ପଞ୍ଚାୟତର ୫୨୫ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଅପରପକ୍ଷେ ଖରସ୍ରୋତାର ମଧୁର ଜଳ ଏହି ପ୍ରକଳ୍ପ ପାଇଁ ବ୍ୟବହାର ହେଲେ ସ୍ଥାନୀୟ କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବା ଦର୍ଶାଇ ନଦୀ ସୁରକ୍ଷା ସମିତି ଉଚ୍ଚ ନ୍ୟାୟାଳୟ ଏବଂ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ଗତ ଫେବୃୟାରୀ ୨୫ରେ ଏକ ମାମଲା (୨୩/୨୦) ରୁଜୁ କରିଛି। ଏ ସମ୍ପର୍କରେ ଅଭିଯୋଗକାରୀ ସଞ୍ଜୟ କୁମାର ବେହୁରା କହିଛନ୍ତି, ମାମଲାର ପ୍ରାଥମିକ ଶୁଣାଣି ପରେ ଖରସ୍ରୋତା ବ୍ୟତୀତ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ, ସାଳନ୍ଦୀ, କାଂଶବାଂଶ ଓ ମନ୍ତେଇ ନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାରରେ ଥିବା ସମସ୍ୟା ସମ୍ପର୍କରେ ଏନ୍‌ଜିଟିକୁ ରାଜ୍ୟ ସରକାର ଗତ ୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା କଥା। ଫଳରେ ପରବର୍ତ୍ତୀ ଶୁଣାଣିରେ ମାମଲାର ସବିଶେଷ ଶୁଣାଣି ହୋଇପାରିବ। ତେବେ ରାଜ୍ୟ ସରକାର ମାମଲାର ପକ୍ଷ ରଖୁ ନ ଥିବା ବେଳେ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏପରି କି ଗତ ୧ ତାରିଖରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ଏ. କେ. ବିଶ୍ୱାଳ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିବା ପରେ ଠିକା ସଂସ୍ଥାର ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଛି। ଆଳି ଓ ରାଜକନିକାବାସୀ ଏହାକୁ ବାରମ୍ବାର ବିରୋଧ କରିବେ ବୋଲି ଆବେଦନକାରୀ ବେହୁରା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ, ଦୁଷ୍ମନ୍ତ ଆଚାର୍ଯ୍ୟ, ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଖରସ୍ରୋତାର ମଧୁର ଜଳ ସ୍ଥାନୀୟ କୃଷି ପାଇଁ ବ୍ୟବହାର ହେଉଛି। ଜିଲାର କୃଷି ପାଇଁ ଏହି ନଦୀରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ଯୋଜନା ଥିବାବେଳେ ଏହି ପାନୀୟ ଜଳ ପ୍ରକଳ୍ପ ଅନ୍ତରାୟ ସୃଷ୍ଟି କରିବ। ଏଥିସହିତ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ନ ମିଳିଲେ ସମୁଦ୍ରର ଲୁଣା ପାଣି ଯୋଗୁ ଜୈବ ବିବିଧତା ନଷ୍ଟ ହେବ। ଏ ସମ୍ପର୍କରେ ଚଣ୍ଡିଖୋଲସ୍ଥ ଆରଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଚଣ୍ଡେଶ୍ୱର ବେହେରା କହିଛନ୍ତି, ପ୍ରକଳ୍ପ ପାଇଁ ଥିବା ସମ୍ଭାବ୍ୟ ନଦୀ ସମ୍ପର୍କରେ ବିଭାଗ ପକ୍ଷରୁ ବୈଷୟିକ ଆଲୋଚନା ହୋଇଛି। ଖରସ୍ରୋତା ଏହି ପ୍ରକଳ୍ପ ପାଇଁ ଉପଯୁକ୍ତ ଥିବା ଏନ୍‌ଜିଟିକୁ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃପକ୍ଷରେ ବଦଳିବ ଭାଗ୍ୟ! ଲକ୍ଷ୍ମୀନାରାୟଣ ଯୋଗରେ ୪ ରାଶିଙ୍କୁ ମିଳିବ ଫାଇଦା ହିଁ ଫାଇଦା, ବ୍ୟବସାୟରେ ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଯୁତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଶୁଭ ଗ୍ରହ ଏକାଠି ଆସିଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ।…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଚୟନ ହୋଇ ଅଞ୍ଚଳ ପାଇଁ ଗୌରବ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?