ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରଗଡ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ସନ୍ଧ୍ୟା ୬ଟା ସମୟରେ ଏଥିରେ ଭାଗ ନେଉଥିବା ୫ଟି ଦଳର ଖେଳାଳି, ଜିଲା କ୍ରିକେଟ ଏସୋସିଏସନର କର୍ମକର୍ତ୍ତା ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଥାନା ଛକ, ଗଉରପଡ଼ା ଛକ, କଚେରୀ ଛକ, ଏସପି ଅଫିସ ଛକ ଦେଇ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ସମ୍ପାଦକ ରବି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉପ-ସଭାପତି ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା , କୋଷାଧ୍ୟକ୍ଷ ଅମିୟ ଭୂଷଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ କିଶୋର ରଥ, ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ପ୍ରଦୀପ ସାହୁ, ଗୁରୁଦତ୍ତ ଦାସ,ସୌର୍ଯ୍ୟ ରଞ୍ଜନ ରାଏ, ରଜତ ଦାଶ ଉଦଘାଟନୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ବରଗଡ଼ ସ୍ପାର୍ଟାନ୍ସ ଦଳର ସତ୍ଵାଧିକାରୀ ଦେବଦତ୍ତ ମିଶ୍ର, ନୀତିନ ଅଗ୍ରୱାଲ , ବୈଭବ ଟୁଲୀ, ରୋହିତ ପିପ୍ଲାନି , ଆରୁନାଭ ଦାଶ, ଅତାବିରା ହ୍ୱାଇଟ୍ ହର୍ସର ସତ୍ଵାଧିକାରୀ ନନ୍ଦନ ମହାନନ୍ଦ, ମା’ ସମଲେଶ୍ୱରୀ ଇଲେଭେନର ସତ୍ଵାଧିକାରୀ ସନିପଲ୍ ନାୟକ, ରକ୍ଷ ବେହେରା, ଲିଚୁ ପ୍ରଧାନ, ବରଗଡ଼ ଯୋଦ୍ଧାସର ସତ୍ଵାଧିକାରୀ ପ୍ରଶାନ୍ତ ସାହୁ , ମନୋଜ ଶର୍ମା, ଦୀପକ ଅଗ୍ରୱାଲ, ନିତେଶ ବଂଶଲ, ଅଙ୍କିତ ଅଗ୍ରୱାଲ ଓ କ୍ରୀଷ୍ଣା ବିକାଶ କ୍ରିକେଟ୍ କ୍ଲବର ସତ୍ଵାଧିକାରୀ ଦାସାରି ବିବେକ, ଦାସାରି ଲୋକେଶ ପ୍ରମୁଖ ନିଜ ନିଜ ଦଳ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ବରଗଡ ମାଜିଷ୍ଟ୍ରେଟ୍ ଏକାଦଶ ଓ ବରଗଡ ଓକିଲ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହାକୁ ବରଗଡ ଜିଲାଜଜ୍ ଅନୁପ ଚନ୍ଦନ, ବାର କାଉନସିଲ ସଦସ୍ୟ ଦେବଦତ୍ତ ମିଶ୍ର, ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ସମ୍ପାଦକ ହରିହର ପ୍ରଧାନ ଉଦଘାଟନ କରିଥିଲେ ।

 

Dharitri – Odisha’s No.1 Odia Daily

Share
Tags: bargarh news