ବାର୍‌ହା ଉପଦ୍ରବ, ଜମି ହୁଡ଼ାରେ ଚାଷୀଙ୍କ ମଞ୍ଚା

ମହାକାଳପଡ଼ା,୧୯ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳିଛି। ପାଚିଲା ଧାନକୁ ଖାଇବାକୁ ଦଳ ଦଳ ହୋଇ ବାର୍‌ହା ପଲ କ୍ଷେତକୁ ଆସି ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀ ଜମି ନିକଟରେ ମଞ୍ଚା ତିଆରି କରି ରାତି ଉଜାଗର ରହି ଫସଲକୁ ଜଗୁଛନ୍ତି। ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତ ନରସିଂହପୁର, ରଟପଙ୍କ, ଓସ୍ତିରା, ଭୋପାଳ, ନାଞ୍ଜୁରା ଆଦି ଗ୍ରାମର ଚାଷୀଙ୍କ ପାଚିଲା ଧାନକୁ ବାର୍‌ହା ପଲ ପ୍ରବେଶ କରି ବ୍ୟାପକ ପରିମାଣରେ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ନିକଟ ଜଙ୍ଗଲରୁ ବାର୍‌ହା ସା ହେଲେ ଧାନ ଫସଲ ଖାଇବା ପାଇ ଜମିକୁ ଆସ ଦଳି ଚକଟି ନଷ୍ଟ କରୁଛନ୍ତି। ଚାଷୀମାନେ ନିଜ ଚାଷ ଜମି ହିଡଠାରେ ଟିଣ ଓ ବାଜା ବଜାଇ ଓ ବାଣ ଫୁଟାଇ ବାର୍‌ହା ପଲଙ୍କୁ ଘଉଡାଉଛନ୍ତି। ଅନେକ ସମୟରେ ବାର୍‌ହା ପଲଙ୍କ ଆକ୍ରମଣରେ ଚାଷୀମାନଙ୍କ ଜୀବନ ଯାଇଥିବା ନଜିର ରହିଛି।
୨୦୧୩ ଅକ୍ଟୋବର ୧୮ରେ ପଞ୍ଚାୟତର ରଟପଙ୍କ ଗ୍ରାମର କିରିଟି ମଣ୍ଡଳ ଚାଷ ଜମିରୁ ଫେରୁଥିବା ବେଳେ ବାର୍‌ହା ଆକ୍ରମଣରେ ପ୍ରାଣ ହରାଇଥିଲେ। ଲୋକମାନେ ଉତ୍ତ୍ୟକ୍ତ ହୋଇ ଗହୀରମଥା ରେଞ୍ଜ କାର୍ଯ୍ୟାଳୟକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଫଳରେ ବନ ବିଭାଗର ବିପୁଳ ପରିମାଣରେ କ୍ଷତି ହୋଇଥିଲା। ତତ୍‌କାଳୀନ ରେଞ୍ଜ ଅଧିକାରୀ ଶୁଭେନ୍ଦୁ ବେହେରାଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଘେରି ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବନ ବିଭାଗ ବୁଝାଶୁଝା କରିବା ସହ ମୃତ ଚାଷୀଙ୍କୁ ପରିବାରକୁ ସରକାରୀ ନିୟମ ଅନୁସାରେ, ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ୨୦୧୮ରେ ନରସିଂହପୁର ଗ୍ରାମର ମହିଳା ଚାଷ ଜମି ମଞ୍ଚରେ ରାତିରେ ଧାନ ଫସଲ ଜଗି ସକାଳେ ଘରକୁ ଫେରୁଥିଲେ। ଏହି ସମୟରେ ବାଡି ପଛପଟ ଧାନ ଜମିରେ ଥିବା ବାର୍‌ହା ଆକ୍ରମଣରେ ମହିଳା ଭାରତୀ ଜାନା (୫୧) ପ୍ରାଣ ହରାଇଥିଲେ।
ବର୍‌ହା ଆକ୍ରମଣରେ ଅନେକ ଚାଷୀ ଶିକାର ହୋଇଥାନ୍ତି। ଧାନ ଫସଲ ନଷ୍ଟ ହେଉଥିବା ସ୍ଥାନୀୟ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନରସିଂହପୁର ଗ୍ରାମର ସୁଧାଂଶୁ ବେରା, ନଟେନ୍‌ ଜାନା, ଶମ୍ଭୁ ଜାନା, ବାପି ଜାନା, ପ୍ରଫୁଲ୍ଲ ସେଠୀ, ଶ୍ରୀକାନ୍ତ ମଣ୍ଡଳଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଧାନ କ୍ଷେତ ଚତୃଃପାର୍ଶ୍ୱରେ ତାର ବାଡ ଘେରା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ସମୟରେ ପାଚିଲା ଧାନ ଫସଲ ଖାଇବାକୁ ବାର୍‌ହା ପଲ କ୍ଷେତ ମଧ୍ୟକୁ ଆସିଥାନ୍ତି। ବନ ବିଭାଗ କର୍ମଚାରୀମାନେ ରାତ୍ରିରେ ପାଟ୍ରୋଲିଂ କରୁଛନ୍ତି। ସରକାରୀ ନିୟମ ଅନୁସାରେ, ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ବିଭାଗ ପଦକ୍ଷେପ ଗ୍ରହଣ କରିବ। ଫସଲ ନଷ୍ଟ ହେଉଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରଜମିନ ତଦନ୍ତ କରିବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ମହାକାଳପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri