ଅପରାଧୀଙ୍କ ହବ୍‌ ବରଗଡ଼, ପଶୁଛି ଚୋରା ଗୁଳି ସହ ପିସ୍ତଲ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ଶାନ୍ତିପ୍ରିୟ ବରଗଡ଼ ଜିଲାକୁ ଅପରାଧୀମାନେ ମୁହାଁଇଛନ୍ତି। ଏହି ଜିଲାକୁ ସେମାନଙ୍କ ନିରାପଦ, ସୁରକ୍ଷିତ ମନେ କରି ଚୋରା ପିସ୍ତଲ, ଗୁଳି ସହିତ ପ୍ରବେଶ କରିଛନ୍ତି। ବରଗଡ଼ ଏବେ ଅପରାଧୀଙ୍କ ହବ୍‌ ପାଲଟିଛି। କିନ୍ତୁ ସେମାନେ କୌଣସି ବଡ଼ ଧରଣର ଅପରାଧ ଘଟାଇବା ପୂର୍ବରୁ ପୋଲିସ ଜାଲରେ ପଡ଼ି ଯାଇଛନ୍ତି। ଗତ ୨ଦିନ ମଧ୍ୟରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଛି। ସୋମବାର ପୋଲିସ ୫ ଦେଶୀ ପିସ୍ତଲ, ୨୦ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ମଙ୍ଗଳବାର ପୁଣି ଗୋଟିଏ ଦେଶୀ ପିସ୍ତଲ ଏବଂ ୪ ଗୁଳି ସହିତ ୨ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ୨ଦିନ ମଧ୍ୟରେ ୬ପିସ୍ତଲ, ୨୪ଗୁଳି ସହିତ ୧୭ଅଭିଯୁକ୍ତ ଧରାପଡ଼ିବା ଜିଲାରେ ଆଲୋଡ଼ନ ଖେଲାଇ ଦେଇଛି।
ସେହିପରି ଏତେ ପରିମାଣରେ ପିସ୍ତଲ, ଗୁଳି କେଉଁଠାରୁ ଏଠାକୁ ଆସୁଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଯଦି ଏଭଳି ଜାରି ନ ରହେ, ତେବେ ଆଗକୁ ଜନ ଜୀବନ ବିପନ୍ନ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଦେଶୀ ପିସ୍ତଲ, ଗୁଳି କେଉଁଠାରୁ ଆସୁଛି, ସେ ନେଇ ତଦନ୍ତ ଚାଲିଛି ବୋଲି ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଈନ୍ଦୁରେଖା ପଶ୍ଚିମ କବାଟ କହିଛନ୍ତି।
ବରଗଡ଼ ଜିଲାରେ ଚୋରା ପିସ୍ତଲ କାରବାର ନୂଆଁ ନୁହେଁ। ବିଗତ ଦିନରେ ମଧ୍ୟ ଏଠାରେ ଦେଶୀ ପିସ୍ତଲ ସହିତ ଅଭିଯୁକ୍ତମାନେ ଧରାପଡ଼ିଥିଲେ। କେବଳ ସେତିକି ନୁହେଁ, ଏଠାକୁ ରାଜ୍ୟ ବାହାରୁ ଚୋରା ପିସ୍ତଲ ବିକ୍ରି କରିବା ନେଇ ଅପରାଧୀମାନେ ଆସିଥିବାବେଳେ ମଧ୍ୟ ପୂର୍ବରୁ ପୋଲିସ ଜାଲରେ ପଡ଼ିଥିବା ନଜୀର ରହିଛି। ତେବେ ଦୀର୍ଘଦିନର ବ୍ୟବଧାନ ପରେ ଗତ ୨ଦିନ ମଧ୍ୟରେ ଏଠାରୁ ଯେଭଳି ପିସ୍ତଲ, ଗୁଳି ଜବତ ହୋଇଛି, ତାକୁ ନେଇ ସାଧାରଣରେ ଚିନ୍ତା ବଢ଼ିଥିବାବେଳେ ଏହା ପୋଲିସ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସେହିପରି ପୋଲିସ ୨ଦିନରେ ୬ ପିସ୍ତଲ, ୨୪ଗୁଳି ଜବତ କରିଥିଲେ ସୁଦ୍ଧା ଜିଲାରେ ଆହୁରି ଲୁଚାଛପା ଏଭଳି ଚୋରା ପିସ୍ତଲ, ଗୁଳି ଅଭିଯୁକ୍ତମାନେ ରଖି ନଥିବେ, ତାକୁ ଏଡ଼ାଇ ଦେଇ ହେଉ ନାହିଁ। ଫଳରେ ଚୋରା ପିସ୍ତଲ, ଗୁଳିର ଚେର କେଉଁଠାରୁ ବରଗଡ଼କୁ ଲମ୍ବିଛି, ସେଠାକୁ ପୋଲିସ ପହଞ୍ଚି ପାରିଲେ ଆଗକୁ ପୋଲିସକୁ ଆହୁରି ବଡ଼ ସଫଳତା ମିଳିବ ଏବଂ ଜିଲାରେ ଚାଳିଥିବା ଏଭଳି ଚୋରା ପିସ୍ତଲ, ଗୁଳି କାରବାର ଉପରେ କିଛିମାତ୍ରାରେ ଅଙ୍କୁଶ ଲାଗି ପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।
ସୋମବାର ଭଳି ମଙ୍ଗଳବା ମଧ୍ୟ ଚୋରା ପିସ୍ତଲ, ଗୁଳି ଜବତ କରିବାରେ ବରଗଡ଼ ପୋଲିସକୁ ସଫଳତା ମିଳିଥିଲା। ସ୍ଥାନୀୟ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମଳନୀରେ ଅତିରିକ୍ତ ଏସ୍‌ପି ପଶ୍ଚିମ କବାଟ ସୂଚନା ଦେଇ କହିଥିଲେ, ବରଗଡ଼ ସହର ଉପକଣ୍ଠ ଜୀରାବ୍ରିଜ ତଳେ ଅଭିଯୁକ୍ତମାନେ ଅବସ୍ଥାନ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ। ସୂଚନା ପାଇବା ପରେ ବରଗଡ଼ ଟାଉନ ଥାନାର ଏକ ପୋଲିସ ସେଠାକୁ ପହଞ୍ଚି ଚଢ଼ାଉ କରିଥିଲା। ଚଢ଼ାଉରେ ସେଠାରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଜୟପୁରା ଗ୍ରାମର ଶେଖ୍‌ ୱାହିଦ୍‌ ଅଲୀ(୩୫) ଏବଂ ସୋନପୁର ଜିଲା ଏସ. ରାମପୁର ଥାନା ବ୍ରାହ୍ମଣୀପାଲିର ତନ୍ମୟ ବାଗ(୨୫)। ସେମାନଙ୍କ ପାଖରୁ ଗୋଟଏ ଦେଶୀ ପିସ୍ତଲ, ଗୋଟିଏ ମେଗାଜିନ, ୪ ଗୁଳି, ୩ଖୋଲା କାଟ୍ରିଜ ଏବଂ ୩ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ପେଶାଦାର ଅପରାଧୀ ବୋଲି ତଦନ୍ତରୁ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ତନ୍ମୟଙ୍କ ବିରୋଧରେ ବରଗଡ଼, ସମ୍ବଲପୁର, ପୁଇଁନ୍ତଳା, ଅଇଁଠାପାଲି ଆଦି ଥାନାରେ ଏକାଧିକ ମାମଲା ରହିଛି। ସେହିପରି ଅନ୍ୟ ଅଭିଯୁକ୍ତ ଶେଖ୍‌ ୱାହିଦ ଅଲୀଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲାରେ ଅନେକ ଅପରାଧିକ ମାମଲା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?